ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ

ସରସ୍ଵତୀ ବିଦ୍ୟାମନ୍ଦିର ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ 

ରାଉରକେଲା: ସେକ୍ଟର ୬ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତ ଶିକ୍ଷାବର୍ଷରେ ରାଉରକେଲା ଶିକ୍ଷା ଜିଲ୍ଲାର ପ୍ରାୟ ୧୫ଟି ସରକାରୀ ଓ ଘରୋଇ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ବୋର୍ଡ ପରୀକ୍ଷା ରେ ଉତ୍ତମ ଫଳ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରାଉରକେଲା ସହ ସଂଘ ଚାଳକ ବେଣୁ ଗୋପାଳ ମାଲାନି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ବିଦ୍ୟା ମନ୍ଦିରର ଉପସଭାପତି ଅଧ୍ୟାପକ ମାନସ ରଞ୍ଜନ ବେହେରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷାଦାନ ପଦ୍ଧତି ଓ ଉତ୍ତମ ନାଗରିକ ଗଠନ ନିମନ୍ତେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକ ଉପରେ କହିଥିଲେ। ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଯୁବପିଢୀ ଉତ୍ତମ ଶିକ୍ଷା ପାଇଲେ ଦେଶ ପ୍ରଗତିରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହା ସହ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଯୁକ୍ତ ଦୁଇ ର ବିଜ୍ଞାନ, ବାଣିଜ୍ୟ,କଳା ବିଭାଗ ଖୋଲିବା ପାଇଁ ପ୍ରୟାସ ଜାରି ସହ ଏଥିପାଇଁ ଏକ ଷ୍ଟୁଡେଣ୍ଟ୍ ହେଲପିଂ ସେଣ୍ଟର୍ ରହିବା ସମ୍ପର୍କରେ ସୂଚନା ଦେଇଥିଲେ। ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ଡ ବିଶ୍ବନାଥ ପରିଜା ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ୪ ତାରିଖରେ ପ୍ରଥମ ମେଧାବୀ ସମ୍ମାନ ପ୍ରଦାନ କରାଯାଇଥିଲା। ସଭାପତି ମିତ୍ରଭାନୁ ପଣ୍ଡା ଛାତ୍ର ଛାତ୍ରୀଙ୍କୁ ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାମନ୍ଦିରର ଆଚାର୍ଯ୍ୟା ସୁମିତ୍ରା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ପ୍ରମୋଦ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଉପେନ୍ଦ୍ରନାଥ ଦାସ, ଦୀନବନ୍ଧୁ ରଥ, ଶୁଭଲକ୍ଷ୍ମୀ ବେହେରା, ଶ୍ରୀମାନ ସତ୍ୟଜିତ, ସମ୍ପାଦକ କରୁଣାକର ପାଟ୍ଟଶାଣୀ ଙ୍କ ସମେତ ବିଦ୍ୟାମନ୍ଦିରର ସମସ୍ତ ଗୁରୁମା ଗୁରୁଜୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗୁଡିଖାଳ ସାର୍ଵଜନୀନ ଦୋଳ ଉତ୍ସବରେ ଯୋଗଦେଲେ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର

masiha

ବାଣପୁର ଗମ୍ଭାରୀମୁଣ୍ଡା ପତିତପାବନ ବାଣୀମନ୍ଦିର ପୁରାତନ ଛାତ୍ର ଛାତ୍ରୀ ଙ୍କ ବନ୍ଧୁମିଳନ !!!

Sunil Chandra Nayak

ଯନ୍ତ୍ରୀଙ୍କ ଠୁ ଲାଞ୍ଚ ନେଇ ଦୁଇ ଥାନାରେ ଅଟକ 

masiha

Leave a Comment

error: Content is protected !!