ପାଟଣାଗଡ଼, ବ୍ରାହ୍ମଣ ସମାଜର ଆରାଧ୍ୟ ଦେବତା ଭଗବାନ ପର୍ଶୁରାମଙ୍କ ଜନ୍ମ ଜୟନ୍ତୀ ପାଟଣାଗଡ଼ ବ୍ରାହ୍ମଣ ପରିବାର ତରଫରୁ ବହୁ ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ପଞ୍ଚମୁଖୀ ହନୁମାନ ମନ୍ଦିରରେ ସମାଜର ସହସ୍ରାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ଭଗବାନଙ୍କ ଅସ୍ତ୍ର ଧରି ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ ସହରର ମୁଖ୍ୟ ରାସ୍ତାଦେଇ ବରମପୁରାସ୍ଥିତ ବଳଦେବଜୀଉ ମନ୍ଦିରରେ ପହଞ୍ଚିଥିଲେ । ସମାଜରେ ଲୋକଙ୍କୁ ଏକଜୁଟ କରି ସଂଗଠନକୁ କିଭଳି ମଜବୁତ କରାଯାଇପାରିବ ସେସମ୍ପର୍କରେ ମତ ଦେଇଥିଲେ । ଏହି ଶୋଭାଯାତ୍ରାରେ ପାଟଣାଗଡ଼ ବେଳପଡ଼ା ମଣ୍ଡଳ ଖପ୍ରାଖୋଲ ଧନ୍ଦାମୁଣ୍ଡା ପ୍ରଭୃତି ଅଞ୍ଚଳରୁ ଶତାଧିକ ବ୍ରାହ୍ମଣ ସମାଜର ଜନସାଧାରଣ ଯୋଗ ଦେଇଥିଲେ । ସହରରେ ଥିବା ବିଶିଷ୍ଟ ବ୍ୟବସାୟୀ ସୁରେଶ ଶର୍ମା ନିଜେ ଉପସ୍ଥିତ ରହି ବିଭିନ୍ନ ପ୍ରକାର ଥଣ୍ଡା ପାନୀୟ ଜଳ ବ୍ୟବସ୍ଥା କରିଥିଲେ । ଶୋଭାଯାତ୍ରା ବଳଦେବଜୀଉ ମନ୍ଦିରରେ ପହଞ୍ଚିବା ପରେ ସମସ୍ତଙ୍କ ପାଇଁ ପ୍ରାସାଦ ସେବନର ବ୍ୟବସ୍ଥା କରାଯାଇଥିଲା।