ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ 

ନବରଙ୍ଗପୁରଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ 

ନବରଙ୍ଗପୁର:( ତା ୮.୯.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ସ୍ଥାନୀୟ ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ସଭାଗୃହ ଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ହୋଇ ଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ ଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଗୈlରୀଶଙ୍କର ମାଝୀ , ମାନ୍ୟବର ବିଧାୟକ ନବରଙ୍ଗପୁର ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ସାଧାରଣ )ତପନ କୁମାର ଖୁଣ୍ଟିଆ ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା, ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ର ଅଧ୍ୟକ୍ଷ ଡ. ଓଁକାର ପଟ୍ଟନାୟକ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଚିତ୍ତ ରଞ୍ଜନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଅତିରିକ୍ତ ଜିଲ୍ଳା ଶିକ୍ଷାଧିକାରୀ କେଶବ ମେହେର କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ମାଝୀ ଜିଲ୍ଲାର ସାକ୍ଷରତା ହାର ବୃଦ୍ଧି କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଓ ଆଗାମୀ ଦିନରେ ଜିଲ୍ଲାର ନିରକ୍ଷରତା ଦୁର କରିବା ପାଇଁ ସମସ୍ତେ ମିଳିମିଶି ଆନ୍ତରିକତା ସହିତ କାର୍ଯ୍ୟ କରିବାପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାରେ ଶିକ୍ଷାର ଉନ୍ନତି ପାଇଁ ଜିଲ୍ଲା ଶିକ୍ଷା ବିଭାଗ ନେଇଥିବା ବିଭିନ୍ନ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସାକ୍ଷରତା ହାର ବୃଦ୍ଧି କରିବାରେ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସାକ୍ଷରତା ହାର ବୃଦ୍ଧି ହେଲେ ଜିଲ୍ଲାରେ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ହେବା ସହ ଆତ୍ମ ନିଯୁକ୍ତି ,ଦକ୍ଷତା ବିକାଶ ଦିଗରେ ବିଶେଷ ସହାୟକ ହେବ ବୋଲି କହିଥିଲେ।ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକସମାଜ ନିରକ୍ଷରତା ଦୁର ପାଇଁ ନବସIକ୍ଷର ମାନଙ୍କ ଘରକୁ ଘର ଯାଇ ବୁଝାଇ ଶିକ୍ଷାର ମହତ୍ତ୍ଵ ବୁଝାନ୍ତୁ ଓ ସେମାନେ ସIକ୍ଷର ହେଲେ ବିଭିନ୍ନ ସରକାରୀ ଯୋଜନାର ଆର୍ଥିକ ସହାୟତାକୁ ଠିକ୍ ରୂପେ ପରିଚାଳନା କରି ପାରିବେ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଗୁପ୍ତ ପ୍ରସାଦ ନାଗ ପରିଚାଳନା କରିଥଲେ ଓ ଆଶୁତୋଷ ବେହେରା, ଜି.କରିଶ୍ମା, ପଲ୍ଲବୀ ସିଂ, ବିଜିଲି ଏକ୍କା, ମୂର୍ତ୍ତି କୁମାର ଓ ଅନୁଷ୍ଠାନର ଗୁରୁ ,ଛାତ୍ର ଛାତ୍ରୀ ସହାୟତା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶିକ୍ଷକ ମାନଙ୍କୁ ଟାବଲେଟ ବଣ୍ଟନ

masiha

ଜିଲ୍ଲାରେ ୮,୫୨,୩୩୨ ବା ୯୯.୩୦ପ୍ରତିଶତ ମତଦାତାଙ୍କୁ ପରିଗଣନା ଫର୍ମ ବିତରଣ

Sunil Chandra Nayak

ତୃତୀୟ ମଦୁଆକୁ ବାନ୍ଧି ପୋଲିସ ଜିମା ଦେଲେ ଚିତ୍ରକୋଟ ର ମହିଳା

Leave a Comment

error: Content is protected !!