ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠରେ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠରେ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

କଟକ : କଟକ ଜିଲ୍ଲା ଶିକ୍ଷା ବିଭାଗ ଅଧୀନସ୍ଥ କଟକ ସଦର ୪୨ ମୌଜା ବାଲୁଙ୍କେଶ୍ୱର ନୋଡାଲ ବିଦ୍ୟାପୀଠର ୨୦୨୪ – ୨୦୨୫ ଅଲମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ବିଦ୍ୟାପୀଠର ପ୍ରଧାନ ଶିକ୍ଷୟିତ୍ରୀ ସୁଲୋଚନା ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଶିକ୍ଷାବିତ୍ ଡଃ. ଏସ୍.କେ.କଲ୍ଲିମୁଲା ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଦ୍ୟାପୀଠ ପରିଚାଳନା କମିଟିର ସଭାପତି ବିନୟ ମହାପାତ୍ର ଯୋଗଦେଇଥିଲେ । କାର୍ଯ୍ୟକ୍ରମର ସଭାପତି ସୁଲୋଚନା ଦାସ ନିଜ ଅଭିଭାଷଣରେ ଅଲମ୍ପିକ ହିଁ ଖେଳ ଏବଂ ଖେଳ ହେଉଛି ବନ୍ଧୁତ୍ବର ଏକ ମୂଲ୍ୟବୋଧ ବୋଲି କହିବା ସହ ସମସ୍ତ ଛାତ୍ରଛାତ୍ରୀ ଏହି ବନ୍ଧୁତ୍ୱର ବନ୍ଧନରେ ବାନ୍ଧି ହୋଇ ରହିବାକୁ ଚେଷ୍ଟା ଜାରି ରଖୂବାକୁ ଉପଦେଶ ଦେଇଥିଲେ । ଉଦଘାଟକ ତଥା ମୂଖ୍ୟ ଅତିଥି ଡଃ.କଲିମୁଲ୍ଲା ଖେଳ ହିଁ ପରାଜିତକୁ ଅପରାଜିତ କରିବାର ଏକମାତ୍ର ରାସ୍ତା । ଜଣେ ପରାଜିତ ଖେଳାଳୀକୁ ବିଜେତାର ଉତ୍ସାହ ଓ ପ୍ରେରଣା ଯୋଗାଇବା ଦିଗରେ ଖେଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖେଳ ହିଁ ଶିକ୍ଷା ଓ ଶିକ୍ଷା ହିଁ ଖେଳ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ତଥା ଖେଳ ପ୍ରତିଯୋଗିତାରେ ଆଖପାଖ ଅଂଚଳର ପ୍ରାଥମିକ ବିଦ୍ୟାଳୟ ମାନଙ୍କରୁ ପ୍ରାୟତଃ ୨୦୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେବା ସହ‌ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ପ୍ରତିଯୋଗିତାରେ ବିଜେତାଙ୍କୁ ଟ୍ରଫି, ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ୱାଗତିକା ଦଳାଇ ପରିଚାଳନା କରିଥୂବା ବେଳେ ଶିକ୍ଷକ ସୂଦର୍ଶନ ବେହେରା,କାର୍ତ୍ତିକ ଚନ୍ଦ୍ର ଦାସ, ଶ୍ରୀମତୀ ମଧୁସ୍ମିତା ବେବର୍ତ୍ତା,ଏମ୍.ଡି.ଜୁବେଦ୍ ଖାନ୍, ଈଶ୍ୱର ଗୁରୁ,ଜଗବନ୍ଧୁ ବେହେରା , ବିଜୟ ପ୍ରଧାନ ଓ ଶ୍ରୀମତୀ ସୁକାନ୍ତି ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୂଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଗାଁ ଗାଁ ଵୁଲି ଗୋ ମାତାଙ୍କ ସେବାରେ ସମର୍ପିତ କାମାକ୍ଷାନଗରର ତାରିଫ୍ ହୁସେନ

masiha

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସଫେଇ କାର୍ଯକ୍ରମ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ NCC କ୍ୟାମ୍ପ ମନା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ 

Leave a Comment

error: Content is protected !!