ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ 

ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ କାର୍ଯ୍ୟକ୍ରମ 

ରାୟଗଡ:-10.08.2024-ଆଜି ରାୟଗଡ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା ଲାଲ ମୋହନ ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଜି ସି ଡ଼ି ଜିଲ୍ଲା ଉଚ୍ଚ ବିଦ୍ୟାଳୟରେ ଜାତୀୟ କୃମିନାଶକ ଦିବସ ର ଶୁଭାରମ୍ଭ ହୋଇଯାଇଛି | ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ) ଡା ମମତା ସାହୁ, ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ), ଜିଲ୍ଲା ଶିକ୍ଷା ଅଧିକାରୀ ଡ ବସନ୍ତ କୁମାର ନାୟକ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଭଜନଲାଲ ମାଝୀ, ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ଶ୍ରୀ ରାଜେଶ୍ୱର ରାଓ ପଟ୍ଟନାୟକ, ଏବଂ ଜି ସି ଡ଼ି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ନମିତା ପଧାନ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । 

ଜାତୀୟ କୃମିନାଶକ ଦିବସ ବର୍ଷ କୁ ଦୁଇଥର ଫେବୃଆରୀ ଓ ଅଗଷ୍ଟ ମାସ ରେ ପାଳନ ହୁଏ । 1 ରୁ 19 ବର୍ଷ ବୟସର ସମସ୍ତ ପିଲାମାନେ ଏହି ଦିନ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ କୃମିନଶକ ବଟିକା ଖାଆନ୍ତି। ଯେଉଁ ପିଲାମାନେ କୌଣସି କାରଣ ବଶତଃ କୃମୀନାଶକ ଦିବସ ରେ ଏହି ବାଟିକା ଖାଇପାରି ନ ଥାଆନ୍ତି, ସେମାନେ ସେହି ନିର୍ଦ୍ଦିଷ୍ଟ ଦୁଇ ମାସ ର 17 ତାରିଖ ଦିନ ବା ମପ ଅପ୍ ଦିବସ ରେ ବଟିକା ସେବନ କରିଥାନ୍ତି । 

ବିଦ୍ୟାଳୟ ଏବଂ ଅଙ୍ଗନୱାଡିଭିତ୍ତିକ ଜାତୀୟ କୃମିନାଶକ କାର୍ଯ୍ୟକ୍ରମ ନିରାପଦ, ଏହି କାର୍ଯ୍ୟକ୍ରମ ଦ୍ୱାରା ଏହି ସ୍ବାସ୍ଥ୍ୟ ସେବା ପ୍ରତି ପିଲାଙ୍କ ନିକଟରେ ପହଞ୍ଚିପାରେ । ପ୍ରତ୍ୟେକ ବର୍ଷ ଏହି କାର୍ଯ୍ୟକ୍ରମ ଦ୍ୱାରା ବିଦ୍ୟାଳୟରେ ଅନୁପସ୍ଥିତି ହ୍ରାସ ହେବା ସହିତ ଏହା ପିଲାମାନଙ୍କୁ ଏକ ସୁସ୍ଥ, ପୁଷ୍ଟିକର ପରିବେଶ ପ୍ରଦାନ କରିବାରେ ସହାୟକ ହେଉଛି । ପିଲାମାନଙ୍କୁ କୃମି ସଂକ୍ରମଣରୁ ରକ୍ଷା କରିବା ନିମନ୍ତେ ଆଲବେଣ୍ଡାଜୋଲ ବଟିକା ବେଶ ଲାଭଦାୟକ ହେଉଛି ଏବଂ ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବେଶ୍ ପ୍ରଭାବଶାଳୀ ।

ଜାତୀୟ କୃମିନାଶକ ଦିବସ ପ୍ରସ୍ତୁତି ପାଇଁ ଶିକ୍ଷକ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ସେମାନଙ୍କର ଦାୟିତ୍ୱ ଏବଂ ବଟିକା ଖାଇବାର ପଦ୍ଧତି ତଥା ଏହି କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ପାଇଁ ତାଲିମ ଦିଆଯିବା ସହିତ ଏହାର ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଥାଏ । ସ୍ବାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ ର ପ୍ରତ୍ୟକ୍ଷ ତତ୍ବାବଧାନ ରେ ଏହି ଜାତୀୟ କାର୍ଯ୍ୟକ୍ରମ କରାଯାଇଥାଏ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

ଜାଗୁଗୁଡା ଠାରେ ସୁରଭି କାର୍ଯ୍ୟକ୍ରମ 

masiha

ବଲିଉଡ କଳାକାର ରାମ୍ ସିର୍କାଙ୍କ ସାହିକୁ ରାସ୍ତା ନିର୍ମାଣ କେବେ ?

masiha

Leave a Comment

error: Content is protected !!