ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ 

ବନ୍ଧୁଗାଁ ତା, ୧୦/୮/୨୪,କେବଳ ବର୍ଷା ହେଲେ ହିଁ ବିଲ ଗୁଡିକରେ ପାଣି ଜମି ଲେ ଚାଷୀ ଜମିରେ ହଳ ବୁଲାଇ ଚାଷ କରିଥାନ୍ତି। ଶ୍ରାବଣ ଓ ଭାଦ୍ରବ ମାସ ମଧ୍ୟରେ ମଧ୍ୟ ବର୍ଷା ନାହିଁ। ଫଳରେ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ସମସ୍ତ ଗାଁ ଗୁଡିକରେ ଥିବା ଚାଷ ଜମି ଗୁଡ଼ିକରେ ପାଣି ଅଭାବରୁ ଜମି ଶୁଖିଲା ପଡ଼ିଛି। ଚାଷୀମାନେ ଜମିରେ ଲଙ୍ଗଳ ବୁଲାଇ ପାରୁ ନାହାଁନ୍ତି। ବର୍ଷା ହେଲେ ଝରଣା ପାଣି ପୋଖରୀରେ ଆସି ଭର୍ତ୍ତି ହୋଇଥାନ୍ତା ଯାହା ଦ୍ୱାରା ପାଣି ଅଭାବରୁ ନାଳ ଗୁଡିକ ଶୁଖିଲା ପଡ଼ିଛି। ଫଳରେ ହଜାର ହଜାର ଏକର ଚାଷ ଜମି ପଡିଆ ପଡ଼ି ରହିଥିବା ଦେଖିବାକୁ ମିଳିଛି। ବନ୍ଧୁଗାଁ ବ୍ଲକରେ ବର୍ତ୍ତମାନ ସୁଦ୍ଧା ଭାଦ୍ରବ ମାସର ଅଧା ଦିନ ବିତି ଯାଇଥିଲେ ମଧ୍ୟ ଚାଷ ପାଇଁ ଯଥେଷ୍ଟ କମ ବର୍ଷା ହୋଇଥିବା ଯୋଗୁଁ ଜମିରେ ଲଙ୍ଗଳ ବୁଲାଇ ପାରୁ ନାହାଁନ୍ତି ଚାଷୀ। ଧାନ ଚାରା ଗୁଡିକ ୩୫ ଦିନ ବିତିଗଲାଣି ପୁଣି ଚାଷ କାର୍ଯ୍ୟ ସମୟ ମଧ୍ୟ ସରି ଆସିଥିବାରୁ ଚାଷ କେମିତି କରିବେ ତାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ଧାନ ଚାରା ଗୁଡିକ ମଧ୍ୟ ଅଧିକ ଦିନ ହୋଇ ଥିବାରୁ ତାହା ଚାଷ କାର୍ଯ୍ୟ ନିମନ୍ତେ ମଧ୍ୟ ଅନୁକୂଳ ନୁହେଁ।ଶତାଧିକ ଗରିବ ଚାଷୀ ସ୍ଥାନୀୟ ଜମି ମାଲିକଙ୍କ ଠାରୁ ଏକର ପିଛା ୭ ହଜାର ଟଙ୍କା ଦେଇ ଚାଷ କରିବା ସହ ଅନେକ ଚାଷୀ ଭାଗ ଚାଷ କରୁଛନ୍ତି। ଜମିରେ ଚାଷ କରିବେ ପରିଶ୍ରମ ଅନୁଯାୟୀ କିଛି ଫସଲ ମିଳିଲେ ଗରିବ ଚାଷୀ ନିଜ ପରିବାରଙ୍କୁ ବର୍ଷର ଖାଦ୍ୟ ଯୋଗାଇ ପାରିବ। ଚଳିତ ବର୍ଷ ଏହି ପ୍ରକାର ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇ ଥିବା ବେଳେ ସରକାର ଚାଷୀଙ୍କ ପାଇଁ କ୍ଷତି ପୂରଣ ପାଇଁ ଅଧିକ ତଦନ୍ତ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଟାଙ୍ଗରା ଏନଗୁଲା, ଦାସ ହିକକା, ସାଲୁ ମେଲେକା, ଦାନୁ ମେଲେକା, ଜେନା ବାରିଆ, ରବି ସାରେକା, ଅର୍ଜା କୋଲେକା ଚାଷୀ କୂଳ ଅନୁରୋଧ କରିଛନ୍ତି।

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ମାଁ ଗଜଲକ୍ଷ୍ମୀ ମହୋତ୍ସବ: ଯୋଗଦେଲେ ନର୍ଲା ବିଧାୟିକା ମନୋରମା ମହାନ୍ତି

Sunil Chandra Nayak

Eminent Social Worker Er.Gopal Krushna Das.

masiha

ରାଜନଗରରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

masiha

Leave a Comment

error: Content is protected !!