ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ

 କୋରାପୁଟ ହାଇସ୍କୁଲ ପଡ଼ିଆ ଠାରେ ଆୟୋଜିତ ଦୁଇ ଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଘାଟିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ମେଳାରେ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ନେଇ ଷ୍ଟଲ ଗୁଡ଼ିକରେ ପ୍ରଦର୍ଶିତ କରାଯାଇଥିଲା। କୋରାପୁଟ ସାଂସଦଙ୍କ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ ଏବଂ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ଉପସ୍ଥିତ ଥିଲେ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା ସଂପର୍କରେ ଚାଷୀ ମାନଙ୍କୁ ଅବଗତ କରିବା ପାଇଁ ବ୍ଲକ ଏବଂ ଜିଲ୍ଲାସ୍ତରରେ ମେଳା ଆୟୋଜନ କରାଯାଉଛି। ଏହି ମେଳାରେ ଚାଷୀ ମାନେ ଯୋଜନା ଏବଂ ସବସିଡି ସଂପର୍କରେ ସୂଚନା ପାଇବେ ବୋଲି ଜିଲ୍ଲାପାଳ ଶ୍ରୀ ମହାଜନ କହିଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ କୋରାପୁଟ ଜିଲ୍ଲାରେ ୩୭୫ ଜଣ ଚାଷୀ ପକ୍ଷଭୁକ୍ତ ହୋଇଥିବା ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଲକ୍ଷ୍ମୀଧର ବେହେରା କହିଛନ୍ତି। ଏଥି ମଧ୍ୟରୁ ୧୬୧ ଜଣ ଚାଷୀ ଦୁଇଟି ଲେଖାଁଏ ଗାଈ ପାଇ ସାରିଛନ୍ତି। କୋରାପୁଟ ଜିଲ୍ଲାକୁ ବର୍ତ୍ତମାନ ୩୨୦ ଟି ଗାଈ ଆସି ଯାଇଥିବା ସେ କହିଛନ୍ତି।ପଡୋଶୀ ରାଜ୍ୟରୁ ମାଛ ଆମଦାନୀ କମ କରିବା ଏବଂ ନିଜସ୍ବ ମାଛ ଉତ୍ପାଦନ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି।ଆଗମୀ ଭବିଷ୍ୟତରେ ଏହାର ସୁଫଳ ମିଳିବ ବୋଲି ଜିଲ୍ଲା ମତ୍ସ୍ୟ ଅଧିକାରୀ ସାଗର କୁମାର ରାମ କହିଛନ୍ତି।ନୂତନ ପୋଖରୀ ନିର୍ମାଣ କରି ମାଛ ଚାଷ କରିବା ସହ ପୁରୁଣା ପୋଖରୀରେ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।କୋରାପୁଟ ଜିଲ୍ଲାରେ ୩୦୦ ହେକ୍ଟରରେ ନୂଆ ପୋଖରୀ ଏବଂ ୩୦ ହେକ୍ଟର ପୁରୁଣା ପୋଖରୀରେ ମାଛ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ପ୍ରୋତ୍ସାହନ ଦିଆଯାଉଛି। ଏହି ଅବସରରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦର ଚାଷୀ ମାନଙ୍କୁ ଚେକ ପ୍ରଦାନ କରାଯାଇଥିଲା। ପି ସନ୍ତୋଷୀ ଆଚାରୀ ଓ ସୁଜାତା ଆଚାରୀ ଯୋଗଦେଇ ମଞ୍ଚ ପରିଚାଳନା କରିଥିଲେ। କୋରାପୁଟ, କୋଟପାଡ, ବୋରିଗୁମ୍ମା, କୁଂଦ୍ରା, ବୈପାରିଗୁଡା, ଲକ୍ଷ୍ମୀପୁର ଏବଂ ପଟ୍ଟାଙ୍ଗୀ ବ୍ଲକର ଚାଷୀ ମାନେ ଉପସ୍ଥିତ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏଡିଭିଓ ଡାକ୍ତର ପ୍ରକାଶ ମହାନ୍ତି ଓ ଡାକ୍ତର ପରୀକ୍ଷିତ କୁଣ୍ଡୁ, କୋରାପୁଟ ଏସଡିଭିଓ ଡାକ୍ତର ସୁଦର୍ଶନ ସାହୁ, ଜୟପୁର ଏସଡିଭିଓ ଡାକ୍ତର ବିଶ୍ୱଜିତ ରାୟ, ଉପ ନିର୍ଦ୍ଦେଶକ ଡାକ୍ତର ଅକ୍ଷୟ କୁମାର ଜେନା ଯୋଗଦେଇ ପରିଚାଳନା କରିଥିଲେ।

କୋରାପୁଟଜିଲ୍ଲାରୁ ଶ୳୲ମଖିଲ ଙ୍କ ରିପୋର୍ଟ  

Related posts

ନିଖିଳ ଉତ୍କଳ ପାତ୍ରତନ୍ତୀ କଲ୍ୟାଣ ସମିତି ଜାମଦା ପକ୍ଷରୁ ବାର୍ଷିକ ପତ୍ରିକା ଉନ୍ମୋଚିତ

masiha

ମରଣଯନ୍ତା ପାଲଟିଛି କାମାକ୍ଷାନଗରଠାରୁ କଙ୍କଡ଼ାହାଡ଼ ପୂର୍ତ୍ତ ବିଭାଗ ରାସ୍ତା

Sunil Chandra Nayak

କବୟତ୍ରୀ ସଂଯୁକ୍ତା ତ୍ରିପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!