ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରବି ରାୟ ଶତବାର୍ଷିକୀ ସମାରୋହ ଏନ୍ଇପି-୨୦ କୁ ଜାତୀୟ ଶିକ୍ଷାନୀତି କୁହାଯାଇପାରିବ ନାହିଁ : ବୀରେନ୍ଦ୍ର ନାୟକ

ରବି ରାୟ ଶତବାର୍ଷିକୀ ସମାରୋହ

ଏନ୍ଇପି-୨୦ କୁ ଜାତୀୟ ଶିକ୍ଷାନୀତି କୁହାଯାଇପାରିବ ନାହିଁ : ବୀରେନ୍ଦ୍ର ନାୟକ

ବ୍ରହ୍ମପୁର, ୨୯ା୯ : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବ୍ରହ୍ମପୁରରେ “ନୂଆ ଜାତୀୟ ଶିକ୍ଷାନୀତି ଓ ଆମ ରାଷ୍ଟ୍ରର ଭବିଷ୍ୟତ” ଶୀର୍ଷକ ଏକ ଆଲୋଚନା ଚକ୍ରରେ ବରିଷ୍ଠ ସ୍ତମ୍ଭକାର ତଥା ଉକôଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ବୀରେନ୍ଦ୍ର ନାୟକ କହିଛନ୍ତି ଯେ ଏନ୍ଇପି-୨୦୨୦କୁ ଜାତୀୟ ଶିକ୍ଷାନୀତି ବୋଲି କୁହାଯାଇପାରିବ ନାହିଁ ।

 ନୂତନ ଶିକ୍ଷାନୀତି ଓ ରାଷ୍ଟ୍ରର ଭବିଷ୍ୟତ ସମ୍ପର୍କରେ ଦୁଇଟି ପ୍ରମୁଖ କଥା କହିଛନ୍ତି ପ୍ରଫେସର ବୀରେନ୍ଦ୍ର ନାୟକ । ଏହି ଶିକ୍ଷାନୀତିକୁ ଜାତୀୟ ଶିକ୍ଷାନୀତି କୁହାଯାଇ ପାରିବ ନାହିଁ । ୧୯୬୮ ମସିହାରେ ଡ. ଡି.ଏସ୍ କୋଠାରୀଙ୍କ ନେତୃତ୍ୱରେ ଯେଉଁ ଶିକ୍ଷାନୀତି ପ୍ରଣୟନ ହୋିଥିଲା, ତାହା ଅନ୍ତତଃପକ୍ଷେ ସଂସଦରେ ବହୁ ଆଲୋଚନା ହୋଇ କାହା କାର୍ଯ୍ୟରେ ରୂପାନ୍ତରିତ ହୋଇଥିଲା । ପରେ ୧୯୮୬ ମସିହରାରେ ମଧ୍ୟ ସଂସଦରେ ସେ ସମ୍ପର୍କରେ ପୁନଃ ଆଲୋଚନା ହୋଇଥିଲା । ୨୦୨୦ରେ ଯେଉଁ ନୂଆ ଶିକ୍ଷାନୀତି ଏନ୍ଇପି-୨୦୨୦ ଆରମ୍ଭ କରାଯାଇଛି, ତାହା ସଂସଦରେ କିମ୍ବା କୌଣସି ରାଜ୍ୟର ବିଧାନସଭାରେ ମଧ୍ୟ ଆଲୋଚିତ ହୋଇନାହିଁ । ନିଜକୁ ସୁହାଇଲା ଭଳି କେଉଁ ବିଷୟକୁ ରଖିବା, କାହାକୁ ବାଦ୍ ଦେବା ଏବଂ ସବୁଠୁ ବଡ଼ କଥା ହେଉଛି, କୌଣସି ପ୍ରଗତିଶୀଳ ବାମ ସଙ୍ଗଠନ, ଛାତ୍ର, ଶିକ୍ଷକ, ବୁଦ୍ଧିଜୀବୀ ଫୋରମ୍; କାହାକୁ ମଧ୍ୟ ସାମିଲ ନକରି କେବଳ ଗୈରିକ ଅନୁଷ୍ଠାନ, ବିଶେଷ କରି ଆର୍ଏସ୍ଏସ୍ ତଥା ହିନ୍ଦୁତ୍ୱବାଦୀ ସଙ୍ଗଠନମାନଙ୍କୁ ଏଥିରେ ସାମିଲ କରି ସେମାନଙ୍କ ମତାମତ ଅନୁସାରେ ଶିକ୍ଷାନୀତି ପ୍ରସ୍ତୁତ କରାଯାଇଛି । ଯଦି ସଂସଦ କିମ୍ବା କୌଣସି ରାଜ୍ୟ ବିଧାନସଭାରେ ତାହା ଆଲୋଚନା ହୋଇନାହିଁ, ତେବେ ତାହାକୁ ଜାତୀୟ ଶିକ୍ଷାନୀତି କୁହାଯାଇ ପାରିବ ନାହିଁ । ଏନ୍ଇପି -୨୦ ଏକ ରାଜନୈତିକ ଦଲିଲ, ଶିକ୍ଷାନୀତି ନୁହଁ । ଏଥିରେ ପ୍ରାଚୀନ ଜ୍ଞାନ ପରମ୍ପରା ବଦଳରେ ସନାତନୀ ଧର୍ମକୁ ପ୍ରାଧାନ୍ୟ ଦିଆଯାଇଛି । ଯାହାକୁ କି ଅବଶିଷ୍ଟ ଧର୍ମ, ଜାତି ବା ପ୍ରକଳ୍ପ ଉପରେ ଜବରଦସ୍ତ ଲଦି ଦେବାକୁ ଚେଷ୍ଟା କରାଯାଉଛି । ଶିକ୍ଷାନୀତିରେ ଛାତ୍ର, ଶିକ୍ଷକ, ସେମାନଙ୍କ ଭୌଗୋଳିକ ପୃଷ୍ଠଭୂମି କଥାକୁ ଚିନ୍ତା କରାଯିବା ଉଚିତ । କେଉଁ ପ୍ରକାର ପାଠ, ଛାତ୍ରର, ଦେଶର ଭବିଷ୍ୟତ ନିର୍ମାଣରେ ଉପଯୋଗୀ ହୋଇପାରିବ, ସେ ଅଂଶକୁ ବାଦ୍ ଦିଆଯାଇଛି, ଯାହାକି ଶିକ୍ଷାନୀତିର ପରିପନ୍ଥୀ ବୋଲି ପ୍ରଫେସର ନାୟକ ବ୍ୟକ୍ତ କରିଥିଲେ । 

ରବି ରାୟ ସ୍ମୃତି କମିଟିର ସଭାପତି ତଥା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ତଥା ସମଦୃଷ୍ଟିର ସମ୍ପାଦକ ବିଘ୍ନେଶ୍ୱର ସାହୁ ସଂଯୋଜନା କରି ପ୍ରଥମେ ରବି ରାୟଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମଦୃଷ୍ଟି ଗଣମାଧ୍ୟମ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ସ୍ତମ୍ଭକାର ସୁଧୀର ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଜିର ଶିକ୍ଷା ବ୍ୟବସ୍ଥାର ଭୟାବହତା ସମ୍ପର୍କରେ ଆଲୋକପାତ କରି ଏବେଠୁ ସତର୍କ ହେବା ଆବଶ୍ୟକ ବୋଲି ମତପୋଷଣ କରିଥିଲେ । 

ଛତ୍ରପୁରର ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡି ରବି ରାୟଙ୍କ ଗଞ୍ଜାମ ସହ ସମ୍ପର୍କ ଏବଂ ଟାଟାବିରୋଧୀ ଆନେ୍ଦାଳନ ପ୍ରତି ତାଙ୍କର ସମର୍ଥନ କଥା ସ୍ମୃତିଚାରଣ କରିଥିଲେ । 

ଲୋହିଆ ଏକେଡେମୀ ଟ୍ରଷ୍ଟର ସମ୍ପାଦକ ଦେବପ୍ରସାଦ ରାୟ ରବିରାୟ ସ୍ମାରକୀ ବକ୍ତୃତାମାଳା ସଂକଳନ ସମ୍ପର୍କରେ ବ୍ୟକ୍ତ କରିଥିବାବେଳେ ସାପ୍ତାହିକୀ ନବୀନର ସମ୍ପାଦକ ରବି ରଥ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ନବୀନର ରବିରାୟ ସ୍ୱତନ୍ତ୍ର ସଂଖ୍ୟାର ଲୋକର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଆପ୍ ଦଳର କାର୍ଯ୍ୟକର୍ତା ଆଦିତ୍ୟ ରଥ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ପ୍ରାବନ୍ଧିକା ଡ଼ ବିଧୁପ୍ରଭା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ଇଣ୍ଟରନ୍ୟାସନାଲ ହ୍ଯୁମାନ ରାଇଟସ୍ କାଉନସିଲ୍ ଦ୍ବାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା

masiha

ପନିପରିବା ଦର ଆକାଶଛୁଆଁ ଖାଉଟି ହନ୍ତସନ୍ତ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳଙ୍କ ଦ୍ଵାରା ‘ଗାଁ ଆମ୍ବ ପସରା’ର ଶୁଭାରମ୍ଭ

Leave a Comment

error: Content is protected !!