ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାମ୍ପୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଙ୍ଗନ୍ କା ଉତ୍ସବ ପାଳନ 

ନାମ୍ପୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଙ୍ଗନ୍ କା ଉତ୍ସବ ପାଳନ 

ଜଳେଶ୍ଵର,୨୯/୯(ମନିସ)- ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶ କ୍ରମେ ଜଳେଶ୍ଵର ବ୍ଲକ ଅନ୍ତର୍ଗତ ନାମ୍ପୋ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଙ୍ଗନ୍ କା ଉତ୍ସବ ଗତ ୩ ଦିନ ଧରି ପାଳିତ ହୋଇଯାଇଛି।ଉଦ୍ଘାଟନ ଉତ୍ସବରେ ସରପଞ୍ଚ ଲୋପାମୁଦ୍ରା ରାଉଳ ପୌରହିତ୍ୟ କରିଥିଲେ ।ମୁଖ୍ୟ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା,ସମ୍ମାନିତ ଅତିଥି ରୂପେ ସମାଜସେବୀ ଅରୁଣ କୁମାର ରାଉଳ,ସୁଶୀଲ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ଶିଶୁ ମାନଙ୍କ ଶାରୀରିକ,ମାନସିକ ଓ ବୌଦ୍ଧିକ ବିକାଶ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ।ମୁଖ୍ୟବକ୍ତା ରୂପେ ନାମ୍ପୋ ଗ୍ରାମ୍ୟ କମିଟି ସଭାପତି ଚନ୍ଦ୍ର ଶେଖର ଚନ୍ଦ ଯୋଗଦେଇ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଲାଭ କରିଥିବା ଅଙ୍ଗନବାଡି କର୍ମୀ, ସହାୟିକା ଓ ଆଶା କର୍ମୀ ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ନବଜ୍ୟୋତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅଭିଭାବକ ସମ୍ମିଳନୀ 

Sunil Chandra Nayak

ଶହେ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ଉଦ୍ଘାଟିତ

masiha

ଉପଖଣ୍ଡ ସାମ୍ବାଦିକ ସଙ୍ଘ ବନମହୋତ୍ସବ

Sunil Chandra Nayak

Leave a Comment

error: Content is protected !!