ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥିପାଖୋଲ ପର୍ଯ୍ୟଟନ ସ୍ଥଳି ରେ ମର୍ମନ୍ମୁଦ ଅଘଟଣ: ପାଣିରେ ବୁଡ଼ି ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର

ଥିପାଖୋଲ ପର୍ଯ୍ୟଟନ ସ୍ଥଳି ରେ ମର୍ମନ୍ମୁଦ ଅଘଟଣ: ପାଣିରେ ବୁଡ଼ି ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର

ସିନାପାଲି -୧୭/୮ ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଧୀନ ଥିପାଖୋଲ ପର୍ଯ୍ୟଟନସ୍ଥଳୀରେ ଘଟିଛି ଏକ ମର୍ମନ୍ତୁଦ ଅଘଟଣ | ସାଙ୍ଗ ସାଥୀ ସହିତ ବୁଲିବାକୁ ଆସିଥିବା ଜଣେ ଯୁବକ ପାଣିରେ ବୁଡ଼ି ନିଖୋଜ ହେବାର ପ୍ରାୟ ୧୮ ଘଣ୍ଟା ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ଛତିଶଗଡ଼ ଅମଲିପଦର ଅଞ୍ଚଳର ୨୫ ବର୍ଷୀୟ ବସନ୍ତ କୁମାର ଧ୍ରୁବ ବୋଲି ଜଣାପଡ଼ିଛି । ଏହି ଦୁଃଖଦ ଘଟଣା ପରେ ତାଙ୍କ ସାଙ୍ଗସାଥୀ ଓ ପରିବାର ମଧ୍ୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ମିଳିଥିବା ସୂଚନା ଅନୁସାରେ, ବସନ୍ତ କୁମାର ଧ୍ରୁବ ନିଜ ୬ ଜଣ ସାଙ୍ଗଙ୍କ ସହ ରବିବାର ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ବୁଲିବା ପାଇଁ ଆସିଥିଲେ। ସମସ୍ତେ ମିଶି ପର୍ଯ୍ୟଟନସ୍ଥଳୀର ବିଭିନ୍ନ ସ୍ଥାନ ବୁଲିବା ସହିତ ଜଳାଶୟ ନିକଟକୁ ଯାଇଥିଲେ। ତେବେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ସେମାନଙ୍କ ମଧ୍ୟରୁ ୩ ଜଣ ପାଣି ଭିତରକୁ ଯାଇଥିଲେ। ପାଣିର ସ୍ରୋତ ଓ ଗଭୀରତା ସମ୍ପର୍କରେ ସମ୍ଭବତଃ ଠିକ୍ ଅନୁମାନ ନକରି ପାଣି ଭିତରକୁ ଯିବା ପରେ ହଠାତ୍ ବିପଦ ଦେଖାଦେଇଥିଲା ।ଏହି ସମୟରେ ଦୁଇଜଣ ଯୁବକ କୌଣସି ପ୍ରକାରେ ସୁରକ୍ଷିତ ଭାବେ ପାଣିରୁ ବାହାରି ଆସିଥିଲେ। କିନ୍ତୁ ଗଭୀର ସ୍ରୋତ ରେ ବସନ୍ତ କୁମାର ଧ୍ରୁବ ପାଣିରୁ ବାହାରି ପାରିନଥିଲେ। ଆଖି ଆଗରେ ସେ ପାଣିରେ ନିଖୋଜ ହୋଇଯିବା ପରେ ସାଙ୍ଗମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ସାଙ୍ଗମାନେ ତୁରନ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସିନାପାଲି ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର ଟିମ୍ ଘଟଣାସୁଳରେ ପହଞ୍ଚିଥିଲେ। ନିଖୋଜ ଯୁବକଙ୍କୁ ଠାବ କରିବା ପାଇଁ ତୁରନ୍ତ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା I ଜଳାଶୟରେ ପାଣିର ଗଭୀରତା ଓ ସ୍ରୋତ ଅଧିକ ଥ‌ିବାରୁ ଉଦ୍ଧାରକାରୀ ଦଳକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ରାତି ପର୍ଯ୍ୟନ୍ତ ଖୋଜାଖୋଜି ଚାଲିଥିଲେ ମଧ୍ୟ ବସନ୍ତଙ୍କ ସନ୍ଧାନ ମିଳିନଥିଲା । ପରେ ସୋମବାର ସକାଳୁ ପୁଣିଥରେ ଅଗ୍ନିଶମ ବିଭାଗ ଓ ସମ୍ପୃକ୍ତ ଟିମ୍ ପକ୍ଷରୁ ଜୋରଦାର ଭାବେ ଖୋଜାଖୋଜି ଆରମ୍ଭକରାଯାଇଥିଲା । ଦୀର୍ଘ ସମୟର ଅଭିଯାନ ପରେ ଶେଷରେ ସୋମବାର ଦିନ ପ୍ରାୟ ୧୨ଟା ସମୟରେ ବସନ୍ତଙ୍କ ମୃତଦେହ ଠାବ କରାଯାଇଥିଲା । ଉଦ୍ଧାରକାରୀ ଦଳ ମୃତଦେହକୁ ପାଣିରୁ ବାହାର କରିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏହାକୁ ନେଇ ଗଭୀର ଦୁଃଖ ପ୍ରକାଶ ପାଇଥିଲା |ଘଟଣାଟି ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନ ଠିଆ କରିଛି। ବିଶେଷକରି ବର୍ଷା ଦିନ ଜଳାଶୟରେ ପାଣି ବଢ଼ିବା ସହ ସ୍ରୋତ ତୀବ୍ର ହୋଇଥାଏ। ଏଭଳି ସମୟରେ ପର୍ଯ୍ୟଟକମାନେ ଅସାବଧାନତାରେ ପାଣି ଭିତରକୁ ପ୍ରବେଶ କଲେ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଥାଏ । ତେଣୁ ଥିପାଖୋଲ ଭଲି ର୍ଯପର୍ଯ୍ୟଟନ ସ୍ଥଳି ର ବିପଦଜନକ ସ୍ଥାନଗୁଡ଼ିକୁ ଚିହ୍ନଟ କରି ସେଠାରେ ସ୍ପଷ୍ଟ ଭାବେ ସତର୍କତାମୂଳକ ଫଳକ ଲଗାଇବା, ପର୍ଯ୍ୟଟକଙ୍କ ଉପରେ ନଜର ରଖିବା ପାଇଁ ସୁରକ୍ଷାକର୍ମୀ ନିୟୋଜନ କରିବା ଏବଂ ଜରୁରୀ ସମୟରେ ତୁରନ୍ତ ଉଦ୍ଧାର ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରଖି ବାକୁ ସାଧାରଣରେ ଦାବି ହେଉଛି। ସେହିପରି ପର୍ଯ୍ୟଟକମାନେ ମଧ୍ୟ ନିଜ ସୁରକ୍ଷା ପ୍ରତି ସଚେତନ ହେବା ଆବଶ୍ୟକ। ପାଣିର ଗଭୀରତା ଓ ସ୍ରୋତ ସମ୍ପର୍କରେ ଜାଣିନଥାଇ ଜଳାଶୟ ଭିତରକୁ ଯିବା, ବିପଦଜନକ ସ୍ଥାନରେ ଫଟୋ ଉଠାଇବା କିମ୍ବା ମଜାମସ୍ତି କରିବାରୁ ଦୂରେଇ ରହିବା ର ଅଟେ | ଥିପାଖୋଲ ର ଏହି ଦୁଃଖଦ ଘଟଣା ଅନ୍ୟ ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏକ ସତର୍କବାଣୀପାଲଟିଛି। ଏହି ଘଟଣା ପରେ ପର୍ଯ୍ୟଟନସ୍ଥଳୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ସହ ଭବିଷ୍ୟତରେ ଯେପରି ଏଭଳି ଅଘଟଣର ପୁନରାବୃତ୍ତି ନହୁଏ, ସେଥ‌ିପାଇଁ ପ୍ରଶାସନ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

Related posts

ଗ୍ରାମାଞ୍ଚଳ ରେ ଚାଲିଛି ଶୁଶୁକନ୍ୟା ବିବାହ ,  ନିଦାବିଷ୍ଣୁ ପ୍ରଶାସନ , ବୈଠକ ରେ ସୀମିତ ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲାପାଳଙ୍କ ନିକଟରେ ଆଇନଜୀବୀଙ୍କ ବହୁଦିନର ଦାବି ସଫଳ ହେଲା

masiha

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!