ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ ସାକିଲବା ଗ୍ରାମ, ୬ ମାସ ହେଉଛି ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବନ୍ଦ ଅନ୍ଧାରରେ ଗ୍ରାମବାସୀ
ବନ୍ଧୁଗାଁ ତା ୨୯/୯ /୨୬,କୋରାପୁଟ ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଆଲମଣ୍ଡା ପଞ୍ଚାୟତ ସାକିଲବା ଗ୍ରାମ ସରକାରଙ୍କ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛି। ସାକିଲବା ଗ୍ରାମ ସଦର ପଞ୍ଚାୟତ ଠାରୁ ୯ କିମି ଦୂରରେ ଅବସ୍ଥିତ। ଆଜି ପର୍ଯ୍ୟନ୍ତ ଗାଁ କୁ ରାସ୍ତା ନାହିଁ, ଘଞ୍ଚ ଜଙ୍ଗଲ ଘେରରେ କେବଳ ପାଦଚଲା ରାସ୍ତା ଉପରେ ନିର୍ଭର କରନ୍ତି। ନଳକୂପ ନ ଥିବା ରୁ ଝରଣା ପାଣି ଉପରେ ନିର୍ଭର କରି ଆସୁଛନ୍ତି। ଆଜକୁ ଏକ ହେଉଛି ଗାଁ ରେ ବିଦ୍ୟୁତ ସଂଯୋଗ ହୋଇ ଥିଲେ ମଧ୍ୟ ପ୍ରାୟ ୬ ମାସ ହେଉଛି ଅନ୍ଧାରରେ ରହିଛି ଗାଁ। ବିଦ୍ୟୁତ ବିଲ ଜଣ ପିଛା ୧୨ ହଜାର ଟଙ୍କାର ଆସିଥିବା କହିବାରୁ ଗ୍ରାମବାସୀ ଙ୍କ ଠାରୁ ୪୦ ହଜାର ଟଙ୍କା ଉଠାଇ ଲାଇନ ରୀଙ୍କୁ ଆଚାରୀୟା ଙ୍କୁ ପୈଠ କରି ଥିଲେ। ସେହି ଦିନ ରୁ ବିଦ୍ୟୁତ ବିଭାଗର ଆଉ କାହାର ଦେଖା ଯାଉ ନାହାନ୍ତି। ସଂଯୋଗ ହୋଇଥିବା ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଥିବା ସହ ତାର ଗୁଡିକ ଛିଣ୍ଡି ତଳେ ପଡ଼ି ରହିଛି। ଗାଁରେ ୧୫ ଟି ପରିବାର ବସବାସ କରୁଥିବା ବେଳେ ଆଜି ପବନ ସରକାରଙ୍କ ନିହାତି ଆବଶ୍ୟକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ଥିବାରୁ ୬ ଟି ପରିବାର ଗାଁ ଛାଡ଼ି ଅନ୍ୟ ଗାଁକୁ ଚାଲି ଯାଇଛନ୍ତି। ଗାଁରେ ଅଙ୍ଗନୱାଡ଼ି କେନ୍ଦ୍ର ଥିଲେ ମଧ୍ୟ ଅପରିଷ୍କାର ହୋଇ ଜଙ୍ଗଲ ହୋଇ ଯାଇଛି। ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ର କୁ ଆସୁ ନ ଥିବା ଅଭିଯୋଗ ହୋଇଛି। ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ଅନେକ ଥର ବ୍ଲକ ଓ ଜିଲ୍ଲା ପ୍ରଶାସନ ଙ୍କୁ ଗୁହାରି କରି ଥିଲେ ମଧ୍ୟ ପ୍ରଶାସନ ନୀରବ ରହି ଛନ୍ତି। ଗରିବ ଆଦିବାସୀ ପରିବାର ବିଦ୍ୟୁତ ସଂଯୋଗ ପରେ ୪୦ ହଜାର ଟଙ୍କା ଦେଇ ଥିଲେ ମଧ୍ୟ ବିଦ୍ୟୁତ ସଂଯୋଗ ହୋଇ ପାରି ନାହିଁ ତାହା ତଦନ୍ତ ହୋଇ ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଯଦି ବିଦ୍ୟୁତ ବିଭାଗ ଅତି ଶୀଘ୍ର ପଦକ୍ଷେପ ଗ୍ରହଣ ନକଲେ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଗୁହାରି କରିବାକୁ ନବୀନ କଣ୍ଡାଗରି, ସୁନାମଣି କଣ୍ଡାଗରି, ନୂକା କଣ୍ଡାଗରି, ଲାଚନା ପୁଆଲା, ମଙ୍ଗୁଳୁ କଣ୍ଡାଗରି, କୈଳାଶ କଣ୍ଡାଗରି, କାମେୟା ପିଡିକା, ଚନ୍ଦ୍ର ପିଡିକା ଓ ଦିଆନା କଣ୍ଡାଗରି ପ୍ରମୁଖ କରିବାକୁ ଜଣାଇଛନ୍ତି। ଗ୍ରାମରେ ରହିଥିବା ପିଲାଏଁ ଶିକ୍ଷିତ ବେକାର ହୋଇ କୁଲି କାମ ବି ପାଇବା କଷ୍ଟ ହୋଇଯାଇଛି I ଆଜିକା ଦୁନିଆରେ ପଲି ଓ ସହଲ ବାସି 5ଜି ଡିଜିଟାଲ ଦୁନିଆରେ ବଞ୍ଚୁଥିବା ବେଳେ ଆମ ଗାଁ ପାଇଁ ଡିଜିଟାଲ ଦୁନିଆ କଥା ତ ଦୂର ଗାଁକୁ ବିଜୁଳି ଓ ଶିକ୍ଷା ବ୍ୟବସ୍ଥା ଆମ ପାଇଁ ସାତ ସପନ ହୋଇଯାଇଛି ବଲି ଗାଁର ପୁରୁଷ ଓ ମହିଳା ମାନଙ୍କ ବୟାନ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ I
ଚତୁର୍ଥ ଶ୍ରେଣୀ ପିଲାଙ୍କୁ ଆସୁନି ABCD!
କେ.ଗୁରୁଷି ଗ୍ରାମରେ ପ୍ରାଥମିକ ଶିକ୍ଷାର ମାନକୁ ନେଇ ଉଠିଲା ପ୍ରଶ୍ନ
ବନ୍ଧୁଗାଁ: ୨୮/୯/୨୬,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତର ଗୁରୁଷି ଗ୍ରାମରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନେଇ ଏକ ଗୁରୁତର ପ୍ରଶ୍ନ ସାମ୍ନାକୁ ଆସିଛି। ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ପିଲାମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ଇଂରାଜୀର ମୌଳିକ ABCD ମଧ୍ୟ ସଠିକ୍ ଭାବେ କହିପାରୁନଥିବା ଅଭିଯୋଗ ହୋଇଛି।
ପ୍ରାଥମିକ ସ୍ତରରେ ପିଲାଙ୍କ ଶିକ୍ଷାର ମୂଳଦୁଆ ମଜବୁତ ହେବା ଆବଶ୍ୟକ। କିନ୍ତୁ ଚତୁର୍ଥ ଶ୍ରେଣୀରେ ପହଞ୍ଚିବା ପରେ ମଧ୍ୟ ଯଦି ପିଲାମାନେ ଇଂରାଜୀର ମୌଳିକ ଅକ୍ଷର ଶିଖିପାରୁନାହାନ୍ତି, ତେବେ ଆଗାମୀ ଦିନରେ ସେମାନଙ୍କ ପାଠପଢ଼ା କିପରି ଆଗକୁ ବଢ଼ିବ ଓ କେଉଁ ପ୍ରକାର ଭାବରେ ବୁଦ୍ଧିମାନ ହୋଇ ବଡ଼ ଲୋକ ହୋଇ ଶିକ୍ଷାକୁ ଆପଣେଇବେ I ତାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଶିକ୍ଷାଦାନ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆନଯିବା ଓ ଶିକ୍ଷକଙ୍କ ଅବହେଳା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥିବା କୁହାଯାଉଛି। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମିଳିବା ଆବଶ୍ୟକ।ପିଲାମାନଙ୍କ ମୌଳିକ ଶିକ୍ଷାଦକ୍ଷତାର ମୂଲ୍ୟାୟନ କରି ଦୁର୍ବଳ ଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଶିକ୍ଷାଦାନ କରାଯାଉ। ଏଥିସହ ଘଟଣାର ତଦନ୍ତ କରି ଶିକ୍ଷା ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ଅଭିଭାବକ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି I
ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର

