ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂକିର୍ତ୍ତନ ନାଏକଙ୍କୁ ବୁଥ ସ୍ତରୀୟ ଅଧିକାରୀ ଭାବରେ ସମ୍ମାନିତ କଲେ ମହାମହିମ ରାଜ୍ୟପାଳ 

ଥୁଆମୂଳ ରାମପୁର ଅନ୍ତର୍ଗତ ରାଣୀଡୁମେର ଭୋଟ ଗ୍ରହଣ କେନ୍ଦ୍ରର ବୂଥ ସ୍ତରୀୟ ଅଧିକାରୀ ଶ୍ରୀ ସଂକୀର୍ତନ ନାଏକଙ୍କୁ କଳାହାଣ୍ଡିର ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ ହିସାବରେ ମାନ୍ୟବର ରାଜ୍ୟପାଳ, ଆଜି ରାଜ୍ୟ ସ୍ତରୀୟ ଜାତୀୟ ଭୋଟର ଦିବସ ଅବସରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ରମଣ୍ଡପ ଠାରେ ସମ୍ମାନିତ କରିଛନ୍ତି. ଗତ ୨୦୨୨ ବର୍ଷରେ ଭୋଟର କାର୍ଡ ସହିତ ଶତ ପ୍ରତିଶତ ଆଧାର ଲିଂକେଜ ତଥା ଥୁଆମୂଳ ରାମପୁର ଭଳି ନେଟୱର୍କ ବିହୀନ ଅଂଚଳରେ ଅନଲାଇନ ଆବେଦନ ମାଧ୍ୟମରେ ନୂତନ ଭୋଟର କାର୍ଡ, ଭୋଟର କାର୍ଡ ସଂଶୋଧନ ତଥା ନିର୍ବାଚନ କମିଶନଙ୍କ ସମୟାନୁସାରେ ଆସୁଥିବା ବିଭିନ୍ନ ନିର୍ଦ୍ଦେକକୁ ସୁଚାରୁ ରୂପରେ ସମ୍ପନ୍ନ କରିଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନୋନୟନ କ୍ରମେ ଏବଂ ନିର୍ବାଚନ କମିଶନଙ୍କ ବାର୍ଷିକ ରିପୋର୍ଟ କ୍ରମେ ତାଙ୍କୁ ଶ୍ରେଷ୍ଠ ବୁଥସ୍ତରୀୟ ଅଧିକାରୀ ହିସାବରେ ସମ୍ମାନିତ କରାଯାଇଥିଲା. ବର୍ତ୍ତମାନ ଶ୍ରୀ ସଙ୍କିର୍ତ୍ତନ ନାଏକ ଲାଠିଆଗୁଡା ପ୍ରାଥମିକ ବିଦ୍ୟାଳୟ , ଥୁଆମୂଳର ପ୍ରଧାନ ଶିକ୍ଷକ ହିସାବରେ କାର୍ଯ୍ୟ ତୁଲାଇ ଅଛନ୍ତି. ତାଙ୍କର ଏହି ସଫଳତା ପାଇଁ ସେ ବ୍ଲକର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଗୋଷ୍ଠୀ ଶିକ୍ଷଧିକାରୀ, ସମସ୍ତ ବି.ଏଲ.ଓ. ସୁପରଭାଇଜର ଏବଂ ବି.ଏଲ.ଓ ବନ୍ଧୁ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ଗୃହ ଓ ଭୋଜନଶାଳା ଉଦ୍ଘାଟିତ

Sunil Chandra Nayak

ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ଗଠିତ ,ମହାସଂଘ ସଭାପତି ହେଲେ ବରିଷ୍ଠ ସାମ୍ବାଦିକ ରବି ରଥ

Sunil Chandra Nayak

ଉଲିହାତୁ ରେ150ତମ ବିର୍ସା ମୁଣ୍ଡା ଜନ୍ମଦିନ ପାଳିତ

masiha

Leave a Comment

error: Content is protected !!