ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫେବୃଆରୀ ୫ ରେ ଟାଟା ଷ୍ଟିଲ ରନ୍_ ଏ_ ଥନ୍ ଦୌଡ ପ୍ରତିଯୋଗୀତା

ଢେ଼ଙ୍କାନାଳ (ମ ସୀ ହା)୨୫/୦୧_ଆସନ୍ତା ଫେବୃଆରୀ ୫ ତାରିଖରେ ଢେ଼ଙ୍କାନାଳ ଜିଲ୍ଲା ପ୍ରଶାସନ ଟାଟାଷ୍ଟିଲ ମେରାମଣ୍ଡଳୀ ର ମିଳିତ ସହଯୋଗରେ ଟାଟା ଷ୍ଟିଲ ମାରାଥନ ଦୌଡ “ରନ୍-ଏ-ଥନ୍ – ୨୦୨୩” ଅନୁଷ୍ଠିତ ହେବ । ଏଥି ପାଇଁ ଆଜିଠାରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯାଇଛି l ସୁସ୍ଥ ସମାଜ ଓ ଉତ୍ତମ ସ୍ଵାସ୍ଥ୍ୟ ଗଠନ ପୂର୍ବକ ଏହି କାର୍ଯ୍ୟକ୍ରମ ରେ ସିନିୟର ପାଇଁ ୨୦୦ଟଙ୍କା ଓ ଜୁନିୟର ପାଇଁ ୧୫୦ ଟଙ୍କା ଅନଲାଇନରେ ଡିପୋଜିଟ୍ କରି ଫାଷ୍ଟ କମ୍ ଫାଷ୍ଟ ସର୍ଭ ଅନୁସାରେ ନିଶ୍ଚିତ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି l ସୂଚନା ଯୋଗ୍ୟ ଯେ ୨୦୧୯,୨୦୨୦ ମସିହା ରେ ଅନୁଗୋଳ,ଢେ଼ଙ୍କାନାଳ ତଥା ରାଜ୍ୟ ର କୋଣ ଅନୁକୋଣରେ ଏହା ବେଶ୍ ଆନନ୍ଦ ଉତ୍ସାହ ଭରିଦେଇ ଥିଲା l କିନ୍ତୁ କୋରୋନା ମହାମାରୀ ପାଇଁ ଦୁଇ ବର୍ଷ ଧରି ସ୍ଥଗିତ ରହିଥିବା ପ୍ରତିଯୋଗିତା ଚଳିତ ବର୍ଷ ଆଶାୟୀ ମାନଂକ ମଧ୍ୟରେ ଉତ୍ସାହ ଉନ୍ମାଦନା ଭରି ଦେଇଅଛି lଉଛୁକ ପ୍ରତିଯୋଗୀ ମାନେ ଜାନୁଆରୀ ମାସ ୩୦ ତାରିଖ ଭିତରେ https://tataateelmeramandalirun.com ରେ ନାମ ଅନ୍ତର୍ଭୁକ୍ତ କଲା ପରେ କମ୍ପାନୀ ପକ୍ଷରୁ ଟି ସାର୍ଟ, ବି ଆଇ ବି, ନମ୍ବର ଯୋଗାଇ ଦିଆଯିବ l ୧୪ ରୁ ୧୯ ବର୍ଷ ଉଭୟ ପୁରୁଷ ଓ ମହିଳା ଙ୍କ ପାଇଁ ୫ କି ମି ଓ ୧୯ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଙ୍କ ପାଇଁ ୧୦ କି ମି ଦୌଡିବା ପାଇଁ ନିର୍ଦ୍ଧାରିତ କରାଯାଉଛି l ପ୍ରତିଯୋଗୀ ମାନେ ସଫଳ ହାସଲ କଲେ ସମୁଦାୟ ୪ ଲକ୍ଷ ୨୦ ହଜାର ପୁରସ୍କାର ଓ ଟ୍ରଫି ପାଇଁଯୋଗ୍ୟ ବିବେଚିତ ହୋଇପାରିବେ ବୋଲି ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

masiha

ବାଲିଗୁଡ଼ା ଏନ୍ଏସିରେ ସାଂସଦଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ 

masiha

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

Leave a Comment

error: Content is protected !!