ତିର୍ତ୍ତୋଲ :- 24/01/23 ସରକାରୀ ବିଦ୍ୟାଳୟ ଅର୍ଥ ଦୁର୍ନୀତିରେ ଛନ୍ଦିହୋଇ ଚାକିରିରୁ ନିଲମ୍ବିତ ହେଲେ ବାଲାବିହାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରଥ ମଲ୍ଲ ! ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ଅଧୀନରେ ଥିବା କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମରେ ବାଲାବିହାରୀ ସରକାରୀ ବିଦ୍ୟାଳୟ ! ସରକାରୀ ଅର୍ଥର ଦୁରୁପଯୋଗ କରିଥିବା ଅଭିଯୋଗରେ ଗତ ଡିସେମ୍ବର ମାସ 8 ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୋଜ ମଲ୍ଲିକ ଓ ମୋ ସ୍କୁଲ ଅଭିଯାନର ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି ବିଦ୍ୟାଳୟର ଅବଶିଷ୍ଟ ସଭ୍ୟ ମାନଙ୍କୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ! ଏହାର ନକଲ ଜିଲ୍ଲାଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳ ଙ୍କ ଗୋଚରାର୍ଥେ ତୁରନ୍ତ ପଦକ୍ଷେପ ନେବାକୁ ଦାଖଲ କରିଥିଲେ ! ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ଗତ ଜାନୁଆରୀ 5 ତାରିଖରେ ତଦନ୍ତ କରି ସମସ୍ତ ଅଭିଯୋଗ ସତ୍ୟ ଓ ଦୁର୍ନୀତିମୂଳକ ବୋଲି ଅବଗତ ହେଲାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ଦେଇଥିଲେ ! ତାପରେ ଇଂ. ଶ୍ରୀଯୁକ୍ତ ପୃଷ୍ଟି କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବା ଜାଣି ପୁନର୍ବାର ଜିଲ୍ଲପାଳ, ମୁଖ୍ୟମନ୍ତ୍ରୀ, ଓ 5T ସଚିବଙ୍କୁ ଟ୍ୱିଟ କରିଥିଲେ ! ଅପେକ୍ଷାର ଫଳ ମଧୁର ପରି ଆଜି ସଂମ୍ପୁକ୍ତ ପ୍ରଧାନଶିକ୍ଷକ ଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଥିବାର ଜଣାଯାଇଛି ! ପ୍ରକାଶ ଥାଉକି ଶ୍ରୀଯୁକ୍ତ ମଲ୍ଲ କେବଳ ବିଦ୍ୟାଳୟ ର ମରାମତି ଅର୍ଥକୁ ଆତ୍ମସାତ କରିନାହାନ୍ତି ! ତାହା ସହିତ ନିମ୍ନ ମୂଲ୍ୟର ପୋଷାକ କ୍ରୟ, ଏବଂ କମ ପିଲାଙ୍କ ଉପସ୍ଥାନ ଜାଗାରେ ଅଧିକ ପିଲାଙ୍କ ନାମରେ ରୋଷେଇ କରାଯାଇଛି ବୋଲି ଦର୍ଶାଇ ଅର୍ଥ ହଡପ କରିଛନ୍ତି ! ଗ୍ରାମବାସୀ ମାନେ ତଥା ପରିଚାଳନା କମିଟି ପ୍ରଶାସନ କୁ ପ୍ରଶଂସା କରିଥିବାର ଦେଖାଯାଇଛି !