ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲାବିହାରୀ ସରକାରୀ ସ୍କୁଲର ପ୍ରଧାନଶିକ୍ଷକ ନିଲମ୍ବିତ

ତିର୍ତ୍ତୋଲ :- 24/01/23 ସରକାରୀ ବିଦ୍ୟାଳୟ ଅର୍ଥ ଦୁର୍ନୀତିରେ ଛନ୍ଦିହୋଇ ଚାକିରିରୁ ନିଲମ୍ବିତ ହେଲେ ବାଲାବିହାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରଥ ମଲ୍ଲ ! ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷା ମଣ୍ଡଳ ଅଧୀନରେ ଥିବା କନିମୂଳ ପଞ୍ଚାୟତର ମତ୍ତଗଜପୁର ଗ୍ରାମରେ ବାଲାବିହାରୀ ସରକାରୀ ବିଦ୍ୟାଳୟ ! ସରକାରୀ ଅର୍ଥର ଦୁରୁପଯୋଗ କରିଥିବା ଅଭିଯୋଗରେ ଗତ ଡିସେମ୍ବର ମାସ 8 ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନୋଜ ମଲ୍ଲିକ ଓ ମୋ ସ୍କୁଲ ଅଭିଯାନର ସଭାପତି ଇଂ. ବେଦଦ୍ୟୁତି ପୃଷ୍ଟି ବିଦ୍ୟାଳୟର ଅବଶିଷ୍ଟ ସଭ୍ୟ ମାନଙ୍କୁ ନେଇ ବ୍ଲକ ଶିକ୍ଷାଧିକାରୀଙ୍କୁ ଏକ ଲିଖିତ ଅଭିଯୋଗ କରିଥିଲେ ! ଏହାର ନକଲ ଜିଲ୍ଲାଶିକ୍ଷାଧିକାରୀ ଏବଂ ଜିଲ୍ଲାପାଳ ଙ୍କ ଗୋଚରାର୍ଥେ ତୁରନ୍ତ ପଦକ୍ଷେପ ନେବାକୁ ଦାଖଲ କରିଥିଲେ ! ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା ଗତ ଜାନୁଆରୀ 5 ତାରିଖରେ ତଦନ୍ତ କରି ସମସ୍ତ ଅଭିଯୋଗ ସତ୍ୟ ଓ ଦୁର୍ନୀତିମୂଳକ ବୋଲି ଅବଗତ ହେଲାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମତ ଦେଇଥିଲେ ! ତାପରେ ଇଂ. ଶ୍ରୀଯୁକ୍ତ ପୃଷ୍ଟି କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେବା ଜାଣି ପୁନର୍ବାର ଜିଲ୍ଲପାଳ, ମୁଖ୍ୟମନ୍ତ୍ରୀ, ଓ 5T ସଚିବଙ୍କୁ ଟ୍ୱିଟ କରିଥିଲେ ! ଅପେକ୍ଷାର ଫଳ ମଧୁର ପରି ଆଜି ସଂମ୍ପୁକ୍ତ ପ୍ରଧାନଶିକ୍ଷକ ଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଥିବାର ଜଣାଯାଇଛି ! ପ୍ରକାଶ ଥାଉକି ଶ୍ରୀଯୁକ୍ତ ମଲ୍ଲ କେବଳ ବିଦ୍ୟାଳୟ ର ମରାମତି ଅର୍ଥକୁ ଆତ୍ମସାତ କରିନାହାନ୍ତି ! ତାହା ସହିତ ନିମ୍ନ ମୂଲ୍ୟର ପୋଷାକ କ୍ରୟ, ଏବଂ କମ ପିଲାଙ୍କ ଉପସ୍ଥାନ ଜାଗାରେ ଅଧିକ ପିଲାଙ୍କ ନାମରେ ରୋଷେଇ କରାଯାଇଛି ବୋଲି ଦର୍ଶାଇ ଅର୍ଥ ହଡପ କରିଛନ୍ତି ! ଗ୍ରାମବାସୀ ମାନେ ତଥା ପରିଚାଳନା କମିଟି ପ୍ରଶାସନ କୁ ପ୍ରଶଂସା କରିଥିବାର ଦେଖାଯାଇଛି !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ପାଇଁ ସାମ୍ବାଦିକ ସମ୍ମିଳନୀ

masiha

Leave a Comment

error: Content is protected !!