ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ 

ଭାରତ ବିକାଶ ପରିଷଦର ପ୍ରସ୍ତୁତି ବୈଠକ 

ରାଉରକେଲା: ଭାରତ ବିକାଶ ପରିଷଦ ମହିଳା ଓ ବାଳବିକାଶ ବିଭାଗର ଚଳିତ ଜୁନ ମାସର ଆସନ୍ତା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ରାଉରକେଲା କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ବନ୍ଦିତା ମହନ୍ତ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ବୈଠକରେ ପ୍ରାନ୍ତ ମହିଳା ସହଭାଗିତା ଡ଼ଃ କଲ୍ୟାଣୀ ମିଶ୍ର, ମହିଳା ସଚିବ ମଞ୍ଜୁରାଣୀ ମେହେର ପ୍ରମୁଖ ଉପସ୍ଥିତ ରହି ଚଳିତ ମାସର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ବାଳ ଓ ଯୁବ ସଂସ୍କାର କାର୍ଯ୍ୟକ୍ରମ କୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହି କାର୍ଯ୍ୟକ୍ରମକୁ ମିଳିମିଶି ଆଗେଇ ନେଇ ସମାଜ କୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେବାପାଇଁ ଆହ୍ୱାନ ଦିଆଯାଇଥିଲା। ଏହାସହ ସହ ସଭ୍ୟ ସଭ୍ୟମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ସଭାପତି ଶ୍ରୀ କକ୍କଡ ସ୍ବାଗତ ଭାଷଣ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ସାଧାରଣ ସମ୍ପାଦକ ଶ୍ରୀମତୀ ମାହାତୋ ସହଭାଗିତା କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମଧୁସୂଦନ ମହାପାତ୍ର,ରବି ଦାସ, ଜିତେନ୍ଦ୍ର ପ୍ରସାଦ, ଅଞ୍ଜୁ କକ୍କଡ, ସ୍ନେହଲତା ଗନ୍ତାଘରିଆ, ନଳିନୀ ମହାପାତ୍ର, ଗୀତା ଦାସ,ଡି ରାଜୁ,ଉଷା ଦାସ, ଡ଼ଃ ଉଷା ମିଶ୍ର, ବବିତା ଶୁକ୍ଳା, ସୁଷମା ପ୍ରସାଦ, ଏମ୍ ଏସ୍ ମହାପାତ୍ର, ପ୍ରଦୀପ ରାଉତରାୟ, ମମତା ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପରିଦର୍ଶନ କମିଟିର ଧର୍ମଗଡ ସ୍ୱଧାର ଗୃହ ପରିଦର୍ଶନ

Sunil Chandra Nayak

ଡ୍ରାଇଭର ମହାସଂଘ କୁ ପୁର୍ଣ ସମର୍ଥନ ଜଣାଇଲା ଜିଲ୍ଲା ଯୁବ କଂଗ୍ରେସ , ଯୋଗ ଦେଲେ ଜିଲ୍ଲା ପରିଷଦ ସଭ୍ୟା ଡ. ଲିପିକା ମାଝୀ

Sunil Chandra Nayak

ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶାରେ ଓଡ଼ିଶା ଦିବସ -୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!