ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ପତି ପାଇଁ ବୃଦ୍ଧା ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ 

ସମ୍ପତି ପାଇଁ ବୃଦ୍ଧା ବାପା ମାଆକୁ ମାଡ ମାରି ଘରୁ ବାହାର କରିଦେଲା ପୁଅ 

କାମାକ୍ଷାନଗର (ମନିସ )8/9/23 // ସମ୍ପତି ଲୋଭରେ ରୋଗିଣା ବାପା ଓ ମାଆକୁ ମାଡ ମାରି ଘରୁ ବାହାର କରିଦେଲା।କିଡନି ରୋଗ ଓ ହାର୍ନିଆ ଅପରେଶନ ହୋଇଥିବା ବୃଦ୍ଧ ବାପାକୁ ମାଡ ମାରିବା ଅଭିଯୋଗ ହୋଇଛି। ଆଉ ହାର୍ନିଆ ଅପରେସନ୍‌ ହୋଇଥିବା ବାପାଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ଘରୁ ତଡ଼ିଦେଇଛି । ଏବେ ଅସହାୟ ବାପା-ମାଆ କୌଣସି ଉପାୟ ନପାଇ ବୃଦ୍ଧାଶ୍ରମରେ ରହୁଛନ୍ତି। ଦଶ ମାସ ଦଶ ଦିନ ଗର୍ଭରେ ରଖି ଜନ୍ମ ଦେଇଥିବା ମାକୁ ମଧ୍ୟ ମାଡ ମାରି ଲହୁଲୁହାଣ କରିଛି ସେଇ ନୃଶସ ପୁଅ l ଏପରି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ ବେଢାପାଳ ଗ୍ରାମରେ l ଏନେଇ ବୃଦ୍ଧ ବାପା-ମାଆ ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ନ୍ୟାୟ ଦେବା ପାଇଁ ଗୁହାରୀ କରିଛନ୍ତିl ଘଟଣାରୁ ପ୍ରକାଶ ଯେ ଭୁବନ ବ୍ଲକ ଅନ୍ତର୍ଗତ ବେଢାପାଳ ଗାଁରେ ବସବାସ କରନ୍ତି ରାହାସ ବେହେରା। ଚାଷବାସ କରି ପରିବାର ଭରଣ ପୋଷଣ କରନ୍ତି। ରାହାସଙ୍କ ପରିବାର କହିଲେ ପତ୍ନୀ କାମିନୀ, ବଡ଼ପୁଅ ବିଶ୍ୱଜିତ ଓ ସାନପୁଅ ରଞ୍ଜିତ। ଅଭାବ ଅନଟନ ଭିତରେ ବହୁ ଘାତ ପ୍ରତିଘାତ ସହି କଷ୍ଟରେ ଦୁଇ ପିଲାଙ୍କୁ ବଡ଼ କରିଥିଲେ।ସାନପୂଅ ସର୍ବଦା ଘରେ ଝଗଡା କରୁଥିଲl । ଯେଉଁଥି ପାଇଁ ଘରେ ପାରିବାରିକ ଅଶାନ୍ତି ଲାଗି ରହିଥିଲା।ସର୍ବଦା ଜମିବାଡି ଭାଗବଣ୍ଟା କରିଦେବା ପାଇଁ ଜିଦ ଧରୁଥିଲା। ଏଥିରେ ରାହାସ ରାଜି ନହେବାରୁ ମାରପିଟ କରିବା ଆରମ୍ଭ କରିଥିଲା ସାନପୁଅ ରଞ୍ଜିତ। ପ୍ରତ୍ୟେକ ଦିନ ଘରେ ଅଶାନ୍ତ ଲାଗି ରହିବାରୁ ବଡପୂଅ ଘରଛାଡି ଅନ୍ୟତ୍ର ରହିବାକୁ ବାଧ୍ୟ ହୋଇଥିଲେ। ତେବେ କିଛି ଦିନ ପରେ ବାପା ମାଆ ଘରଛାଡି ଭଡାରେ ରହୁଥିବା ବଡପୂଅ ପାଖକୁ ଚାଲିଯାଇଥିଲେ l ତଥାପି ସାନପୁଅ ସେଠାକୁଯାଇ ବାପ, ମା ଏବଂ ବଡ଼ ଭାଇକୁ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜକରି ଜୀବନରୁ ମାରିଦେବାପାଇଁ ଧମକ ଦେଉଥିଲା l ନିର୍ଯାତନା ଅସହ୍ୟ ହେବାରୁ ରାହାସଙ୍କ ବଡ଼ପୁଅ ବିଶ୍ୱଜିତ ଓ ତାଙ୍କ ପରିବାର ଲୋକେ ଘରଛାଡ଼ି ଅନ୍ୟତ୍ର ପଳାଇ ଯାଇ ଗାଁଠାରୁ କିଛି ଦୂରରେ ଘର ଭଡ଼ା ନେଇ ରହୁଥିଲେ।ସେଠାରେ ମଧ୍ୟ ଯାଇ ମାଡପିଟ କରିଥିଲା ସାନପୂଅ। ବାଧ୍ୟ ହୋଇ ଏବେ ବଦ୍ଧାଶ୍ରମରେ ଆଶ୍ରୟ ନେଇଛନ୍ତି ବୃଦ୍ଧ ଦମ୍ପତି । ତେବେ ଏନେଇ ରାହାସ ପୋଲିସର ଆଶ୍ରୟ ନେଇଥିଲେ l ହେଲେ ପୋଲିସର କୌଣସି ପ୍ରତିକ୍ରିୟା ଏଥି ପ୍ରତି ହୋଇପାରି ନାହିଁ। ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ରାହାଶଙ୍କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀକୁ ଦଣ୍ଡ ଦେବାପାଇଁ ଗ୍ରାମବାସୀ ତଥା ଅଂଚଳର ବୁଦ୍ଧିଜୀବୀ ମାନେ ଦାବୀ କରିଛନ୍ତି 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜନଜାତୀୟ ଗୌରବ ଦିବସ- ୨୦୨୫ ଉପଲକ୍ଷେ ପ୍ରସ୍ତୁତି ବୈଠକ 

Sunil Chandra Nayak

ନର୍ଲା ଠାରେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

masiha

ମୋଟରସାଇକେଲ ଧକ୍କାରେ ଜଣେ ମୃତ

Leave a Comment

error: Content is protected !!