ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୌଡ଼ କଷ୍ଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି,ସ୍ବାମୀ ବିବେକାନନ୍ଦ,ଓ ମହତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ

ଗୌଡ଼ କଷ୍ଟିଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି,ସ୍ବାମୀ ବିବେକାନନ୍ଦ,ଓ ମହତ୍ମା ଗାନ୍ଧୀ ପ୍ରତିମୂର୍ତ୍ତି ଉନ୍ମୋଚିତ

ତେନ୍ତୁଳିଖୁଣ୍ଟି ୦୨/୧୦/୨୪ // ଗୌଡ଼ କଷ୍ଟିଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସମ୍ମାନିତ ଅତିଥିଭାବେ ନନ୍ଦ।ହାଣ୍ଡି ବ୍ଲକ ଅଧ୍ୟକ୍ଷା ସୁମିତ୍ରା ମାଝୀ ଉପାଧ୍ୟକ୍ଷ ସଦନ ଗୌଡ଼ ଓ ଜଗନ୍ନାଥପୁର ସରପଞ୍ଚ ବିଭୀଷଣ ଅମନାତ୍ୟ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ପରିଚାଳନା ପୃଥିରାଜ ପାଇକରାୟ କରିଥିଲେ। ପ୍ରଧାନଶିକ୍ଷକ ପ୍ରବୀର କୁମାର ସାମଲ ନିଜସ୍ୱ ଉଦ୍ୟମ ତଥା ଗ୍ରାମବାସୀ ଙ୍କ ସହ ଯୋଗରେ ବିଦ୍ୟାଳୟ ପରିସର ରେ ବିଘ୍ନବିନାଶକ ଗଣେଶ ,ସ୍ବାମୀ ବିବେକାନନ୍ଦ ,ଜାତିର ପିତା ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ।ଉକ୍ତ ମୂର୍ତ୍ତି ସମୂହ ଉନ୍ମୋଚନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ ଯୋଗଦେଇଥିବା ଗଣ୍ୟ ମାନ୍ୟ ବ୍ୟକ୍ତି ସମୁହଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ। ବିଧାୟକ ମାଝୀ ପ୍ରଧାନଶିକ୍ଷକ ଙ୍କ ଏଭଳି ଉଦ୍ୟମ କୁ ପ୍ରଂଶସା କରିବା ସହ ବିଦ୍ୟାଳୟ ର ଯେ କୌଣସି ସମସ୍ୟା ରହିଛି ତାର ସମାଧାନ କରିବା ପ୍ରତିଶ୍ରୁତି ଦେଇଥିଲେ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଧର୍ମପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l କୋଲନରା ବ୍ଲକ କଟିକଣ।ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

ଧର୍ମଗଡ ଠାରେ ୮୮ତମ ଓଡ଼ିଶା ଦିବସ

Sunil Chandra Nayak

Leave a Comment

error: Content is protected !!