ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ର କର୍ମକର୍ତ୍ତା ମାନଙ୍କ ସଂଘ ଗଠିତ 

ଜନସେବା କେନ୍ଦ୍ର ଓ ମୋ ସେବା କେନ୍ଦ୍ର ର କର୍ମକର୍ତ୍ତା ମାନଙ୍କ ସଂଘ ଗଠିତ 

ଡାବୁଗାଁ, ୨୮/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ଶ୍ରୀ ଶ୍ରୀନିବାସ କଲ୍ୟାଣ ମଣ୍ଡପ ଠାରେ ଜିଲାର ସମସ୍ତ ଜନସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରର ସମସ୍ତ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କ ଏକ ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଅତିଥି ମୁଖ୍ୟ ଅତିଥି ରୂପେ ଭାରତୀୟ ମଜଦୁର ସଂଘ ନବରଙ୍ଗପୁର ଜିଲା ସଭାପତି ବାଙ୍କ ବିହାରୀ ବିଶୋଇ ଏବଂ ସମ୍ମାନିତ ଅତିଥି ରୂପେ ଭାରତୀୟ ମଜଦୂର ସଂଘ ନବରଙ୍ଗପୁର ଜିଲା ମୁଖ୍ୟ ଉପଦେଷ୍ଟା ପରମେଶ୍ଵର ବିଶୋଇ ଯୋଗ ଦେଇଥିଲେ। ଏଥିରେ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିବା ସହ ସଂଘ କରିବା ଦ୍ୱାରା କେଉଁ ସବୁ ସୁବିଧା ପାଇ ପାରିବେ ସେ ସମ୍ପର୍କରେ ମଧ୍ୟ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନଙ୍କୁ ଅବଗତ କରାଇଥିଲେ। ଏଥିରେ ଜିଲା ସଂଘ ର କମିଟି ଚୟନ କରାଯାଇଥିଲା । ଏଥିରେ ସଂଘର ଜିଲା ସଭାପତି ଭାବେ ପପୁନ କୁମାର ବାଘ, ଉପସଭାପତି ଭାସ୍କର ଦଣ୍ଡସେନା ଓ ଜିତେନ୍ଦ୍ର ମିଶ୍ର, ସାଧାରଣ ସଂପାଦକ ବିବେକ ତ୍ରିପାଠୀ, ସହ ସଂପାଦକ ମନମୋହନ ସାହୁ ଓ ରାଧା ମାଧବ ସାହୁ, କୋଷାଧ୍ୟକ୍ଷ ଭବାନୀ ଶଙ୍କର ପଣ୍ଡା, ଉପ କୋଷାଧ୍ୟକ୍ଷ ସ୍ମୃତି ରଞ୍ଜନ ଦାସ ଏବଂ ପ୍ରତି ବ୍ଲକ ସଭାପତି ଭାବେ ନବରଙ୍ଗପୁର ବ୍ଲକ ସନଧର ଚଣ୍ଡାଲ, ତେନ୍ତୁଳଖୁଣ୍ଟି ନନ୍ଦନ ବିଷୋୟୀ, ନନ୍ଦାହାଣ୍ଡି ଧନୁର୍ଜୟ ଦିଶାରି, ପାପଡ଼ାହାଣ୍ଡି ସୁନିଲ କୁମାର ଗୌଡ଼, କୋଷାଗୁମୁଡ଼ା ବିକାଶ ସରାବୁ, ଡ଼ାବୁଗାଁ ବସନ୍ତ କୁମାର ବିଷୋୟୀ, ଉମରକୋଟ ସମନ୍ଦୁ ଭତରା, ଝରିଗାଁ ସନ୍ତୋଷ କୁମାର ସାହୁ,ରାଇଘର ହିମାଂଶୁ ଶେଖର ଦାସ, ଚନ୍ଦାହାଣ୍ଡି ଲତିପ ବେଶ୍ରା, ଉପଦେଷ୍ଟା ଭାବେ ବିନାୟକ ପାତ୍ର ସୁନା, ସିମାଞ୍ଚଳ ପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା ପ୍ରମୁଖଙ୍କୁ ଚୟନ କରାଯାଇଥିଲା । ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲାରେ ଏହି ସଂଘ ଗଠନ କରାଗଲା ଏବଂ ଆଗାମୀ ଦିନରେ ସାରା ଓଡ଼ିଶାରେ ଯେମିତି ଏହି ସଂଘ ଗଠନ ହେବ ସେଥିପାଇଁ ଆମେ ଅତିଶୀଘ୍ର ଯୋଜନା କରି ସଫଳ ହେବୁ ବୋଲି ସଭାପତି ମତ ରଖିଛନ୍ତି। ଉକ୍ତ ବୈଠକରେ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ସୁନୀଲ କୁମାର ଗୌଡ଼ ଏବଂ ବିବେକ ତ୍ରିପାଠୀ ବୈଠକ ପରିଚାଳନା କରିଥିଲେ। ଏଥିର ଜିଲା ୧୦ ଟି ବ୍ଲକ ରୁ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ଵ ଗ୍ରାମ୍ୟ ସ୍ତରୀୟ ଉଦ୍ୟୋଗୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

ବିଦ୍ୟାଳୟରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

କାଳୀକୃଷ୍ଣ ସଂଘର ମହାବିଷ୍ଣୁଯଜ୍ଞ ଉଦଯାପିତ ଯଜ୍ଞ ଦ୍ୱାରା ସୃଷ୍ଟି,,ବୃଷ୍ଟି ଓ ଆଧ୍ୟାତ୍ମିକ ଶାନ୍ତି ପ୍ରାପ୍ତି ହୋଇଥାଏ

Sunil Chandra Nayak

Leave a Comment

error: Content is protected !!