ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାରେ ପ୍ରଥମ ଧାନମଣ୍ଡି ଉଦ୍ଘାଟିତ

କାମାକ୍ଷାନଗର (ମ ନି ସ)୩୧/୧୨//ଢେଙ୍କାନାଳ ଜିଲ୍ଲାର ପ୍ରଥମ ଧାନ ମଣ୍ଡି କାମାକ୍ଷାନଗର ବ୍ଲକ ତୁମୁଶିଙ୍ଗା ସୋସାଇଟି ପରିସର ଠାରେ ଉଦ୍ଘାଟିତ ହୋଇଯାଇଛି।ଜିଲ୍ଲାପାଳ ସରୋଜ କୁମାର ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଜିଲ୍ଲାରେ ମୋଟ ୧୩୬ ଟି ଧାନ ମଣ୍ଡି କେନ୍ଦ୍ର ଖୋଲାଯାଇଛି। ୧୬ ଟି ମିଲର ଧାନ କ୍ରୟ କରିବା ପାଇଁ ଅନୁମତି ପାଇଛନ୍ତି। ଏଥିରେ ୫୮ ଟି ମହିଳା ସ୍ବୟଂସହାୟକ ଗୋଷ୍ଠି ଦାୟିତ୍ବ ନେଇଥିବାବେଳେ ୭୮ ସୋସାଇଟି ଅଧିନରେ ଧାନ ଉଠାଇବା ଦାୟିତ୍ବ ନେଇଛନ୍ତି। ଜିଲ୍ଲାରେ ମୋଟ ୫୮ ହଜାର ଚାଷି ପଞ୍ଜକୃତ ହୋଇଛନ୍ତି। ଚଳିତ ଖରିଫ ଧାନ ଦୁଇଟି ପର୍ଯ୍ୟାୟରେ ୧୨ ଲକ୍ଷ ୫୫ ହଜାର ୨୬୦ କ୍ବିଣ୍ଟାଲ କ୍ରୟ କରାଯିବାର ଲକ୍ଷ୍ୟ ରଖାଯାଇଛି। ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ଧାନ ଦେବାର ୨୪ ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାରି। ଚଳିତ ବର୍ଷ ପ୍ରଥମ କରି ଖରିଫରତୁ ନିମନ୍ତେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୨୦୬୦ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୨୦୪୦ଟଙ୍କା ରହିଛି। କଟନି ଛଟନିକୁ ସମ୍ପୂର୍ଣ ଭାବେ ମନା କରାଯାଇଛି ଏବଂ ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗlଣ ଅଧିକାରି କହିଛନ୍ତି। ଚଳିତ ବର୍ଷ ସେଟଲାଇଟ ସର୍ଭେ ଦ୍ବାରା ପ୍ରକୃତ ଚାଷି ଚିହ୍ନଟ ହୋଇଥିବା ବେଳ ଅଧିକାଂଶ ଚାଷୀଙ୍କର ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ ଧାନ ବିକିବାର FIC ମିଳିଥିବାରୁ ଚାଷିମାନ ଅସନ୍ତୋଷ ପ୍ରକାଶକରି ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। ଜିଲାପାଳ ତଦନ୍ତ କରି ଧାନ ଏଫ୍ ଆଇ ସି ବଢାଇବାର ପ୍ରତିସୃତି ଚାଷୀଙ୍କୁ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅତିଥି ଭାବେ ଜିଲ୍ଲା ଯୋଗାଣ ଅଧିକାରୀ, ଉପଜିଲ୍ଲାପାଳ,କାମାକ୍ଷାନଗର ବିଡିଓ ଓ କାମାକ୍ଷାନଗର ବ୍ଲକ ଅଧକ୍ଷ ଉପସ୍ଥିତ ଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅତିରିକ୍ତ ଜିଲ୍ଲପାଳଙ୍କ ସହ ବିଜେପି ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ପରେ ଆହାର କେନ୍ଦ୍ର ପୁନଃ କାର୍ଯ୍ୟକ୍ଷମ.

masiha

The 5th installation ceremony of Intract club of SSVM

Sunil Chandra Nayak

ଶିବ ଶକ୍ତି ଯୁଥ୍ କ୍ଳବ୍ ପକ୍ଷରୁ ସରସ୍ବତୀଙ୍କ ଆଜ୍ଞା ଲଡୁ ହେଲା ନିଲାମ

masiha

Leave a Comment

error: Content is protected !!