ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଏନଏମ ଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ

ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ର ର ଏଏନଏମ ଙ୍କୁ ମରଣାନ୍ତକ ଆକ୍ରମଣ : ଥାନାରେ ଅଭିଯୋଗ

କନ୍ଧମାଳ,୨୮/୦୯: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଖମଣଖୋଲରେ ଘଟିଛି ଏକ ଅଭାବନୀୟ ଘଟଣା l ଶୁକ୍ରବାର ବିଳମ୍ବିତ ରାତ୍ରରେ ଘରେ ପଶି ଏଏନଏମ ଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି l ସୂଚନା ଅନୁଯାୟୀ ଖମଣଖୋଲ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଟିକିଲି ରାଜପୁତ ଙ୍କୁ ବିଳମ୍ବିତ ରାତିରେ ଚାରିରୁ ଉର୍ଦ୍ଧ ମହିଳା ଦଶରୁ ଉର୍ଦ୍ଧ ପୁରୁଷ ସଙ୍ଗବଦ୍ଧ ଭାବେ ଆକ୍ରମଣ କରିଥିଲେ l ଏଏନଏମ ଙ୍କୁ ଘରୁ ଘୋଷାରି ଆଣି ନିର୍ଧୁମ ଛେଚି ଥିଲେ ଏବଂ ଦେହ ରେ ଚକୁଡି ଥିଲେ l ଏଏନଏମ ଙ୍କ ମୁହଁ, ଛାତି ଓ ମୁଣ୍ଡ ରେ ଆଘାତ ଲାଗିଛି l ଖବର ପାଇ ବାଲିଗୁଡା ଥାନା ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡା ମେଡିକାଲ ରେ ଭର୍ତ୍ତି କରିଥିଲେ ଅବସ୍ଥା ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ କରିଛି, ଏନେଇ ବାଲିଗୁଡା ଥାନା ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି l ସୂଚନା ମୁତାବକ ଏଏନଏମ ଙ୍କ ସହ ଜଣେ ଝିଅ ରହୁଥିଲେ l ସେ ଗୋଟିଏ ପୁଅକୁ ଭଲ ପାଉଥିବା ବେଳେ ପୁଅ ଘର ଲୋକ ରାତିରେ ଆସି ସେ ଝିଅକୁ ନ ପାଇ ଏଏନଏମ ଙ୍କୁ ଆକ୍ରମଣ କରିଥିବା କୁହାଯାଉଛି। କିନ୍ତୁ ଘଟଣା ର ତଦନ୍ତ ହେଲେ ସତ୍ୟା ସତ୍ୟ ଜଣାପଡ଼ିବ ବୋଲି ପୋଲିସ କହିଛି।

କନ୍ଧମାଳରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

 

Related posts

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

masiha

ମହିଳାଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର 

masiha

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ, ଅଭିଯୁକ୍ତ ଗିରଫ 

masiha

Leave a Comment

error: Content is protected !!