ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମଦ୍ୟପ ସ୍ବାମୀର ନୃଶଂସ କାଣ୍ଡ , ପେଟ୍ରୋଲ ଢ଼ାଳି ପତ୍ନୀକୁ ପୋଡ଼ି ମାରିବା ଉଦ୍ଯମ:ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରିତ

 ମୟୂରଭଞ୍ଜ -୮/୬ (ମସିହା) ନିଶା ଉଜାଡି ଦେଉଛି ସଂସାର ।ନିଶା ମୁକ୍ତି ପାଇଁ ସରକାର ଯେତେ ଯୋଜନା କଲେ ମଧ୍ୟ ଫଳ ଶୂନ ।ଦେଶରେ ଓଡ଼ିଶାରେ ମାତ୍ରାଧିକ ମଦ୍ଯପଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଉଛି ।ଗାଁ,ଗଣ଼ଡା,ଛକ ପାନ ଦୋକାନ ,ଗଳିକନ୍ଦି ସବୁଆଡେ ଦେଶୀ ମଦର ବନ୍ଯା ।ତାହାର ଅପ ବ୍ୟବହାର ନେଇ ମଦ୍ଯପ ଯୁବକ ଓ ପୁରୁଷମାନେ ନିଶାଗ୍ରସ୍ତ ହୋଇ ଘରେ ମାରପିଟ,ଗାଳି ଗୁଲଜ,ଚୋରୀ,ଡକାୟତି,ଲୁଟ,ରାସ୍ତାଘାଟ,ଘରଭିତରେ ଛୁଆ,ପିଲା ବାପା ମାଆଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରୁଛନ୍ତି । ସାମାଜିକ ସୁସ୍ଥ ପରିବେଶକୁ କଳୁଷିତ କରୁଛନ୍ତି ।ଏଭଳି ଏକ ଭୟଙ୍କର ଦୁଃଖଦ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲାର ଟାଉନଥାନା ଅନ୍ତର୍ଗତ ହଳଦା ପଞ୍ଚାୟତର ଵଡବାଇକଳା ଗ୍ରାମରେ ।ବଡବାଇକଳା ଗ୍ରାମର ନିଶାଗ୍ରସ୍ତ ସନ୍ଦିପ ଗୋପାଲ ବୁଧବାର ରାତି ୯/୧୦ ଟା ମଧ୍ୟରେ ପେଟେ ମଦ ପିଇ ଚୁର ହୋଇ ଘରକୁ ଆସି ପତ୍ନୀ ସୁଭଦ୍ରା (୩୦) ଙ୍କ ସହ ଝଗଡା କରିଥିଲା ।ପରେ ଉତ୍ୟକ୍ତ ହୋଇ ନିଜର ପତ୍ନୀ ଉପରେ ପେଟ୍ରୋଲ ଢ଼ାଳି ଦିଆସିଲି ମାରି ଦେଇଥିଲା । ଗୁରୁତର ଅବସ୍ଥାରେ ରାତିରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ପରେ ପରିସ୍ଥିତି ବିଗିଡିବାରୁ କଟକ ଏମିତି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି ।ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ପୋଡ଼ି ଯାଇଛି । ଏହାକୁ ନେଇ ସୁଭଦ୍ରାଙ୍କ ପୈତୃକ ପରିବାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୧୦ ନମ୍ବର ଓ୍ବାର୍ଡ ଅଁଳାଡୁବା ଗ୍ରାମ ପକ୍ଷରୁ ରାଇରଙ୍ଗପୁର ଟାଉନଥାନାରେ ଲିଖିତ ଅଭିଯୋଗ କରାଯାଇଛି । ଏହାକୁ ନେଇ ଥାନାରେ ୧୬୫/୨୩ କେଶ ମାମଲା ରୁଜୁ ହେବା ସହ ଥାନାଧିକାରୀ ସ୍ବର୍ଣ୍ଣଲତା ମିଞ୍ଜ ଘଟଣାକୁ ଗୁରୁତ୍ବ ସହ ବିଚାରକୁ ନେଇ ସ୍ବାମୀ ଶଇତାନ ସନ୍ଦୀପ ଗୋପାଲକୁ ଅଟକ ରଖି ତଦନ୍ତ ଜାରି ରହିଛି । ସୂଚନାଯୋଗ୍ୟ ୧୨ ବର୍ଷ ତଳେ ସେମାଙ୍କର ବିବାହ ହୋଇଥିଲା ।ତାଙ୍କର ୧୦ ବର୍ଷର ଝିଅ ଏବଂ ୮ ବର୍ଷର ଏକ ପୁଅ ଅଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମେଡିକାଲ ରିପ୍ରେଜେଣ୍ଟେଟିଭର ଘର ଭିତରେ ସନ୍ଦେହ ଜନକ ମୃତ୍ୟୁ : ହତ୍ଯା ସନ୍ଦେହ

Sunil Chandra Nayak

ପର୍ଜଙ୍ଗ ବିଧାୟକ ଙ୍କ ପୁତୁରା ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

Sunil Chandra Nayak

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା

masiha

Leave a Comment

error: Content is protected !!