ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

ଡାବୁଗାଁ, ୧୮/୮ (ମ. ନି. ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ବିବାହର ପ୍ରଲୋଭନ ଦେଖାଇ ନାବାଳିକା କୁ ଅପହରଣ ଅଭିଯୋଗ ରେ ଜଣେ ଯୁବକ କୁ ସୋମବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳରେ ୧୬ ବର୍ଷୀୟ ଜଣେ ନାବାଳିକା ୨ ବର୍ଷ ତଳେ ତାଙ୍କ ଗ୍ରାମର ପାଖ ଗ୍ରାମ ର ଜଣେ ୨୪ ବର୍ଷ ର ଯୁବକ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା | ଯୁବକ ଜଣଙ୍କ ବିବାହର ପ୍ରଲୋଭନ ଦେଇ ଧୀରେ ଧୀରେ ପ୍ରେମ ସମ୍ପର୍କ କୁ ଶାରେରୀକ ସମ୍ପର୍କରେ ପରିଣତ ହୋଇଥିଲା | ପରେ ନାବାଳିକା ଜଣଙ୍କ ଯୁବକ ଙ୍କୁ ବିବାହ କରିବା ପାଇଁ ଜିଦ ଧରିଥିଲେ | ନାବାଳିକାକୁ ବିବାହ କରିବାକୁ ମନା କରିଥିଲେ | ଏହାପରେ ନାବାଳିକା ଘଟଣା ବିଷୟରେ ପରିବାର ଲୋକଙ୍କୁ କହିଥିଲା | ଏଥିରେ ପରିବାର ଲୋକେ ରାଜି ହୋଇନଥିଲେ | ପରେ ୧୬/୬/୨୫ ଦିନ ରାତିରେ ଯୁବକ ଜଣଙ୍କ ନାବାଳିକା କୁ ନେଇ କେଉଁ ଆଡେ ଫେରାର ହୋଇଯାଇଥିଲେ l ଏହାପରେ ୧୮/୬/୨୫ ଦିନ ରାତିରେ ନାବାଳିକା ର ବାପା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୧୩୩/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା | ପୋଲିସ ବିଭିନ୍ନ ସ୍ଥାନ ରେ ଖୋଜଖୋଜି କରିବା ପରେ ତାମିଲନାଡୁ ରାଜ୍ୟରୁ ଯୁବକ ଙ୍କୁ ଥାନାକୁ ଆଣି ସୋମବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ମାମଲାର ତଦନ୍ତ କରୁଛନ୍ତି |  

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ରିମାଣ୍ଡରେ ସୂଚୀସ୍ମିତା , ୨ କୋଟି ୫୬ ଲକ୍ଷ ଅର୍ଥ ଆତ୍ମସାତ ହୋଇଥିବା ପ୍ରକାଶ

Sunil Chandra Nayak

ଆମ୍ବୁଲାନ୍ସ ଧକ୍କାରେ ନାବାଳକ ପୁଅ ମୃତ ବାପା ଗୁରୁତ୍ତର 

masiha

ନୂଆପଡା ଜିଲ୍ଲା ପୋଲିସ କୁ ବଡ଼ ସଫଳତା, ସ୍ୱର୍ଣ୍ଣ ଲକ୍ଷ୍ମୀ ସୁନା ଗହଣା ଦୋକାନ ଚୋରି ଘଟଣାର ୨୪ ଘଣ୍ଟା ମଧ୍ୟରେ ପର୍ଦ୍ଦାଫାସ, ତିନି ଅଭିଯୁକ୍ତ ଗିରଫ ୭ ଲକ୍ଷ ରୁ ଉର୍ଦ୍ଧ ପାଞ୍ଚ ଗୋଟି ସୁନା ଚେନ ଉଦ୍ଧାର

Leave a Comment

error: Content is protected !!