ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିରାବାଲି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ମିରାବାଲି ପଞ୍ଚାୟତରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

ରାଯଗଡ଼ ତା ୧୮-୮-୨୦୨୫ —   ରାୟଗଡ଼ ବ୍ଲକର ମିରାବାଲି ପଞ୍ଚାୟତ କାର୍ଯ୍ଯାଳୟ ଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ । ବିଡିଓ ସୁଜିତ କୁମାର ମିଶ୍ର ଲୋକଙ୍କ ସମସ୍ୟା ଗୁଡିକୁ ବିଭାଗ ଅନୁଯାଇ ସମାଧାନ ନିମନ୍ତେ ହସ୍ତାନ୍ତର କରିଥିଲେ । ମୋଟ ଶୋହଳ ଗୋଟି ଅଭିଯୋଗ ମଧ୍ୟରୁ ଦୁଇଗୋଟି ସାମୁହିକ ଓ ଅବଶିଷ୍ଟ ବ୍ୟକ୍ତିଗତ ଥିଲା । ଡେଙ୍ଗାଯୋଡି ଗ୍ରାମଠାରୁ କାରୁବାଇ ପର୍ଯ୍ୟନ୍ତ ଆର୍ ଡି ରାସ୍ତା ରାୟଗଡ ଠାରୁ ମିରାବାଲି ଓ ଆନ୍ଧ୍ର ସୀମାନ୍ତ ନିମନ୍ତେ ମୁଖ୍ଯ ରାସ୍ତା ଅଟେ । ଏହାର ଅବସ୍ତା ଶୋଚନୀୟ ଥିବାରୁ ଏହାର ମରାମତି ଗ୍ରାମବାସୀ ଦାବୀ କରିଥିଲେ । ଜାଙ୍ଗିଲି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାତ୍ର ସମୟରେ ଡାକ୍ତର ରହୁନଥିବା ଅଭିଯୋଗ ହୋଇଥିଲା । ଅନ୍ତୋଦୟ ଗୃହ ଯୋଜନାରେ ଦୁଇଟି, ଭତ୍ତା ନିମନ୍ତେ ଏଗାର ଗୋଟି ଅଭିଯୋଗ ପ୍ରାପ୍ତ ହୋଇଥିଲା । ଅଭିଯୋଗ ଗୁଡିକର ସମାଧାନ ନିମନ୍ତେ ସଂପୃକ୍ତ ଉପବିଭାଗକୁ ହସ୍ତାନ୍ତର କରାଯାଇଥିଲା । ସରପଞ୍ଚ ଅଶୋକ ପୁଆଲା, ନିର୍ବାହୀ ଅଧିକାରୀ ମୃଣାଳକାନ୍ତି ସାହୁ ସମେତ ସିଡିପିଓ ମିନାକ୍ଷୀ ଦାଶ, ଯୋଗାଣ ଅଧିକାରୀ ମାନସ ରଞ୍ଜନ ସୁନା, ପଶୁଧନ ଅଧିକାରୀ ଡ: ସୁବ୍ରତ ପାଣିଗ୍ରାହୀ, ଜିପିଡିଓ ସ୍ମୃତିରେଖା ନାୟକ ଆଦି ବ୍ଲକ ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିନାଙ୍ଗ ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

Sunil Chandra Nayak

ପ୍ରହସନ ପାଲଟିଛି ଜନଶୁଣାଣୀ ଶିବିର, ନ୍ଯାୟ ପାଇବାରୁ ବଞ୍ଚିତ ଜନସାଧାରଣ

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଜାତୀୟ ଆଇନ୍ ସେବା ଦିବସ ପାଳିତ

masiha

Leave a Comment

error: Content is protected !!