ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

କୋକସରା,୧୬/୧୨// କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଝରିଆଗୁଡା କାଜୁ ବଗିଚା ଛକ ପୁର୍ତ୍ତ ବିଭାଗ ରାସ୍ତାରୁ ମୂଷାପାଲି ଓ ଡାଲଗୁମା ପଞ୍ଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି । ରାସ୍ତାରେ ବଡ଼ ବଡ଼ ଖାଲ ଖମା ଯୋଗୁ ଏହି ଅଞ୍ଚଳର ଜନସାଧାରଣ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଞ୍ଚଳବାସୀ ମାନେ ଅନେକ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ଥାନୀୟ ପ୍ରଶାସନ ଓ ଶାସକ ଦଳର ପ୍ରତିନିଧିଙ୍କୁ ଅଭିଯୋଗ କରି ଆସୁଥିଲେ । ରାସ୍ତା ଅବସ୍ଥା ଶୋଚନୀୟ ହୋଇଥିବା ନେଇ ଅନେକ ସମୟରେ ଖବରକାଗଜରେ ମଧ୍ୟ ପ୍ରକାଶ ପାଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ କୌଣସି ଫଳପ୍ରଦ ହୋଇ ନଥିବା ବେଳେ ଡାଲଗୁମା ଗ୍ରାମର ଦୁଇଜଣ ସମାଜସେବି କେତୁରାମ ମାଝୀ ଓ ଭୁବନେଶ୍ୱର ମାଝୀ ନିଜସ୍ଵ ଉଦ୍ୟମରେ ଗୁରୁବାର ଜେସିବି ଓ ଟ୍ରାକ୍ଟର ଲଗାଇ ରାସ୍ତାରେ ଥିବା ଖଳାଖମାରେ ମୋରମ ପକାଇ ରାସ୍ତା ସମତୁଲ କରିଛନ୍ତି । ଫଳରେ ଏହି ରାସ୍ତାରେ ଯାତାୟତରେ ଲୋକେ କିଛି ମାତ୍ରାରେ ସୁବିଧା ପାଇବେ । ସମାଜସେବୀଙ୍କ ଏହିଭଳି ମହାନତାକୁ ଅଞ୍ଚଳର ଜନସାଧାରଣ ପ୍ରସଂଶା କରିଛନ୍ତି। ରାସ୍ତା ନିର୍ମାଣ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ରାଜେନ୍ଦ୍ର ମାଝୀଙ୍କ ପ୍ରତିକ୍ରିୟା ନେବାରୁ ରାସ୍ତା ନିର୍ମାଣ ପାଇଁ ଇଷ୍ଟିମେଟ ଯାଇଛି, ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଳି ସୂଚନା ଦେଇଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ କୋଟିଆ ପୁଲିସର ବିରୋଧ

Sunil Chandra Nayak

ରାଜନଗରରେ କାର୍ ଦୁର୍ଘଟଣାରେ ଶଣ୍ଢର ମୃତ୍ଵ୍ୟ,ନଦୀରେ ଫିଙ୍ଗିଲେ ବଜରଂଗ ଦଳ

masiha

Leave a Comment

error: Content is protected !!