ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ଵାମୀ ମାଡରେ ସ୍ତ୍ରୀ ମୃତ

ଡାବୁଗାଁ, ୧୮/୪ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ଵାମୀ ମାଡରେ ସ୍ତ୍ରୀ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର କ୍ଷେତ୍ରୀ ସମରଥ ଓ ତାଙ୍କ ସ୍ତ୍ରୀ ମିଥୁଲା ସମରଥ (୪୩) ଆଜି ଅପରାହ୍ନ ପ୍ରାୟ ୨ ଘ. ସମୟରେ ମଧ୍ୟାନ୍ନ ଭୋଜନ ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲେ | ପାଟିତୁଣ୍ଡ ପରେ ସ୍ଵାମୀ କ୍ଷେତ୍ରୀ ହଠାତ ସ୍ତ୍ରୀ ମିଥୁଳା ଙ୍କୁ ଏକ ମୁଥ ମାରିଦେଇଥିଲେ | ମାଡ ମାରିବା ପରେ ମିଥୁଳା ତଳେ ପଡିଯାଇଥିଲେ | ତଳେ ପଡିଯିବା ପରେ ମିଥୁଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ଏହାପରେ ଉକ୍ତ ଖବର ଗ୍ରାମରେ ପ୍ରସାରିତ ହେବାପରେ ଗ୍ରାମବାସୀ କ୍ଷେତ୍ରୀଙ୍କ ଘର ଆଗରେ ଜମା ହୋଇଯାଇଥିଲେ | ଏହାପରେ ମୃତକର ଭାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡାବୁଗାଁ ଥାନା କୁ ଖବର ଦେଇଥିଲେ | ଖବର ପାଇ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ | ପରେ ମୃତକର ଭାଇ ମଦନ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସନଂ ୮୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ବୁଧବାର ସାଇଣ୍ଟିଫିକ ଦଳ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ | ମୃତକର ସ୍ଵାମୀ କ୍ଷେତ୍ରୀ ସମରଥ ଙ୍କୁ ପୋଲିସ ଅଟକ ରଖିଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମୁନିଗୁଡା ପୋଲିସକୁ ମିଳିଛି ସଫଳତା,କମ୍ବଳ ବେପାର ନାଁରେ ଟାଟାଏସିରେ ଗଞ୍ଜେଇ ଭର୍ତି ଭ୍ୟାନ ଜଵତ ସହ ଦୁଇଜଣ ଗିରଫ

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ରେଞ୍ଜର ଙ୍କ ନିର୍ଦେଶ କ୍ରମେ ପୁଣି ଏକ ଜନ୍ତୁ ଶିକାରୀକୁ କୁଟୁରା ମାଂସ ଶହ ରଞ୍ଜା ଗଡ଼ ସଂରକ୍ଷଣ ଜଙ୍ଗଲ ମଧ୍ୟରୁ ଗିରଫ     

Leave a Comment

error: Content is protected !!