ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ଵାମୀ ମାଡରେ ସ୍ତ୍ରୀ ମୃତ

ଡାବୁଗାଁ, ୧୮/୪ – (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ଵାମୀ ମାଡରେ ସ୍ତ୍ରୀ ର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଚାଟିଗୁଡା ଗ୍ରାମର କ୍ଷେତ୍ରୀ ସମରଥ ଓ ତାଙ୍କ ସ୍ତ୍ରୀ ମିଥୁଲା ସମରଥ (୪୩) ଆଜି ଅପରାହ୍ନ ପ୍ରାୟ ୨ ଘ. ସମୟରେ ମଧ୍ୟାନ୍ନ ଭୋଜନ ଖାଇବାକୁ ନେଇ ପାଟିତୁଣ୍ଡ ହୋଇଥିଲେ | ପାଟିତୁଣ୍ଡ ପରେ ସ୍ଵାମୀ କ୍ଷେତ୍ରୀ ହଠାତ ସ୍ତ୍ରୀ ମିଥୁଳା ଙ୍କୁ ଏକ ମୁଥ ମାରିଦେଇଥିଲେ | ମାଡ ମାରିବା ପରେ ମିଥୁଳା ତଳେ ପଡିଯାଇଥିଲେ | ତଳେ ପଡିଯିବା ପରେ ମିଥୁଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା | ଏହାପରେ ଉକ୍ତ ଖବର ଗ୍ରାମରେ ପ୍ରସାରିତ ହେବାପରେ ଗ୍ରାମବାସୀ କ୍ଷେତ୍ରୀଙ୍କ ଘର ଆଗରେ ଜମା ହୋଇଯାଇଥିଲେ | ଏହାପରେ ମୃତକର ଭାଇ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଡାବୁଗାଁ ଥାନା କୁ ଖବର ଦେଇଥିଲେ | ଖବର ପାଇ ଥାନା ଆଇଆଇସି ସୁନୀଲ କୁମାର ପ୍ରଧାନ, ସବଇନିସ୍ପେକ୍ଟର ଚନ୍ଦନ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ | ପରେ ମୃତକର ଭାଇ ମଦନ ନାୟକ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସନଂ ୮୨/୨୩ ରେ ଏକ ମାମଲା ରୁଜୁ କରାଯାଇଛି | ବୁଧବାର ସାଇଣ୍ଟିଫିକ ଦଳ ଆସି ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ | ମୃତକର ସ୍ଵାମୀ କ୍ଷେତ୍ରୀ ସମରଥ ଙ୍କୁ ପୋଲିସ ଅଟକ ରଖିଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର କୋର୍ଟ! ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ 

masiha

ନଈରୀ ଫେଣ୍ଟ ନିକଟରେ ମାଛଧରା ଡଙ୍ଗା ମଧ୍ୟରୁ ଯୁବକର ମୃତ ଦେହ ଉଦ୍ଧାର !!!

Sunil Chandra Nayak

ନକଲି ସୁନା ଶଙ୍ଖ ଦେଇ ଫସିଲେ ଯୁବକ, ଅପହରଣ ପରେ ମଧ୍ୟପ୍ରଦେଶରୁ ଉଦ୍ଧାର କଲା ମଇଦଲପୁର ପୋଲିସ

Sunil Chandra Nayak

Leave a Comment

error: Content is protected !!