ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀ ଙ୍କୁ ସ୍ବାଗତ

ରାଉରକେଲା/ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟ କ୍ୟାମ୍ପସ ପ୍ରାଙ୍ଗଣରେ ନୂତନ ଶିକ୍ଷା ବର୍ଷ ୨୦୨୩-୨୪ ର ଆରମ୍ଭ ଓ ସ୍ବାଗତ ସମ୍ବର୍ଦ୍ଧନା ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି। ନୂତନ ପ୍ରଵେଶକାରୀ ଛାତ୍ରଛାତ୍ରୀ ତଥା କିଛି ଅଭିଭାବକ ମାନଙ୍କର ଉପସ୍ଥିତି ଏହି କାର୍ଯ୍ୟକ୍ରମ କୁ ଅଧିକ ଆକର୍ଷଣୀୟ କରି ପାରିଥିଲା। ପିଲାମାନଙ୍କୁ ନୂତନ ଵହି,ପେନସିଲ, ରଵର, ବିସ୍କୁଟ, ଚକୋଲେଟ, ବେଲୁନ ଇତ୍ୟାଦି ଦିଆଯାଇଥିଲା। ଗଣଶିକ୍ଷା ବିଭାଗ ର ଗାଇଡଲାଇନ ଅନୁସାରେ ପିଲାମାନଙ୍କୁ ଗେଟ୍ ସମ୍ମୁଖରୁ ଚନ୍ଦନ, ପୁଷ୍ପ ଗୁଚ୍ଛ ତଥା ବନ୍ଦାପନା କରା ଯାଇଥିଲା। ଧାଡ଼ି ଧାଡ଼ି ହୋଇ ହସଖୁସିରେ ପୁରୁଣା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗହଣରେ ସ୍ବାଗତ ପୂର୍ଵକ କରତାଳି ଦେଇ ସେମାନଙ୍କୁ ବିଦ୍ୟାଳୟ ର ହଲ୍ ସ୍ଥିତ ସଭାକୁ ପାଛୋଟି ନିଆଯାଇଥିଲା। ଏଥିରେ ବରିଷ୍ଠ ଶିକ୍ଷକ ସୁଜାତା ତ୍ରିପାଠୀ, ଅଜୟ କୁମାର ରାଉତ, ନିରୁପମା ଦାଶ,ଛଵିରାଣୀ ପ୍ରଧାନ, ସରୋଜ କୁମାର ଜେନା, ମିନତୀ ଖମାରୀ, ନମିତା ଦନ୍ତା,ସାଗର ପରିଡା, ଭରତ ସେଠୀ, ସରସ୍ଵତୀ ନାୟକ, ଅନ୍ନପୂର୍ଣ୍ଣା ସାହୁ, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ,ମମତା ସେନାପତି, ସୁଜାତା ମିଶ୍ର ଇତ୍ୟାଦି ଉପସ୍ଥିତ ରହି ସ୍ବାଗତ କରିଥିଲେ। ସଭାପତି ନୂତନ ଶିକ୍ଷା ବର୍ଷ ର ଆଭିମୁଖ୍ୟ ଓ ଉଦ୍ଦେଶ୍ୟରେ ଵକ୍ତଵ୍ୟ ପ୍ରଦାନ କରିଥିଲେ। ୫ ଟି ବିଦ୍ୟାଳୟ ର ଅନେକ ଖେଳ ସାମଗ୍ରୀ ତଥା ବିଦ୍ୟାଳୟ ର ଏପରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ। ଏଥିରେ ଵିଜୟ ମହନ୍ତ,ଜତିନ୍ଦ୍ର ଭୋଇ, ସୁରେଖା ନାୟକ , ସାବିତ୍ରୀ ଦେଵୀ, ପ୍ରତିମା ଦେଵୀ ସହାୟତା ପ୍ରଦାନ କରିଛନ୍ତି। ପରିଶେଷରେ, ବରିଷ୍ଠ ଶିକ୍ଷକ ଅଜୟ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟ ରେ ଵିଵିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କ ର ସ୍ବାଗତ ପରି କାର୍ଯ୍ୟକ୍ରମ ଵିଵିଧ ଅଭିଭାବକ ଓ ବୁଦ୍ଧିଜୀବୀମାନେ ପସନ୍ଦ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶହୀଦ ଖୁଦିରାମ ବୋଷଙ୍କ ୧୧୮ ତମ ସହିଦ ଦିବସ ପାଳିତ

Sunil Chandra Nayak

ମା ତାରିଣୀ ମହିଳା ଆରୋଗ୍ୟ ସମିତି ତରଫରୁ ଦହିପାଣି ବଣ୍ଟନ

masiha

ରାମନାଗୁଡା ପୋଲିସ ଆଦିବାସୀ କୁଂ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦ ରେ ଗଣ ପ୍ରତିବାଦ

masiha

Leave a Comment

error: Content is protected !!