ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ର ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ହାପି ମୋମେଣ୍ଟସ ର ଆନ୍ତର୍ଜାତିକ ମହିଳା ଦିବସ ପାଳନ 

ରାଉରକେଲା: ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଭଞ୍ଜଭବନ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତା ଓ ଅନିଲ କୁମାର ମଲ୍ଲିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ଯୋଗଦେଇଥିଲାବେଳେ ଭୁବନେଶ୍ଵରର ଅଧ୍ୟାପିକା ଡ଼ଃ ପ୍ରିୟମ୍ବଦା ଦାଶ, ଶିକ୍ଷାବିତ୍ ଗୀତାଞ୍ଜଳି ମହାପାତ୍ର, ଡ଼ଃ ସ୍ବର୍ଣ୍ଣଲତା ଲେଙ୍କା, କୁମାର ବେହେରା,ରୂଷି ଆର୍ଯ୍ୟ, ଉପଦେଷ୍ଟା କୁଞ୍ଜବିହାରୀ ରାଉତ, ଜ୍ୟୋତି ଆଚାର୍ଯ୍ୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଆନ୍ତର୍ଜାତିକ ମହିଳା ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଡ଼ଃ ଦାଶ ନାରୀ ତାଙ୍କ ବକ୍ତବ୍ୟରେ ପ୍ରଗତି ରେ ବିଶ୍ବ ପ୍ରଗତି କହିବା ସହ ସଶକ୍ତିକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟଅତିଥି ଶ୍ରୀ ତନ୍ତୀ ଅନୁଷ୍ଠାନର କାର୍ଯ୍ୟକ୍ରମ ତଥା ସାରସ୍ଵତ ମହାକୁମ୍ଭ ପାଇଁ ଶୁଭେଚ୍ଛା ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ବ୍ରଜେନ୍ଦ୍ର ଦାଶ ସ୍ବତନ୍ତ୍ର ଅତିଥି ଭାବେ ଯୋଗଦେଇ ସାରସ୍ଵତ ମହାକୁମ୍ଭ ସମ୍ପର୍କରେ ଆଲୋଚନା କରି ଆଗାମୀ ଦିନରେ ଏହା ବିଶ୍ବ ସାରସ୍ଵତ ମହାକୁମ୍ଭରେ ପରିଣତ ହେବ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ସହର ତଥା ସହର ବାହାରୁ ଆସିଥିବା ବହୁ କବି କବିତା ପାଠ କରିଥିଲେ। ଶେଷରେ ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସର୍ବଶ୍ରୀ ରଞ୍ଜନ ସାହୁ, ମାନୋସୀ ଘୋଷ, ତରୁଲତା ସାମଲ , ରବର୍ଟ ହାଇଫିଲ୍, ସୁନ୍ଦର ସାହୁ, ଧନଲକ୍ଷ୍ମୀ ବେହେରା, ସସ୍ମିତା ପ୍ରଧାନ, ଚିନ୍ମୟୀ ପୁରୋହିତ ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ” ସ୍ବଛତା ଅଭିଯାନ” 

Sunil Chandra Nayak

ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ଲକସ୍ତରୀୟ ଉଦ୍ୟାନ କୃଷି ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!