ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ଉତ୍ସବ

ଆସିକା ,୯/୩/୨୫ // ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଚତୁର୍ଥ ବାର୍ଷିକ ବରିଷ୍ଠ ନାଗରିକ ମଞ୍ଚର ମିଳିତ ଆନୁକୁଲ୍ୟରେ ଧରାକୋଟ ନିକଟସ୍ଥ ବଲ୍ମିକେସ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘର ବ୍ଲକ ସଭାପତି ଖଲି ପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ବିରୁପାକ୍ଷ ଦାସ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗଞ୍ଜାମ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସଭାପତି ଡ ଇନ୍ଦୁ ଭୂଷଣ ପଟ୍ଟନାୟକ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସଭାପତି ନବୀନ କୁମାର ପଟ୍ଟନାୟକ,ସମ୍ମାନିତ ଅତିଥି ଭାବରେ ସୋରଡ଼ା ବ୍ଲକ ଶାଖାର ତ୍ରିନାଥ ଗୌଡ଼,କେଦାର ଚନ୍ଦ୍ର ବେହେରା, କୁକୁଡ଼ାଖଣ୍ଡି ବ୍ଲକ ଶାଖାର ଶ୍ରୀନିବାସ ରାଉଳ,ପ୍ରକାଶ ଦୋରା,ଶେରଗଡ଼ ବ୍ଲକ ଶାଖାର ଦିଲିପ କୁମାର ତ୍ରିପାଠୀ,କାଳୁ ସ୍ୱାଇଁ,ଆସିକା ବ୍ଲକ ଶାଖାର ଗଣେଶ ରଥ,ଚିନ୍ତାମଣି ସାମନ୍ତରାୟ,ବେଲଗୁଣ୍ଠା ବ୍ଲକ ଶାଖାର ଅଭିମନ୍ୟୁ ପଟ୍ଟନାୟକ ଓ ହିଞ୍ଜିଳି ବ୍ଲକ ଶାଖାର ସୁବାସ ଚନ୍ଦ୍ର ପଲେଇ ପ୍ରମୁଖ ଉପସ୍ଥିତ ରହିଥିଲେ। ସମ୍ପାଦକ ବାସୁଦେବ ନାୟକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ସରକାର ଚିକିତ୍ସା ସୁବିଧା ଓ ଚିକିତ୍ସା ଭତ୍ତା ପ୍ରଦାନ କରିବା,କୋଭିଡ ସମୟରୁ ଅଟକି ଥିବା 18 ମାସର ମହଙ୍ଗା ଭତ୍ତା ପ୍ରଦାନ,ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ବସ ସେବା ରେ ସ୍ଥାନ ସଂରକ୍ଷଣ ସହ 50 ପ୍ରତିଶତ ରିହାତି , 20 ବର୍ଷ ଚାକିରି ପରେ ପୁରା ପେନସନ ବ୍ୟବସ୍ଥା, କମ୍ୟୁଟେଶନ ଭେଲ୍ୟୁ ଅଫ ପେନସନ 10 ବର୍ଷରେ ସ୍ଥଗିତ ରଖିବା,ସର୍ବ ନିମ୍ନ ପେନସନ ନିର୍ଦ୍ଧାରଣ 9000 କରିବା, ସ୍ଵାଧୀନତା ଦିବସ ଓ ସାଧାରଣ ତନ୍ତ୍ର ଦିବସରେ ସ୍ଥାନୀୟ ପ୍ରଶାସନ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରିବା,ଆମ ପୋଲିସ ସମିତିରେ ବରିଷ୍ଠ ନାଗରିକ ମାନଙ୍କୁ ସଦସ୍ୟ ସହ ପରିଚୟ ପତ୍ର ପ୍ରଦାନ ଓ ରାଷ୍ଟ୍ରାୟତ ବ୍ୟାଙ୍କ ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରିବା ନିମନ୍ତେ ପଦକ୍ଷେପ ନେବାକୁ ସଂଘ ପକ୍ଷରୁ ଦାବୀ ଉପସ୍ଥାନ କରାଯାଇଛି । ସଂଘର ସମସ୍ତ ସଦସ୍ୟ ଏଥିରେ ସହଯୋଗ ପ୍ରଦାନ କରିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ପକ୍ଷଘାତି ଟୁକୁନି ମାଝୀଙ୍କୁ ଟ୍ରାଇ ସାଇକେଲ ଓ ଭତ୍ତା ଖଣ୍ଡେ ଦେବାକୁ ଦାବି

Sunil Chandra Nayak

ପ୍ରପତିଜୀଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନ ଚକ୍ର 

Sunil Chandra Nayak

ନୂଆପଡ଼ାରେ ଡିଜିଟାଲ ସୁରକ୍ଷା ଓ ଆର୍ଥିକ ସାକ୍ଷରତା ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା ବେଟି ବଚାଓ, ବେଟି ପଢ଼ାଓ’ ଅଧୀନରେ ମହିଳା ଓ କିଶୋରୀଙ୍କୁ ସଚେତନତା; ଅନ୍ତର୍ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!