ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଆସିକା, ୨୪/୬/୨୫ ଆସିକା ନିର୍ବାଚନ ମଣ୍ଡଳୀ ର ବିଜ୍ଞାନ ମହାବିଦ୍ୟାଳୟରେ ଅନୁଷ୍ଠିତ ଯୁବ ବିକାଶ ସମ୍ମିଳନୀରେ ଯୋଗ ଦେଲେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯୁବ ଗୋଷ୍ଠି ନିମନ୍ତେ କ୍ରୀଡାର ଭିତିଭୂମି ର ବିକାଶ ନିମନ୍ତେ ଓଡ଼ିଶାର ୩୧୪ ବ୍ଲକ ରେ ୪୧୨୪ କୋଟି ଟଙ୍କା ବ୍ୟୟ ରେ ଷ୍ଟାଡିୟମ ନିର୍ମାଣ, ବ୍ରହ୍ମପୁର, ଢେଙ୍କାନାଳ, ସମ୍ବଲପୁର, ଭଦ୍ରକ, କୋରାପୁଟରେ କ୍ରୀଡାର ହବ ହେବାକୁ ଯାଉଛି । ଅନେକ ଯୁବ ପ୍ରତିଭା ସୃଷ୍ଟି ପାଇଁ ସୁଯୋଗ ରହିବ। ରାଜ୍ୟରେ ବର୍ଷେ ହେଲା ନୂତନ ସରକାର ଆସିଲା ପରଠାରୁ ସରକାରୀ ସ୍ତରରେ ୨୮ ହଜାର ୩୪୬ ଜଣ ଯୁବକ ଏବଂ ଯୁବତୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଆଗାମୀ ଦିନରେ ୪୦ ହଜାର ଯୁଚ ଶକ୍ତି ସମାବେଶ ନିଯୁକ୍ତି ର ସୁଯୋଗ ରହିଛି ବୋଲି କହିଥିଲେ। ଡବଲ ଇଂଜିନ ସରକାର ଯୁବ ବର୍ଗକୁ ପ୍ରାଧାନ୍ୟ ଦେଇ ଆସୁଛି । ଯୁବ ନେତୃତ୍ବ ହିଁ ଓଡିଶା ର ଯୁବ ସମାଜ ପାଇଁ ସୁବର୍ଷ ସୁଯୋଗ ଆଣିବାକୁ ଯାଉଛି I ଆଗାମୀ ୨୦୩୬ ପାଇଁ ୩୬ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଓ ୨୦୪୭ ନିମନ୍ତେ ସମୃଦ୍ଧ ଓଡିଶା, ବିକଶିତ ଓଡିଶା ନିମନ୍ତେ ସସୀ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ନିମନ୍ତେ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଭିଜନ ଡକୁମେଣ୍ଟରେ ରାଜ୍ୟ ର ଯୁବ, ମହିଳା, କୃଷଳ ଓ ଗରିବ ମାନଙ୍କ ଉନ୍ନତି ସକାଶେ ସତଃବଦ୍ଧ ରୂପେ କାର୍ଯ୍ୟ କରିବେ ଓ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା କୁ ସମସ୍ତ ଅଧିକାରୀ ମାନଙ୍କୁ ଆଣି ସମସ୍ତଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟର ଯୁବ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜ, ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମସ୍ୟ ଓ ପଶୁ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଗୋଜୁଳା ନନ୍ଦ ମଲ୍ଲୀକ, ଆସିକା ସାଂସଦ ଅନିତା ଶୁଭ ଦର୍ଶନୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ଆସିକା ବିଧାୟକ ସରୋଜ କୁମାର ପାଢ଼ୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳ ମଣି ବିଷୋୟୀ, ବ୍ରହ୍ମପୁର ବିଧାୟକ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବିଜେପି ଜିଲ୍ଲା ସଭାପତି ବିଜୟ ସ୍ୱାଇଁ ପ୍ରମୁଖ ମଂଚାସୀନ ରହି ଥୁଲେ। ଆସିକା ବିଧାୟକ ସରୋଜ କୁମାର ପାଢ଼ୀ ଧନ୍ୟବାଦ ପ୍ରସ୍ତାବ ଅବସରରେ ମୋହନ ସରକାର ଆସିକା କୁ ୨୦୦ କୋଟି ଟଙ୍କା ର ବ୍ରିଜ, ୨୨୫ କୋଟି ଟଙ୍କାର ବାଇପାସ ନିର୍ମାଣ, ମହିଳା କଲେଜ ପାଇଁ ୦୮ କୋଟି, ନିରଞ୍ଜନ ମହାବିଦ୍ୟାଳୟର ଛାତ୍ରୀ ନିବାସ ପାଇଁ ୦୬ କୋଟି, ବିଜ୍ଞାନ କଲେଜର ପୁଅ ଓ ଝିଅ ମାନଙ୍କ ଛାତ୍ରା ବାସ ପାଇଁ ୦୭ କୋଟି, ବିଜ୍ଞାନ କଲେଜର ଖେଳ ପଡିଆର ବାଉଣ୍ଡ୍ରି ପାଇଁ ୪୦ ଲକ୍ଷ, ଆସିକା ରେ ସୁନ୍ଦର ଷ୍ଟାଡିଅମ ପାଇଁ ୧୪ କୋଟି ୫୦ ଲକ୍ଷ, ମେଡିକାଲ ପାଇଁ ୪୪ କୋଟି ଓ ତହସିଲ କାର୍ଯ୍ୟାଳୟ ପାଇଁ ୦୪ କୋଟି ୮୮ ଲକ୍ଷ ଟଙ୍କା ର ଅନୁଦାନ ରାଶି ମଂକୁର କରିଛନ୍ତି । ଏହି କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ, ମାନେ ଦକ୍ଷିଣ ଓଡିଶା ର ଅଧିଷ୍ଠାତ୍ରୀ ଦେବୀ ମା ଖମ୍ବେଶ୍ୱରୀଙ୍କ ଦର୍ଶନ କରି ଖମ୍ବେଶ୍ୱରୀ ପାଟଣା ଦେଇ ବିନାୟକ ବଳାଇ, ଲକ୍ଷ୍ମୀ ବନାର ହୋଇ ଭୁବନେଶ୍ଵର ସଡ଼କ ପଥ ରେ ଫେରି ଯାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଏସ ପିଙ୍କ ପରିଚାଳନା ରେ ଅନେକ ପଦାଧିକାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । କାର୍ଯ୍ୟକ୍ରମ ରେ ଆସିକା ଅଞ୍ଚଳର ବରିଷ୍ଠ ବିଜେପି ନେତା ସନ୍ଦୀପ ପାଢ଼ୀ, ସଂଗୀତ ପାଢ଼ୀ, ଶିବ କୁମାର ନାୟକ, ଭଗବାନ ସାହୁ, ବିଜୟ ସ୍ବାଇଁ, ସମେତ ବହୁ ବିଜେପି ର ମଣ୍ଡଳ ସଭାପତି, ଯୁବ, ଛାତ୍ର, କର୍ମକର୍ତା ଯୋଗ ଦେଇଥିବା ର ଜନାପଡିଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ଯୁଜ ଓଡିଶା

Related posts

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଙ୍କ ପ୍ରଥମ କଳାହାଣ୍ଡି ଗ୍ରସ୍ତ। ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ…

masiha

ଠିକାଦାରଙ୍କ ଭୂଲ ପାଇଁ ବିଜେପି ନେତା ଙ୍କ ଜୀବନ ଗଲା

Sunil Chandra Nayak

Leave a Comment

error: Content is protected !!