ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

ମା’ ଖମ୍ବେଶ୍ୱରୀଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀ

ଆସିକା, ୨୩/୬/୨୫ ଏନ୍ ଏନ୍‌ଏସ୍ ଆସିକାର ଅଧୀକ୍ଷାରୀ ଦେବୀ କଳାଣମୟୀ, ଜଗତଜନନୀ ମା’ ଖମ୍ବେଶ୍ୱରୀଙ୍କୁ ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦର୍ଶନ ଓ ପୂଜାର୍ଜନା କରିଛନ୍ତି । ସମସ୍ତଙ୍କ ମଙ୍ଗଳ ପାଇଁ ଅଶୀର୍ବାଦ ଭିକ୍ଷା କରିଥିଲେ । ଦିନିକିଆ ଗଞ୍ଜାମ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମା’ ଖମ୍ବେଶ୍ୱରୀଙ୍କ ପୀଠରେ ପହଞ୍ଝା ପରେ ମନ୍ଦିର ପରିଚାଳନା କମିଟି ସଭାପତି ନାରାୟଣ ସୁଇଁ, ସଂପାଦକ ସଚ୍ଚିଦାନନ୍ଦ ଖଟେଇ, ଯାତ୍ରା ପରିଚାଳନା କମିଟି ସଭାପତି ନିମାଇଁ ଚରଣ ପାଣିଗ୍ରାହୀ, ମନ୍ଦିର ପୂଜକ ନରସିଂହ ମୁନୀ, ଟୁଲିଆ ମୁନି, ଟୁ ମୁନି, ଗଣପତି ମୁନି, ବାବୁଳା ମୁନିକ ସମେତ ବହୁ ଶ୍ରଦ୍ଧାଳୁ ଭଳ୍ପ, ମନ୍ଦିର ପୂଳକ, ଯାତ୍ରା ପରିଚାଳନା କମିଟିର କାର୍ଯ୍ୟକର୍ରା ଉପସ୍ଥିତ ରହି ଲଟା ସ୍ଵାଗତ ସମ୍ବର୍ଦ୍ଦନା ଜ୍ଞାପନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏବଂ ଉଚ୍ଚଶିକ୍ଷା ତଥା ଯୁବସେବା ବ୍ୟାପାର ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଳ, ବାଣିଜ୍ୟ, ପରିବହନ, ଇସ୍ପାତ୍ ଓ ଖଣି ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସଂପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିରାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ, ବ୍ରହ୍ମପୁର ସଂସବ ଡ. ପ୍ରବୀପ କୁମାର ପଣିଗ୍ରାହୀ, ଆସିକା ସଂସବ ଅନିତା ଶୁଭଦର୍ଶିନୀ, କନ୍ଧମାଳ ସଂସଦ ସୁଶାନ୍ତ କୁମାର ପାଣିଗ୍ରାହୀ, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେପି ନେତା ସୂର୍ଯ୍ୟନାରାୟଣ ଦାଶ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ସେରେଡା ବିଧାୟକ ନିଳମଣୀ ବିଷୋୟୀ, ଆସିକା ବିଧାୟକ ସରୋଜ କୁମାର ପାଢୀ,ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଟିକିଟି ବିଧାୟକ ମନୋରଂଜନ ଦ୍ୟାନସମନ୍ତରା, ବ୍ରହ୍ମପୁର ବିଧାୟକ କେ.ଅନିଲ୍ କୁମାର, ଭଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ଆସିକା ଅଞ୍ଚଳର ବରିଷ୍ଠ ବିଜେପି ନେତା ଶିବ କୁମାର ନାୟକ, ଶଙ୍କର ମହାନ୍ତି, ସଙ୍ଗୀତ ପାଢୀ, ସନ୍ଦୀପ ପାଢୀ, ରବିନ୍ଦ୍ରନାଥ ବାରିକ, ଶଶାଙ୍କ ଶେଖର ଚର୍ଚ୍ଚି, ସାଗର କୁମାର ମହାନ୍ତି, ସୋନୁ ଜେନା, ସନ୍ତୋଷ କୁମାର ସ୍ବାଇଁ, ପୁନ ଚତ୍ର ମହାନ୍ତି ଙ୍କ ସମେତ ବିଭିନ୍ନ ପଂଚାୟତର ବହୁ ନିର୍ବାଚିତ ପ୍ରତିନିଧି ଏନ୍‌ଏସି କାଇନସିଲର ସରୋଜ କୁମାର ଭଞ୍ଜ ସମେତ ବହୁ ଦଳୀୟ ନେତା ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ପୋଲିସ ପ୍ରଶାସନ ପକ୍ଷରୁ ଶ।ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅନୁରୋଧ ପତ୍ର ପ୍ରଦାନ କରାଯାଇଥିଲା ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ ଓଡିଶା

Related posts

77ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ 

masiha

ଏକ୍ ପେଡ୍ ମା କେ ନାମ୍-୨.୦ ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

Sunil Chandra Nayak

ଚେମ୍ବର ଅଫ କମର୍ସ,ଧର୍ମଗଡ ଆନୁକୁଲ୍ୟରେ ନବ ନିର୍ବାଚିତ ମାଟିର ସନ୍ତାନ ଧର୍ମଗଡ ବିଧାୟକ ଶ୍ରୀ ପଟ୍ଟଯୋଷୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!