ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା 

ଡାବୁଗାଁ, ୨୯/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମାସ୍ଥିତ ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଠାରେ ଡାବୁଗାଁ ବ୍ଲକ ପ୍ରାଥମିକ ଶିକ୍ଷକ (ନୂତନ ପେନସନ ଭୁକ୍ତ) ସଂଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ଡଙ୍ଗରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏକଲବ୍ୟ ପରିଡା ଚଳିତ ମାସ ୩୧ ତାରିଖ ଦିନ ଅବସର ଗ୍ରହଣ କରିବେ | ୩୦ ଓ ୩୧ ତାରିଖ ଛୁଟି ପଡୁଥିବାରୁ ଆଜି ତାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ଏହି ଅବସରକାଳୀନ ସଭାରେ ସଂଘ ସଭାପତି ମୋହନସିଂ ଗଣ୍ଡ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ସୁଶ୍ରୀ ରଶ୍ମିତା ନେତମ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ ଦ୍ଵାରା ଅବସରପ୍ରାପ୍ତ ଶିକ୍ଷକ ଅକଲବ୍ୟ ପରିଡା ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ, ମାନପତ୍ର ଓ ଉପହାର ପ୍ରଦାନ କରାଯାଇଥିଲା | ଏଥିରେ ଗିରିଶବାଳା ଜେନା, ଅନିତା ବେହେରା, ସୁଜ୍ଞାନୀ ବେହେରା, ସତ୍ୟଭାମା ନିହାଲ, ପୂଜା ଦତ୍ତ, ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ, ରାଇସିଂ ପୂଜାରୀ, ସୁରେଶ ଚନ୍ଦ୍ର ବେହେରା, ସୌଭାଗ୍ୟ ବିଶ୍ଵାଳ, ମଙ୍ଗରାଜ ମାଝି, ବଲ୍ଲଭ ନାରାୟଣ ପଣ୍ଡା, ଜିତେନ୍ଦ୍ର କୁମାର ମାଝି, ଅଜିତ ଷଡଙ୍ଗୀ ଓ ଶିକ୍ଷୟତ୍ରୀ ଶିକ୍ଷକ ମାନେ ଉପସ୍ଥିତ ଥିଲେ | ଶିକ୍ଷକ ଗୁପ୍ତେପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖୁଆଡ଼ ଅଂଚଳରେ ଝାଡ଼ଖଣ୍ଡି ହାତୀପଲ ଆତଙ୍କ

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ବହୁ ବର୍ଷ ପରେ ଅଞ୍ଚଳ ବାସିଙ୍କ ସପ୍ନ ପୂରଣ ହେଲା 

Leave a Comment

error: Content is protected !!