ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ    

ବନ୍ଧୁଗାଁ ତା ୧୩/୨/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହା ଆଡ଼ମ୍ବର ସହକାରେ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଯାଇଛି। ବାର୍ଷିକ ଉତ୍ସବରେ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନି , ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଉପସ୍ଥିତ ରହି ଥିବା ବେଳେ ସମ୍ମାନୀତ ଅତିଥି ଭାବେ ପୋଲିସ ଥାନା ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ପୁର୍ବତନ ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ଦେବରାଜ ମହାରଣା, ପୁର୍ବତନ କ୍ରିଡ଼ା ଶିକ୍ଷକ ମୁକୁନ୍ଦ ଚରଣ ମିଶ୍ର, ବ୍ଲକ କଂଗ୍ରେସ ସଭାପତି ଡି ଏଙ୍କାଟି, ବିଜେପି ବ୍ଲକ ସଭାପତି ଶରତ ପାତ୍ର, ଆଲମଣ୍ଡା ହାଇ ସ୍କୁଲ ର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତ, ମଙ୍ଗଳ ବିଭାଗ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ , ବି ମହେଶ, ରାମ ଚନ୍ଦ୍ର ମେଲେକା, ପ୍ରବୀଣ କୁମାର ସାହୁକାର ଓ ଏସ ଏମ ପି ସି ସଭ୍ୟ ସଭ୍ୟା ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ମାନେ ନିଜ ଅଭିଭାଷଣ ପ୍ରଦାନ ମାଧ୍ୟମରେ ୩୦ ବର୍ଷ ତଳେ ସ୍କୁଲର ପାଠ ପଢା ପାଇଁ ଆବଶ୍ୟକ ଶ୍ରେଣୀଗୃହ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅନେକ ଶିକ୍ଷଣ ସାମଗ୍ରୀ ର ଅଭାବ ରହି ଥିଲା। ଆଜି ସେହି ସମସ୍ତ ପ୍ରକାରର ଆବଶ୍ୟକତା ରାଜ୍ୟ ସରକାରଙ୍କ ତରଫରୁ ପୂରଣ କରାଯାଇ ସ୍ମାର୍ଟ କ୍ଲାସ ତିଆରି କରି ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ କଲେଜ ଚାଲୁ ଅଛି। ପୁଣି ୨୦୨୪ ଶିକ୍ଷ୍ୟା ବର୍ଷରେ ଆମ ବନ୍ଧୁଗାଁ ବ୍ଲକ ରେ ଡିଗ୍ରୀ କଲେଜ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା କରିଛନ୍ତି। ୧୯୭୭ ମସିହାରେ ଆରମ୍ଭ ହୋଇ ଥିବା ଆମ ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଆଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହୋଇ ସ୍କୁଲ୍ ପରିସରରେ ବାଳକ ବାଳିକା ଆବାସିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସମସ୍ତ ସୁବିଧା ସୁଯୋଗ ଥିବାରୁ ଏଠାରେ ପାଠ ପଡ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଅନେକ ଉଚ୍ଚ ଅଭିଳାଷ ରଖି ଆଗାମୀ ଭବିଷ୍ୟତରେ ଆମ ରାଜ୍ୟ ଓ ଦେଶର ସମ୍ମାନ ରଖିବାକୁ ଜଣାଇଥିଲେ। ବାର୍ଷିକ ଉତ୍ସବ କୁ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ଚୌଧୁରୀ ଓ ଚନ୍ଦନ ନାୟକ ପରିଚାଳନା କରିଥିବା ବେଳେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ। ଶେଷରେ ୨୦ ଟି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇ ଥିଲା।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

ଢେଙ୍କାନାଳ ସଦର ବ୍ଲକ୍ ର ପୋଲିସ୍ ଲାଇନ୍ କ୍ଲଷ୍ଟର୍ ସ୍ତରୀୟ ସୁରଭି ଓ ମିଲେଟ୍ କାର୍ଯ୍ୟକ୍ରମ -୨୦୨୫ ଅନୁଷ୍ଠିତ

Sunil Chandra Nayak

ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଓ ସୁଧ ଫେରସ୍ତ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!