ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

ଆଞ୍ଚଳିକ ବ୍ରାହ୍ମଣ ସମିତିର ୧୮୫ତହ ଅଧିବେଶନ ଅନୁଷ୍ଠିତ

୧୪/୦୨/୨୪- ନିକଟରେ ଆଞ୍ଚଳିକ ବ୍ରାହ୍ମଣ ସମିତି, ଖଇରା, ବାଲେଶ୍ଵରର ୧୮୫ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗରସଙ୍ଗ ସ୍ଥିତ ଅନନ୍ତ ଉପାଧ୍ୟାୟଙ୍କ ବାସଭବନ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ସଭାପତିତ୍ବ କରିଥିଲେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ । ସମ୍ପାଦକ ପଣ୍ଡିତ ରମାକାନ୍ତ ଶତପଥୀ ସମ୍ପାଦକୀୟ ବିବରଣୀ ପାଠ ସହିତ ସମିତିର ଉଦ୍ଦେଶ୍ୟ ଓ ପଞ୍ଚାୟତ ସ୍ତରୀୟ କମିଟି ଗଠନ ଏବଂ ବ୍ରହ୍ମ ଶକ୍ତି ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକାରୀ ସଭାପତି ବୁଦ୍ଧିରାମ ପାଣିଗ୍ରାହୀ ବ୍ରାହ୍ମଣ ଜାତିର ଧ୍ଯେୟ ସମାଜକୁ ଦିଗଦର୍ଶନ ଦେବା ସହ ସମାଜ ସୁରକ୍ଷିତ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଆବାହକ ଭାବେ ସ୍ବାଗତ କରିବା ସହ ୨୦୧୮ ମସିହାରେ ଗଠିତ କମିଟିର ନିଷ୍କ୍ରିୟତା ସହ ନୂତନ କମିଟି ଗଠନର ପ୍ରସ୍ତାବ ଦେଇଥିଲେ । ମାଣତ୍ରୀ ପଞ୍ଚାୟତ ସଭାପତି ତପନ କୁମାର ତ୍ରିପାଠୀ ବୋହି ଯାଉଥିବା ପାଣିକୁ ବୋହି ନ ଯିବାକ ଏକ ଦୃଢ ବନ୍ଧ ବାନ୍ଧି ସଂଗଠନକୁ ସୁଦୃଢ କରିବା ସଙ୍ଗେ ସଙ୍ଗେ ରାଜ୍ୟ ଓ ଜିଲ୍ଲାରେ ପଞ୍ଜିକରଣ କରିବା କହିଥିଲେ । ପରେ ପରେ ସମର୍ଥନ ପ୍ରସଙ୍ଗ କ୍ରମେ ବିଭିନ୍ନ ପଦବୀଧାରୀଙ୍କୁ ଚୟନ କରାଯାଇଥିଲା । ସଭାପତି ମାୟାଧର ପାଣିଗ୍ରାହୀ, ଉପସଭାପତି ଦିନେଶ ଚନ୍ଦ୍ର ପଣ୍ଡା ଓ ବଂଶୀଧର ପଣ୍ଡା, ସମ୍ପାଦକ ଅନନ୍ତ ଉପାଧ୍ୟାୟ, ସହସମ୍ପାଦକ ଅନନ୍ତ କିଶୋର ପଣ୍ଡା, ଯୁଗ୍ମ ସଙ୍ଗଠକ ଗୌରାଙ୍ଗ ଚନ୍ଦ୍ର ପଣ୍ଡା,କୋଷାଧ୍ୟକ୍ଷ ପର୍ଶୁରାମ ବହଳୀ ଓ କାର୍ଯ୍ୟକାରୀ ସଦସ୍ୟ ଭାବେ ଲମ୍ବୋଦର ପଣ୍ଡା,ମହେନ୍ଦ୍ର ପଣ୍ଡା, ପର୍ଶୁରାମ ପଣ୍ଡା, ଲକ୍ଷ୍ମୀ ପାଣିଗ୍ରାହୀ ଓ ମହେଶ୍ବର ସାହୁଙ୍କୁ ମନୋନୀତ କରାଯାଇଥିଲା । ସେହିପରି ଉପଦେଷ୍ଟା ଭାବେ ଚୈତନ୍ୟ ପାଣିଗ୍ରାହୀ ବାସୁଦେବ ପାଣିଗ୍ରାହୀ ଓ ବିଜୟ କୁମାର ପାଣିଗ୍ରାହୀ ନିର୍ବାଚିତ ହେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସାଧୁତା ସମ୍ମାନ – ୨୦୨୪ ପାଇଲେ ଯୁବ ସମାଜସେବୀ ସରୋଜ ବାରିକ 

masiha

ନବରଙ୍ଗପୁର ଜିଲ୍ଲାର ଚାଷୀ ଭାଇ ଭଉଣୀ ମାନଙ୍କୁ ପି ଏମ କିଷାନ ସମ୍ମାନ ନିଧି ସହାୟତା ଟଙ୍କା ହସ୍ତାନ୍ତର 

Sunil Chandra Nayak

ଜିଲ୍ଲା ଓୟୁଜେ ସଂଘର ଦ୍ବିବାର୍ଷିକ ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!