ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମ୍ପନ୍ନ

ସେକ୍ଟର ୬ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ସମ୍ପନ୍ନ

 ରାଉରକେଲା: ସେକ୍ଟର ୬ ସ୍ଥିତ ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟ ପରିସରରେ ୪୯ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ, ସ୍ବତନ୍ତ୍ର ଅତିଥି ଭାବେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ସମ୍ମାନିତ ଅତିଥି ଭାବେ ସିଆରସିସି ଦୀପକ୍ କୁମାର ସାମଲ, ବିଶ୍ରା ଏବିଇଓ ଆରତୀ ପ୍ରଧାନ, ରୋଟାରୀ କ୍ଲବ୍, ରାଉରକେଲା ସେଣ୍ଟ୍ରାଲ୍ ର ସଭାପତି ରାଜେଶ ଗର୍ଗ, ଆରଏସପିର ସିଜିଏମ, ହୀରାଲାଲ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିମନ୍ତ୍ରିତ ଅତିଥି ଭାବେ ସେକ୍ଟର ୧୮ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଶ୍ମିତ୍ କୁମାର ସାହାଣୀ, ସେକ୍ଟର ୧୬ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୃପ୍ତିମୟୀ ଦ୍ଵିବେଦୀ ଏବଂ ଲୁଆକେରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ରାଉଳ ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମହାପାତ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ସ୍ଵାଗତ ଭାଷଣ ରଖିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ l ଆସନ୍ତା ବର୍ଷ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀ ଉତ୍ସବର ସର୍ବ ସଫଳତା ନିମନ୍ତେ ଅତିଥି-ଆଲୁମିନିଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ l ଏହି ଅବସରରେ ୨୦୨୩-୨୪ ଶିକ୍ଷା ବର୍ଷର ବିଦ୍ୟାଳୟ ଟପ୍ପର ଶୁଭମ୍ କୁମାର ସାହୁଙ୍କୁ ଆଲୁମିନି କିଶୋର୍ ଚନ୍ଦ୍ର ସାମଲଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗୌରବ ମହାନ୍ତ, ବରିଷ୍ଠ ଶିକ୍ଷୟିତ୍ରୀ ପାର୍ବତୀ ବାରିକ୍ ଓ ପ୍ରାକ୍ତନ ଛାତ୍ର ଅଲିଅଳ ବେହେରା ଙ୍କର ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ଯୋଗୁଁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ ତଥା ନୂତନ ଭାବେ ଗଠିତ ହୋଇଥିବା ବିଦ୍ୟାଳୟ ବ୍ୟାଣ୍ଡ ଟ୍ରୁପ ର ଚମତ୍କାର ପ୍ରଦର୍ଶନରେ ମୁଗ୍ଧ ହୋଇ ସମ୍ମାନିତ ଅତିଥି ତଥା ଆଲୁମିନି ହୀରାଲାଲ ମହାପାତ୍ରଙ୍କ ଦ୍ଵାରା ଏକ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ବେଳେ ଶେଷରେ ବରିଷ୍ଠ ଶିକ୍ଷକ ମାନସ ରଞ୍ଜନ ମହାନ୍ତିଙ୍କ ଦ୍ଵାରା ଧନ୍ୟବାଦ ଅର୍ପଣ କରାଯାଇଥିଲା l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

masiha

ଚିତ୍ରକୋଟ ମହିଳା ସଙ୍ଘଠନ ଦ୍ବାରା ସ୍ୱଚ୍ଛତା କାର୍ଯ୍ୟକ୍ରମ 

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

Leave a Comment

error: Content is protected !!