ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାୟକ ଅକ୍ଷୟ ରାଜହସ୍ତୀ ଙ୍କୁ ମିଳିଲା “ଦରବାର ସାହିତ୍ୟଚକ୍ର ସମ୍ମାନ”

କଟକ/ଢେ଼ଙ୍କାନାଳ // (ମ ସୀ ହା)୧୪/୦୧_କଟକ ମୁନିସପାଲଟି ସ୍ଥିତ ଗୌରୀ ଶଙ୍କର ଭବନ ଠାରେ କୈବଲ୍ୟ ସାହିତ୍ୟ ସଂସଦ, କଟକ ଆନୁକୁଲ୍ୟରେ ବାଗ୍ମୀ ସଂଗ୍ରାମ କେଶରୀ ସାମନ୍ତରାୟ ଙ୍କ ଆବାହକତ୍ୱରେ ଆୟୋଜିତ ରାଜ୍ୟସ୍ତରୀୟ ଫକୀରମୋହନ ସେନାପତି ସାହିତ୍ୟ ଦରବାର , ମକର ମଉଜ ସମାରୋହ ଓ ସାହିତ୍ୟ ମହାକୁଂଭ ଅନୁଷ୍ଠିତ ହୋଇ ଯାଇଛି l

      ଏହି କାର୍ଯ୍ୟକ୍ରମ ରେ ଅସୀମ ଅମିତାଭ ଦାସ, ନାଟ୍ୟକାର ବିଜୟ ଦାସ, ଡକ୍ଟର ଲକ୍ଷ୍ମଣ ସାହୁ, ଡ଼କ୍ଟର ଦିଲ୍ଲୀପ ସେନାପତି,ପ୍ରଫେସର ସୁରେଖା ସୁନ୍ଦରୀ ସ୍ୱାଇଁ , ଡଃ ଦିପାୟନ୍ ପଟ୍ଟନାୟକ, ଡ଼କ୍ଟର ବିରଞ୍ଚି କୁମାର ସାହୁ,ନ୍ୟାୟମୂର୍ତ୍ତି ବୀର କିଶୋର ମିଶ୍ର,ଡକ୍ଟର ପ୍ରଭାତ କୁମାର ରାଉଳ,ପଦ୍ମଶ୍ରୀ ଶ୍ରୀମତୀ ଶ୍ୟାମାମଣି ଦେବୀ,ପ୍ରଫେସର ବାବାଜୀ ପଟ୍ଟନାୟକ, ପ୍ରାବନ୍ଧିକ ପ୍ରଫେସର ନଟବର ଶତପଥୀ, ଭାଷାବିତ୍ ପ୍ରଫେସର ଶ୍ରୀଯୁକ୍ତ ଚିତ୍ତ ରଞ୍ଜନ ପଣ୍ଡା,ଡ଼କ୍ଟର ରାଜ କୁମାର ନାୟକ, ଡ଼କ୍ଟର ଲକ୍ଷ୍ମୀପ୍ରିୟା ବେହେରା,ଶ୍ରୀଯୁକ୍ତ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ,ପଣ୍ଡିତ ନୀଳକଣ୍ଠ ରାଉତ ପ୍ରଭୃତି ଙ୍କ ଉପସ୍ଥିତି ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କବି, ସଂଗଠନ,ବ୍ୟକ୍ତି ବିଶେଷ ଙ୍କୁ ବିଭିନ୍ନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା l ତନ୍ମଧ୍ୟରୁ ରାଜହସ୍ତୀ ଙ୍କୁ “ଦରବାର ସାହିତ୍ୟ ଚକ୍ର ସମ୍ମାନ “ରେ ରାଜକୀୟ ଉପଚାର ସହ ସମ୍ବର୍ଦ୍ଧିତ କରାଯାଇଛି l

 ସୁଚନା ଯୋଗ୍ୟ ଯେ ଢେ଼ଙ୍କାନାଳ ଜିଲ୍ଲା ମେରାମଣ୍ଡଳୀ ନିକଟସ୍ଥ ନଗାରୀ ଗ୍ରାମ ରେ ଜନ୍ମିତ ଶ୍ରୀଯୁକ୍ତ ରାଜହସ୍ତୀ ତାଙ୍କ ର ଉଲ୍ଲେଖନୀୟ କାବ୍ୟିକ ଯାତ୍ରା ପାଇଁ ବିଗତ ଦିନରେ ଭାରତ ର ସର୍ବବୃହତ୍ ପ୍ରକାଶନୀ ସଂସ୍ଥା ଷ୍ଟୋରୀ ମିରର୍ ଓଡ଼ିଆ ତରଫରୁ ୨୦୨୧ ସାରସତ୍ୱ କବିତା ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି l ଏଥି ସହିତ ରାଜ୍ୟ ର ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ ସହ ଯୋଡ଼ି ହୋଇ ପ୍ରିଣ୍ଟ ମିଡିଆ ଓ ୱେବ୍ ମିଡିଆ ମାଧ୍ୟମ ରେ ଅନେକ ସମ୍ମାନ ଓ ସମ୍ବର୍ଦ୍ଧନା ହାସଲ ପୂର୍ବକ ସମ ସାମୟିକ ସମ୍ବାଦପତ୍ର,ପତ୍ରପତ୍ରିକାରେ ସ୍ଵୀୟ ଲେଖନୀ ଚାଳନା ଜାରି ରଖି ଓଡ଼ିଆ ଭାଷା ଭାରତୀ ଭଣ୍ଡାର କୁ ରୁଦ୍ଧିମନ୍ତ କରିଛନ୍ତି l ତାଙ୍କ ର ଏହି ସଫଳତା ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବ ଆଣି ପାରିଛି l

ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜଡ଼ିବୁଟି ଦିବସରେ ଔଷଧୀ ଚାରା ରୋପଣ କଲେ ପତାଞ୍ଜଳି ଯୋଗ ପରିବାର

Sunil Chandra Nayak

ଜୁନାଗଡ ବ୍ଲକ ଅନ୍ତର୍ଗତ ଆଟିଗାଁ ବିଶ୍ଵାଳ ପଡ଼ା ଏ ଓଏସସିଏଫ ପକ୍ଷରୁ ଏକ ନୂଆଁଖାଇ ଭେଟଘାଟ

masiha

ବସ୍ତା ଅଞ୍ଚଳ ର ସମାଚାର

masiha

Leave a Comment

error: Content is protected !!