ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

ତେନ୍ତୁଳି ଖୁଟି ରାସ୍ତା,,ଭାରି ହିନସ୍ଥା,,,ଲୋକେ ଗୁହାରି କରିବେ କାହାକୁ !

ଜୁନାଗଡ଼,୨୮/୭.(ନି.ପ୍ର):କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରଭାଟି ତେନ୍ତୁଳିଖୁଣ୍ଟି ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥା ଥିବା ଦେଖିବାକୁ ମିଳିଛି। ଚାରଭାଟି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରୁ ତେନ୍ତୁଳିଖୁଣ୍ଟି ଚାରି ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଗତ କେଇମାସ ତଳେ ନିର୍ମାଣ କାର୍ଯ୍ୟ କର୍ଯାଇଥିଲା, ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ସହ ବେପରୁଆ ସମ୍ପାଦନା ଯୋଗୁଁ ରାସ୍ତା ଲୋକଙ୍କ ସୁବିଧା କରିବା ବଦଳରେ ଖାଲ ଖମାରେ ଅସୁବିଧା ସୃଷ୍ଟି କରୁଛି । କେନାଲ ଠାରୁ ଗାଁକୁ ଆସୁଥିବା ଗ୍ରାମ ରାସ୍ତା ମଧ୍ଯ ଆଣ୍ଠୁଏ କାଦୁଅ ଯୋଗୁଁ ଲୋକେ ବିଭିନ୍ନ ପ୍ରକାର ହଇରାଣ ହେବା ସହ ନିଜ ଚାଷ ଜମିକୁ ହଲ ନଗଲ ନେବା ସହ ସମସ୍ୟା ଭୋଗୁଛନ୍ତି । ଚାରଭାଟି ଗ୍ରାମ ପଂଚାୟତର ସରପଂଚ ନିଜେ ତେନ୍ତୁଳିଖୁଣ୍ଟି ଗ୍ରାମ ବାସିନ୍ଦା ହୋଇଥିବା ବେଳେ ସଂପୃକ୍ତ ଗ୍ରାମର ମୁଖ୍ୟ ରାସ୍ତା ଓ ଗ୍ରାମ୍ୟ ରାସ୍ତାର ହାଲ ବେହାଲ ହୋଇଥିବା ଯୋଗୁଁ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି। ଏନେଇ ଯଥା ଶୀଘ୍ର ଏହି ରାସ୍ତାର ସମସ୍ୟା ସମାଧାନ କରିବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୁଣ୍ଡରା ଗୁଡା ଠାରେ ବନମହୋତ୍ସବ ଅନୁଷ୍ଠିତ 

masiha

ତାଲିମପ୍ରାପ୍ତ ଛତୁଚାଷୀ ମାନଙ୍କୁ ନାବାର୍ଡ ତରଫରୁ ମାନପତ୍ର ପ୍ରଦାନ 

masiha

ଓଡିଆ ପକ୍ଷ ପାଳନ ଅବସରରେ ଜିଲ୍ଲାସ୍ତରୀୟ ଖଡିଛୁଆଁ ଦିବସ 

masiha

Leave a Comment

error: Content is protected !!