ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

ରାଜ୍ୟପାଳ ପୁରସ୍କାର ପାଇଲେ ଡେଙ୍ଗ ହାଇସ୍କୁଲ..!!! 

ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଲା ଡେଙ୍ଗ ହାଇସ୍କୁଲ

ବଲାଙ୍ଗିର:-13/03(:- ଭୁବନେଶ୍ଵର ରାଜ ଭବନରେ ରାଜ୍ୟସ୍ତରୀୟ ରେଡ଼କ୍ରସ ପୁରସ୍କାର ବିତରଣ ଉତ୍ସବରେ ଓଡିଶାର ମହାମହିମ ରାଜ୍ୟପାଳ ତଥା ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସଭାପତି ଡ. ହରିବାବୁ କମ୍ଭମପାଟିଙ୍କ କରକମଳରେ ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ହାଇସ୍କୁଲର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ର ଓ ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ରାଜ୍ୟର ଜୁନିୟର ରେଡ଼କ୍ରସ ସର୍ବଶେଷ୍ଠ ବିଦ୍ୟାଳୟ ଭାବରେ ରାଜ୍ୟପାଳ ସ୍ମାରକୀ, ପ୍ରଶଂସା ପତ୍ର ପାଇ ପୁରସ୍କୃତ ହୋଇଛନ୍ତି । ସେହିପରି ରାଜ୍ୟପାଳଙ୍କ ଠାରୁ ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡ଼କ୍ରସ କାଉନସେଲର ରାମ ନାରାୟଣ ଦାଶ ଓଡ଼ିଶା ରାଜ୍ୟର ଶ୍ରେଷ୍ଠ କାଉନସେଲର ଭାବରେ ଓ ଜୁନିୟର ରେଡ଼କ୍ରସ ସ୍ୱେଚ୍ଛାସେବୀ ମାମୁନୀ ପ୍ରଧାନ ଓଡ଼ିଶାର ରାଜ୍ୟର ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବରେ ପୁରସ୍କୃତ ହୋଇଛନ୍ତି । ଖବର ପ୍ରଚାରିତ ହେବାପରେ ବଲାଙ୍ଗୀର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନବିଏସ ରାଜପୁତ, ଭାରତୀୟ ରେଡକ୍ରସ୍ ସୋସାଇଟି ଓଡ଼ିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଗଣେଶ ଚନ୍ଦ୍ର ପାତ୍ର , ଯୁବ ରେଡକ୍ରସ୍ ଅଧିକାରୀ ଡ଼. ରମେଶ ଚନ୍ଦ୍ର ବେହେରା ଓ କନିଷ୍ଠ ରେଡକ୍ରସ୍ ଅଧିକାରୀ ଲକ୍ଷ୍ମଣ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ଡେଙ୍ଗ ବିଦ୍ୟାଳୟର ଜୁନିୟର ରେଡ଼ କ୍ରସ ୟୁନିଟ ତରଫରୁ ରେଡ଼କ୍ରସର ମୂଳମନ୍ତ୍ର ମାନବିକତାକୁ ଲକ୍ଷ୍ୟକରି ବିଗତ ଦିନରେ ରକ୍ତଦାନ, କରୋନା ସମୟରେ କାର୍ଯ୍ୟ, ବାଲ୍ୟ ବିବାହ କୁ ନା ସଚେତନତା, ତମାଖୁ ସେବନକୁ ନା କାର୍ଯ୍ୟକ୍ରମ, ଏଡ଼ସ ସଚେତନତା, ବୃକ୍ଷ ରୋପଣ, ସଡକ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ଫନି , ୨୦୧୮ କେରଳ ବାତ୍ୟା, ୨୦୧୯ରେ ବଲାଙ୍ଗୀର ବାତ୍ୟା ସମୟରେ ଆର୍ଥିକ ସହଯୋଗ ତଥା ରିଲିଫ ବଣ୍ଟନ ଆଦି ବିଭିନ୍ନ ମାନବୀୟ କାର୍ଯ୍ୟ କରିଛି । ରେଡ଼କ୍ରସ କାର୍ଯ୍ୟ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ କୃପାସିନ୍ଧୁ ମିଶ୍ର, ସୁଦର୍ଶନ ଦାଶ, ବିଶ୍ଵନାଥ ମେହେର, ମନରଞ୍ଜନ ପରିଡା, ଦେବେଶ ହୋତା, ସମୀର ସେଠି, ଦୀପକ ସେନ ଧରୁଆ, , ଲିଙ୍ଗରାଜ ନନ୍ଦ, ହିଂମାଶୁ ଶେଖର ବିଶ୍ବାଳ, ଅବିନାଶ ଭୋଇ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଗାୟତ୍ରୀ ବାରିକ, ତପସ୍ୱିନୀ ପଟେଲ, କାନ୍ତି ଭୋଇ, ଦ୍ରୌପଦୀ ଭୋଇ, ଶିବାନୀ ମଲ୍ଲିକଙ୍କ ଅଦମ୍ୟ ପ୍ରଚେଷ୍ଟା ଓ ବିଦ୍ୟାଳୟ ପ୍ରତି ନିଃସ୍ଵାର୍ଥ ସେବାକୁ ସମ୍ମାନ ଜଣାଇଛନ୍ତି। ରାଜ୍ୟପାଳ ପୁରସ୍କାର ପାଇଁ ଡେଙ୍ଗ ବିଦ୍ୟାଳୟକୁ ବଲାଙ୍ଗୀର ଜିଲ୍ଲାର ଏଡିଏମ ପବିତ୍ର ବେହେରା, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ କୁମାର ମେହେର, ଜିଲ୍ଲା ରେଡ଼କ୍ରସ ସଂପାଦକ ସସ୍ମିତା ପ୍ରଧାନ , ଡିଇଓ ପ୍ରଦୀପ କୁମାର ନାଗ, ଜିଲ୍ଲା ଜୁନିୟର ରେଡ଼କ୍ରସ ସମ୍ପାଦକ ପ୍ରଦୀପ କୁମାରକୁମାର ପାତ୍ର, ବିଇଓ ମମତା ମହାଡୀକ ଜେଆରସିଓ ବିକାଶ ସାହୁ ତଥା ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ବୁଦ୍ଧିଜୀବୀ ଶୁଭେଚ୍ଛା ଜଣାଇଛନ୍ତି ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ 

masiha

ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଦ୍ବାରା ଆମ୍ବାବାଡି ଆଦିବାସୀ ଝିଅ ସମ୍ମାନିତ

Leave a Comment

error: Content is protected !!