ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

ରାୟଗଡ଼ା ରେଳ ଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ

ରାୟଗଡ଼ା,:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାୟଗଡ଼ା ରେଳଷ୍ଟେଶନର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମଗ୍ର ଭାରତରେ ଅମୃତ ଭାରତ ଯୋଜନାରେ ୪୧ ହଜାର କୋଟି ଟଙ୍କା ମୂଲ୍ୟରେ ରେଳ ପ୍ରକଳ୍ପ ଉପହାର ଦେଇଛନ୍ତି କେନ୍ଦ୍ର ସରକାର।

ରାୟଗଡ଼ା ରେଳଷ୍ଟେଶନ ପାଇଁ ୨୪୩ କୋଟି ଟଙ୍କା ଅନୁଦାନ ମିଳିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ଏମ୍‌ ପି ସପ୍ତଗିରି ଶଙ୍କର ଉଲାକା, ସମ୍ମାନିତ ଅତିଥି ଭାବେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଏସପି ହରିଶା ବି.ସି, ଭାଜପା ଜିଲା ସଭାପତି ଶିବ ପଟ୍ଟନାୟକ, ଭାଜପା ନେତା କାଳୀରାମ ମାଝି, ରେଳ ବିଭାଗ ସିପିଏମ ଓ୍ବାଇ ମସ୍ତାନେୟା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଓ ଛାତ୍ରୀଛାତ୍ର ଯୋଗଦେଇଥିଲେ। ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠୀସ୍ଵାସ୍ଥ୍ୟ କେନ୍ଦ୍ରରେ ଅଜଣା ବ୍ୟକ୍ତିଙ୍କ ତୁମୁଳକାଣ୍ଡ କରି ଦାବୀ କଲା ଶୀଘ୍ର ଚିକିତ୍ସା:ଡାକ୍ତରଙ୍କୁ ମାରିଲା ଶକ୍ତ ଚାପୁଡ଼ା:ପରେ ଫେରାର 

Sunil Chandra Nayak

କ୍ୟାନ୍ସର ରୋଗରେ ମହିଳାଙ୍କ ମୃତ୍ୟୁ

Sunil Chandra Nayak

୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!