ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡିଶା ଦିବସ ମହାସମାରୋହରେ ପାଳିତ

ଭବାନୀପାଟଣା: ତା ୨.୪.୨୦୨୩:ଗତ କାଲି ତା ୧.୪.୨୦୨୩ ରିଖ ଦିନ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ,ସଭାପତି ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ ଓ ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ, ପୌରଧ୍ୟକ୍ଷ ଶ୍ରୀମତୀ ସଂଯୁକ୍ତା ବେହେରା, ଶିକ୍ଷାବିତ୍ ଶ୍ରୀ ଶିବ ପ୍ରସାଦ ବେହେରା, ମୁଖ୍ୟବକ୍ତା ଅଧ୍ୟାପକ ଶ୍ରୀ ପରମେଶ୍ବର ମୁଣ୍ଡ ପ୍ରମୁଖ ଯୋଗ ଦେଇଥିଲେ।ଅତିଥିଗଣ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଓଡିଶା ର ବରପୁତ୍ରମାନଙ୍କର ନିସ୍ୱାର୍ଥପର ତ୍ୟାଗ ଓ ଉଦ୍ୟମ ସମ୍ପର୍କରେ ସ୍ମୃତି ଚାରଣ ସହ ସମୃଦ୍ଧ ଓ ସଶକ୍ତ ଓଡିଶାର ସ୍ବପ୍ନକୁ ସାକାର କରିବାରେ ସମସ୍ତଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ।ଓଡ଼ିଶା ର ଭାଷା ,ସଂସ୍କୃତି, ଏତ୍ୟିହ, ପରମ୍ପରା, ଚଳଣି ,ସାହିତ୍ୟ, ଅସ୍ମିତା କୁ ବଜାୟ ରଖିବାକୁ ଉଦ୍ୟମ ଜାରି ରଖିବା ସହ ଏହାର ଉତୋରତ୍ତର ଉନ୍ନତି ପାଇଁ ସମସ୍ତେ ଚେଷ୍ଟା କରିବାକୁ ମତ ପ୍ରକାଶ ପାଇଥିଲା।

ଏହି ଦିବସ ପାଳନ ଅବସରରେ ସକାଳ ୪.୩୦ ମଧ୍ୟରେ ମିନିଟ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ସହରରେ ଉତ୍କଳ ବନ୍ଦନା ତଥା ଦେଶାତ୍ମବୋଧକ ସଙ୍ଗୀତ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପରିବେଷଣ ହୋଇଥିଲା।ସକାଳ ୭.୩୦ ମି ସମୟରେ ସହରରେ ଅବସ୍ଥାପିତ ୧୪ ଗୋଟି ମହାପୁରୁଷ ପ୍ରତିମୂର୍ତ୍ତି ଠାରେ ନିକଟସ୍ଥ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପମାଲ୍ୟ ଅର୍ପଣ ଓ ପୂଜ୍ୟପୂଜା କରାଯାଇଥିଲା।ସ୍ଥାନୀୟ ପୌରପରିଷଦ ଛକ ସ୍ତିତ ଉତ୍କଳମଣି ଗୋପବନ୍ଧୁ ଦାସ ଓ କୋର୍ଟ ପରିସର ସ୍ଥିତ ଉତ୍କଳ ଗୌରବ ମଧୁସୁଦନ ଦାସ ଙ୍କ ପ୍ରତିମୂର୍ତ୍ତି ଠାରେ ଜିଲ୍ଲାପାଳ,କଳାହାଣ୍ଡି ,ଅତିରିକ୍ତ ଜିଲ୍ଲାପାଳ, ପୌରଧକ୍ଷା ଙ୍କ ସମେତ ବି ଏମ ହାଇସ୍କୁଲ ,ସତ୍ୟ ସାଇ ବିଦ୍ୟା ମନ୍ଦିର ର ଛାତ୍ର,ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ,ସରକାରୀ ଅଧିକାରୀ,ୱାର୍ଡ ସଭ୍ୟ , ଆଇନଜୀବୀ,ବୁଦ୍ଧିଜୀବୀ ଙ୍କ ଗ୍ରହଣରେ ପୁଷ୍ପମାଲ୍ୟ ଓ ପୂଜ୍ୟପୂଜା କରାଯାଇଥିଲା। ସଂଧ୍ୟା କାର୍ଯ୍ୟକ୍ରମ ଟାଉନ ହଲ ଠାରେ ପ୍ରଦୀପ ପ୍ରଜ୍ବଳନ, ସଭାକାର୍ଯ୍ୟ ପରେ ହାଇସ୍କୁଲ, କଲେଜ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ଓଡ଼ିଆ ବକ୍ତୃତା,ପ୍ରବନ୍ଧ ଓ ସାଧାରଣଜ୍ଞାନ ପ୍ରତିଯୋଗିତାର ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ,ଟ୍ରଫି ପ୍ରଦାନ କରିଥିଲେ।ସେଭଳି ୨୦୧୭ ବର୍ଷ ପାଇଁ ମନୋନୀତ ଦୁଇ ଜଣ ଶିକ୍ଷକ ବୋର୍ଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସହଦେବ ବୁଦ୍ଧିଆ ଏବଂ ନର୍ଲାରୋଡ ସ୍ଥିତ ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର କରଙ୍କୁ ମୁଖ୍ୟ ଅତିଥି ରାଜ୍ୟ ପୁରସ୍କାର ,ମାନପତ୍ର, ଟ୍ରଫି ଓ ୨୫୦୦୦ ଟଙ୍କା ର ଡ୍ରାଫ୍ଟ ପ୍ରଦାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ କଳାହାଣ୍ଡି କଳାକେନ୍ଦ୍ର, ଜେ କେ ସ୍କୁଲ ଅଫ ଡାନ୍ସ ,ଶ୍ରୀ ସତ୍ୟ ସାଇ ବିଦ୍ୟା ମନ୍ଦିର,ସରସ୍ଵତୀ ଶିଶୁ ମନ୍ଦିର ବୃନ୍ଦାବତୀବିହାର ,ବୃନ୍ଦାବନ ସ୍ମାର୍ଟ ସ୍କୁଲ,ବିକାଶ ଆବାସିକ ବିଦ୍ୟାଳୟ, ସକ୍ଷମ ଡାନ୍ସ ଏକାଡେମୀ, ମୟୁରି ଡାନ୍ସ ଏକାଡେମୀ ସମ୍ବଲପୁରୀ, ଓଡିଶୀ ଓ ଲୋକ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ ଦଳଙ୍କୁ ମଧ୍ୟ ସାର୍ଟିଫିକେଟ ଓ ଟ୍ରଫି ଅତିଥି ମାନେ ପ୍ରଦାନ କରିଥିଲେ।ସରସ୍ଵତୀ ବିଦ୍ୟା ମନ୍ଦିର ବ୍ରଜବିହାର ର ଛାତ୍ରୀ ମାନେ ପ୍ରାରମ୍ଭ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ।ଏହି ଅବସରରେ ୧ ତାରିଖ ରାତ୍ରି ସମୟରେ ବିଭିନ୍ନ ସରକାରୀ ,ବେସରକାରୀ କୋଠା ମାନଙ୍କରେ ଲିଚୁ ଲାଇଟ୍ ଦ୍ଵାରା ସୁସଜ୍ଜିତ କରାଯାଇଥିଲା

ସ୍ଵାଗତ ଭାଷଣ ସହ ସଭା କାର୍ଯ୍ୟକ୍ରମ ର ପରିଚାଳନା ଓ ଆୟୋଜନ କରିଥିଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଏବଂ କାର୍ଯ୍ୟକ୍ରମକୁ ଶ୍ରୀ ବିରଞ୍ଚି ମୁଣ୍ଡ ସଞ୍ଚାଳନ କରିଥିଲେ।ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ଶିକ୍ଷକ ଶ୍ରୀ ରବି କାନୁନଗୋ,ଶ୍ରୀ ମଙ୍ଗୁଲୁ ପ୍ରଧାନ, ଶ୍ରୀ ପ୍ରଦୀପ ନେଗି ଓ ସୂଚନା ଲୋକ ସମ୍ପର୍କ କାର୍ଯ୍ୟଲୟର କର୍ମଚାରୀ ସହଯୋଗ କରିଥିଲେ। ସଭାରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, କଳାକାର ଅନୁଷ୍ଠାନ ର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଦୃଷ୍ଟିହୀନ ମହିଳା ଙ୍କ ପାଇଁ ଭିନ୍ନକ୍ଷମ ଭତ୍ତା ଓ ସରକାରୀ ଯୋଜନା ସାତସପନ 

Sunil Chandra Nayak

ଜିଲ୍ଲା ସ୍ତରୀୟ ସର୍ଗିଫଲ୍ କାର୍ଯ୍ୟକ୍ରମ ଉଦଘାଟିତ, , ଆମେ ସମସ୍ତେ ପିଲାଙ୍କ ପଛେ ଅଛୁ (ଜିଲ୍ଲାପାଳ)

Sunil Chandra Nayak

ପ୍ରାଥମିକ ବିଦ୍ୟାଳୟ ମେଦିନୀପୁର ଠାରେ ହର୍ସ ଉଲ୍ଲାସ ର ସହ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!