ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବୁଧବାର ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି. ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ।

    ଅସହ୍ୟ ତାତି ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ଜଳଛତ୍ର ଦ୍ୱାରା ଉଠା ଦୋକାନୀ ଗ୍ରାହକ ଓ ଯାତାୟାତ କରୁଥିବା ଯାତ୍ରୀ ମାନେ ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ।.ଆଗାମୀ ଦିନ ରେ ଆଉ 3ଟି ଜାଗାରେ ବସଷ୍ଟାଣ୍ଡ, ମୁଖ୍ୟ ଚିକିତ୍ସାଳୟ ଓ ବାଜିଚଉକ ଛକ ରେ ଜଳଛତ୍ର ଖୋଲାଯିବା ସହ ପ୍ରତି ଗୁରୁବାର ଉକ୍ତ ସ୍ଥାନ ରେ ଦହିସର୍ବତ ବଣ୍ଟନ ହେବ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି .। ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭପତି ଅଜୟ କୁମାର ସାହୁ. କୋଷାଦକ୍ଷ ଅମରେନ୍ଦ୍ର ଖୁଣ୍ଟିଆ,ସୁବାସ ଦାସ ଶକୁନ୍ତଳା ସାହୁ ରଘୁନନ୍ଦନ ସାହୁ, ରମାକାନ୍ତ ପତି, ଅମରେନ୍ଦ୍ର ସାହୁ, ରତିକାନ୍ତ ସେଠି ଶାନ୍ତିଲତା ବେହେରା ସୁଧାଂଶୁ ବେହେରା ନନ୍ଦିତା ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ।

ଶୁଭମ ପାଣି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ 

masiha

ଯୋଡ଼ା ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍‌ଠାରେ ଯୁବ ଜାଗୃତି ଅଭିଯାନର ଭବ୍ୟ ଆୟୋଜନ ସହ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ନିଶାମୁକ୍ତ କରିବାର ସଂକଳ୍ପ

Leave a Comment

error: Content is protected !!