ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟରେ Y20, G20 , ଜିଲ୍ଲାସ୍ତରୀୟ ଯୁବ ଆଲୋଚନା

ନବରଙ୍ଗପୁର(ମସିହା(-୦୪/୦୪/୨୦୨୩–ନବରଙ୍ଗପୁର ମହାବିଦ୍ୟାଳୟ ଦ୍ୱାରା Y20, G20 , ଜିଲ୍ଲା ସ୍ତରୀୟ ଯୁବ ଆଲୋଚନା ସ୍ମାର୍ଟ ଶ୍ରେଣୀଗୃହରେ ଆୟୋଜିତ ହୋଇଥିଲା । ଆଲୋଚନାର ବିଷୟ ଥିଲା “ ଗଣତନ୍ତ୍ର ଏବଂ ଶାସନ ନୀତିରେ ଯୁବପିଢିଙ୍କ ଭୂମିକା”।ଏହି ଆଲୋଚନା ଚକ୍ରରେପାନବେଡ଼ା ଡ଼ିଗ୍ରୀ ମହାବିଦ୍ୟାଳୟ ଚନ୍ଦାହାଣ୍ଡି, ଭୈରବ ଡିଗ୍ରୀ ମହାବିଦ୍ୟାଳୟ ଡ଼ାବୁଗାଁ ଏବଂ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନବିଭାଗର ଅଧ୍ୟାପିକା ନିର୍ମଳା ହିକକା,ଅଧ୍ୟାପକ ଶ୍ରୀହରିଶ୍ ଚନ୍ଦ୍ର ସବର ଏବଂ ଇଂରାଜୀ ବିଭାଗର ଅଧ୍ୟାପିକା ରଜନୀ ମିଞ୍ଜ ବିଚାରକ ମଣ୍ଡଳୀ ଭାବରେ କାର୍ଯ୍ୟ କରିଥିଲେ |ଏପରି ଏକ ସୁନ୍ଦର୍ କାର୍ଯ୍ୟକ୍ରମରେ ନବରଙ୍ଗପୁର ମହାବିଦ୍ୟାଳର ଅଧକ୍ଷଡକ୍ଟର ଭାସ୍କର ନାଥ ବିଶ୍ଵାଳ,ଅର୍ଥନୀତି ବିଭାଗର ଅଧ୍ୟାପକଶ୍ରୀ ଦିଲୀପ କୁମାର ହୋତା,ଏବଂ ଦର୍ଶନ ଶାସ୍ତ୍ର ବିଭାଗର ଅଧ୍ୟାପକ ଶ୍ରୀ ଶମ୍ଭୁ ପ୍ରସାଦ ହୋତା ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରି ଉତ୍ସାହିତ କରିଥିଲେ |ନବରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ସୁଶ୍ରୀସମୀକ୍ଷା ମହାପାତ୍ରଙ୍କୁ ଏହି ଆଲୋଚନା ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଭୁବନେଶ୍ୱରରେ କିଟ୍ବିଶ୍ବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା Y20..G20 ଆନ୍ତର୍ଜାତୀୟ ଯୁବ ଆଲୋଚନା ପାଇଁ ମନୋନୀତ ହୋଇଥିଲେ | ଏଥି ସହିତ ଅନ୍ୟ ପ୍ରତିଯୋଗୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ମହାବିଦ୍ୟାଳୟର ଜାତୀୟସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ମାନସୀ ମହାପାତ୍ର ଏବଂ ଶ୍ରୀ ଜାହାଙ୍ଗୀର ମହମ୍ମଦ ସଂଯୋଜନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ଭିଟାମାଟିକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

masiha

ଆନ୍ତ ଜିଲ୍ଲା ୧୬ ବର୍ଷରୁ କମ କ୍ରିକେଟ ଖେଳାଳିଙ୍କ କଟକ ଗସ୍ତ 

Sunil Chandra Nayak

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!