ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଧୁବୈଶ୍ୟ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

ମଧୁବୈଶ୍ୟ ସମାଜର ବାର୍ଷିକୋତ୍ସବ ଅନୁଷ୍ଠିତ

ରାଉରକେଲା: ସେକ୍ଟର ୨୦ସ୍ଥିତ ଗଣେଶ ମନ୍ଦିର ପରିସରରେ ମଧୁବୈଶ୍ୟ ସମାଜର ୪୫ତମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଇସ୍ପାତ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଭବାନୀ ଶଙ୍କର ଚନ୍ଦେଲ ମୁଖ୍ୟଅତିଥି ଭାବେ ଯୋଗଦେଇ ମଧୁବୈଶ୍ୟ ସମାଜର ବିିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ଆଇଜିଏଚ ର ଡେପୁଟି ଡାଇରେକ୍ଟୋର ମଧୁମିତା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂଗଠନର ଏକତା ଓ ସମନ୍ବୟ ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ସାହୁ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ ସଭାପତି ନକୁଳ ଚନ୍ଦ୍ର ସାହୁ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କାମିନୀ ମେଧା ଓ ସୀତା ମେଧା ପୁରସ୍କାର ବାବଦରେ ନଗଦ ଅର୍ଥ ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମଧୁବୈଶ୍ୟ ସମାଜର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ସାଧାରଣ ସମ୍ପାଦକ କାଶୀନାଥ ସାହୁ ବାର୍ଷିକ ବିବରଣୀ ଓ ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କୃଷ୍ଣଚନ୍ଦ୍ର ସାହୁ, ସୁଦୀପ୍ତ କୁମାର ସାହୁ, ତ୍ରିଲୋଚନ ପୃଷ୍ଟି, ଅକ୍ଷୟ ସାହୁ, ଅଶୋକ ସାହୁ, ଚନ୍ଦ୍ରକାନ୍ତ ସାହୁ,ନରେନ୍ଦ୍ର ସାହୁ, ଗଙ୍ଗାଧର ସାହୁ, ନିମାଇଁ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୭୫ତମ ଵନ ମହୋତ୍ସବ ସପ୍ତାହ ପାଳିତ

masiha

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ, ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ

masiha

ଅନ୍ୟେଷା ର ୧୦୩ ତମ ସାମୁହିକ ଜନ୍ମ ମହୋତ୍ସବ ପାଳନ

masiha

Leave a Comment

error: Content is protected !!