ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲାଞ୍ଜିଗଡରୁ ପ୍ରଦୀପ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର, ଜୁନାଗଡ଼ରୁ ଦିବ୍ୟଶଙ୍କର,ଭବାନୀପାଟଣାରୁ ଲଳିତା ବିଜେଡି ପ୍ରାର୍ଥୀ

ଲାଞ୍ଜିଗଡରୁ ପ୍ରଦୀପ, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର, ଜୁନାଗଡ଼ରୁ ଦିବ୍ୟଶଙ୍କର,ଭବାନୀପାଟଣାରୁ ଲଳିତା ବିଜେଡି ପ୍ରାର୍ଥୀ

ଲାଞ୍ଜିଗଡ,୨୭/୦୩(ମନିସ)-ପୂର୍ବର ସବୁ ରେକର୍ଡକୁ ଭଙ୍ଗ କରି ପ୍ରଥମ ଥର ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଛି ଶାସକ ବିଜୁ ଜନତା ଦଳ। ଆଜି ଦଳର ସଭାପତି ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ବିଧାନସଭା ସହିତ ଲୋକସଭା ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। କଳାହାଣ୍ଡି ଜିଲ୍ଲାର ସଂରକ୍ଷିତ ଲାଞ୍ଜିଗଡ ବିଧାନସଭା ଆସନ ପାଇଁ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କୁ ପୁଣିଥରେ ଟିକେଟ ଦିଆଯାଇଥିବାବେଳେ ଜୁନାଗଡ଼ ପାଇଁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ଲଗାତାର ତୃତୀୟ ଥର ପାଇଁ ପ୍ରାର୍ଥୀ କରିଛି ଦଳ। ସେହିପରି ଧର୍ମଗଡ଼ ଆସନରେ ମୌସୁଧି ବାଗଙ୍କ ବଦଳରେ ଦଳର ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ମଇଦାନକୁ ଓହ୍ଲାଇଛି ବିଜେଡି। ସେହିପରି ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଭବାନୀପାଟଣା ସଦର ଆସନରେ ୧୫ରୁ ଅଧିକ ଆଶାୟୀଙ୍କୁ ଚକମା ଦେଇ ମହିଳା କାର୍ଡ ଖେଳିବା ସହିତ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ତଥା ପୂର୍ବତନ ଭବାନୀପାଟଣା ପୌରାଧ୍ଯକ୍ଷା ଲଳିତା ନାଏକଙ୍କ ନାମ ଘୋଷଣା କରାଯାଇଛି। ସେହିପରି ଜିଲ୍ଲାରେ ଅନୁସୂଚିତ ଜାତି କିମ୍ବା ପଛୁଆ ବର୍ଗରୁ ଲୋକସଭା ପ୍ରାର୍ଥୀ କରାଯିବା ପାଇଁ ଦାବି ହେଉଥିବାବେଳେ ବରିଷ୍ଠ ବିଜେଡି ନେତା ତଥା ଯାଦବ ସମାଜର ଜଣେ ଦୃଢ଼ ସଂଗଠକ ଲମ୍ବୋଦର ନିଆଲଙ୍କ ନାମକୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳ ମୁଖିଆ। ତେବେ ଏକାଧିକ ଆଶାୟୀଙ୍କୁ ନେଇ ଚର୍ଚ୍ଚିତ ନର୍ଲା ଆସନରେ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇନାହିଁ। ଏଥର ଆଗୁଆ ପ୍ରାର୍ଥୀ ଘୋଷଣା ବିଜେଡି ପାଇଁ ବେଶ ସୁବିଧାଜନକ ହେବ ବୋଲି କୁହାଯାଉଥିବାବେଳେ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କୁ ଅଧିକ ସମୟ ମିଳିପାରିବ ବୋଲି ଆଲୋଚନା ହେଉଛି। 

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

“ବୌଦ୍ଧ ବିଜେପି ଜିଲ୍ଲା ତରଫରୁ ” ମୋ ମାଟି ମୋ ଦେଶ ,” ଜିଲ୍ଲା ସ୍ତରୀୟ ବୈଠକ ” 

Sunil Chandra Nayak

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ବିଜେପିର ୧ ନମ୍ବର ଜୋନର କାର୍ଯ୍ଯ କାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!