ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ 

ଡାବୁଗାଁରେ ଦୋଳ ପୂର୍ଣ୍ଣମୀ ଓ ହୋଲି ପାଳିତ 

ଡାବୁଗାଁ ,୨୭/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ସଦର ମହକୁମା ଜୟନ୍ତୀନଗର ଠାରେ ରାଧା କୃଷ୍ଣ ମନ୍ଦିର କମିଟି ସହଯୋଗ ରେ ଦୋଳ ପୂର୍ଣ୍ଣିମା ୫ଦିନ ପୂର୍ବ ସନ୍ଧ୍ୟା ମାନଙ୍କରେ ପ୍ରତ୍ୟେକ ଦିନ ବହୁ ଭକ୍ତ ମାନଙ୍କ ଦ୍ୱାରା ରାଧା କୃଷ୍ଣ ଙ୍କୁ ବିମାନରେ ବସାଇ ଡ଼ାବୁଗାଁ ସହର ର ପ୍ରତ୍ୟେକ ସାହି ପରିଭ୍ରମଣ କରାଇବା ସହ ଭଜନ କୀର୍ତ୍ତନ ର ଆସର ବେଶ ଜମି ଭକ୍ତିମୟ ପରିବେଶ ସୃଷ୍ଟି ହେଉଥିଲା । ସୋମବାର ରାତ୍ରିରେ ଦୋଳ ଓ ହୋଲିପୋଡା ଉତ୍ସବ ପାଳନ ହୋଇଥିଲା । ସେହିପରି ଦୋଳ ପୂର୍ଣ୍ଣିମା ରେ ମାନିଗାଁ , ମହେନ୍ଦ୍ରୀ ଓ ପୋଖନାଗୁଡା ରେ ଦୋଳପୂର୍ଣ୍ଣିମା ପାଳନ କରିବା ସହ ହୋଲିପୋଡା ଉତ୍ସବ ଅନୁଷ୍ଠିତ ହୋଇଥିଲା | ରାତି ତମାମ ନାଚଗୀତ ପ୍ରତିଯୋଗୀତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ବିଭିନ୍ନ ସ୍ଥାନରେ ରଙ୍ଗର ପର୍ବ ହୋଲି ଧୁମ୍ ଧାମ୍ ରେ ମଙ୍ଗଳବାର ପାଳିତ ହୋଇଯାଇଛି | ଡାବୁଗାଁ ବ୍ଲକ ର ବିଭିନ୍ନ ଗ୍ରାମ ଓ ବ୍ଲକ ସଦର ମହକୁମା ରେ ଲୋକେ ପରସ୍ପର କୁ ରଙ୍ଗ ଲଗାଇ ଏହି ଉତ୍ସବ ପାଳନ କରିଥିଲେ | ହୋଲି ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଯୁବରାଜପୁର ଲ୍ୟାମ୍ପ ତରଫରୁ ମହୁଲ ପାଟଣା ଠାରେ ଋଣ ମେଳା ଅନୁଷ୍ଠିତ

Sunil Chandra Nayak

ସରକାର ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ସରପଞ୍ଚ ଙ୍କ ଦଲାଲ ହାତରେ

Sunil Chandra Nayak

ରାୟଗଡ଼ ଠାରେ ଥିବା ରାସ୍ତା ଓ ଗୃହ ପୂର୍ତ୍ତ ବିଭାଗରେ ହେଉଥିବା ବ୍ୟାପକ ଦୁର୍ନୀତି ନେଇ ଭିଜିଲାନ୍ସ ତଦନ୍ତ ଦାବି କରିଛି ରାୟଗଡ ଜିଲ୍ଲା ବିକାଶ ମଞ୍ଚ

Leave a Comment

error: Content is protected !!