ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଓବିସି ମଞ୍ଚ ର ସାମ୍ବାଦିକ ସମ୍ମିଳନୀ

ଲୋଇସିଂହା। ଲୋଇସିଂହା ନିର୍ବାଚନ ମଣ୍ଡଳୀ ରେ ଲୋଇସିଂହା ସ୍ଥିତ ଆଦିବାସୀ ଭବନ ଠାରେ ସରୋଜ କୁମାର ମେଶ୍ଵା ସଂଯୋଜକ ଓବିସି ମଞ୍ଚ ବଲାଙ୍ଗିର ଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଓବିସି ଙ୍କ ଜନସଂଖ୍ୟା ଓଡ଼ିଶା ରେ ୫୨% ଏବଂ ଦୁଇ କୋଟିରୁ ଉର୍ଦ୍ଧ୍ବ ଥିଲେ ମଧ୍ୟ ଆରକ୍ଷଣ ଶୂନ୍ୟ। ଦେଶରେ ସମସ୍ତ ରାଜ୍ୟ ରେ ଓବିସି ଙ୍କୁ ୨୭% ସଂରକ୍ଷଣ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗାଇ ଥିଲେ ମଧ୍ୟ ଓଡ଼ିଶାର ନବୀନ ସରକାର ଓଡ଼ିଶା ର ଓବିସି ଙ୍କୁ ହତାଦର କରିବାରେ ଲାଗିଛନ୍ତି ଏବଂ ଓବିସି ରେ ୯ ଟି ଉଚ୍ଚ ଜାତି କୁ ମିଶାଇ ଏସ୍ ଇ ବି ସି କଲେ।ଇ ଡବ୍ଲୁ ଏସ୍ ନାଁ ରେ ଉଚ୍ଚ ବର୍ଗର ୩% ଲୋକ ଙ୍କୁ ୧୦% ସଂରକ୍ଷଣ ଦେଲେ।ଏସ୍ ସି କୁ ଦେଲେ , ଏସ୍ ଟି କୁ ଦେଲେ।ଓବିସି ଙ୍କୁ ଆଦୌ ସଂରକ୍ଷଣ ଦେଲେ ନାହିଁ।ଦିର୍ଘ ୨୪ ବର୍ଷ ର ଶାସନ କାଳରେ ଓବିସି ଙ୍କ ପାଇଁ କିଛି କଲେ ନାହିଁ। କିନ୍ତୁ ସାଢେ଼ ଚାରି କୋଟି ଓଡିଆ ବିଜୁ ପରିବାର ବୋଲି କହିବା ହାସ୍ୟାସ୍ପଦ ଅଟେ। ଏପରି ସ୍ଥଳେ ବିଜୁ ଜନତା ଦଳ ସରକାର କୁ ଓବିସି ମାନେ ଭୋଟ ଦେବା କାହିଁକି ? ବୋଲି ଶ୍ରୀ ମେଶ୍ଵା ପ୍ରଶ୍ନ କରିଛନ୍ତି। ଏଣୁ ଦଳ ମତ ନିର୍ବିଶେଷରେ ଓବିସି ଜାତି ର ପ୍ରାର୍ଥୀ ଙ୍କୁ ହିଁ ଭୋଟ ଦେବେ। ସଂରକ୍ଷଣ ସିଟ୍ ରେ ଯେଉଁ ଦଳ ବା ପ୍ରାର୍ଥୀ ପଛୁଆ ବର୍ଗ ଙ୍କ ହିତ ପାଇଁ ଲଢେଇ କରିବ ସେହି ଦଳ ବା ବ୍ୟକ୍ତି ବିଶେଷଙ୍କୁ ଓବିସି ମାନେ ଭୋଟ ଦେବେ ବୋଲି ଶ୍ରୀ ମେଶ୍ଵା ପ୍ରେସ ବିବୃତିରେ ଅନୁରୋଧ କରିଥିଲେ। ଏହି ଅବସରରେ ରେ ମଧୁସୂଦନ କ୍ଷେତୀ ,ଆବାହକ ଓବିସି ମଞ୍ଚ ଲୋଇସିଂହା ନିର୍ବାଚନ ମଣ୍ଡଳୀ ,ସୁମନ୍ତ ମେହେର,ଜୟ ବିହାରୀ ବିଶ୍ବାଳ ପ୍ରମୁଖ ମଞ୍ଚାସିନ ଥିଲେ।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନରେ ଚଞ୍ଚକତା କରାଯାଇଥିବା ପ୍ରତିବାଦରେ ବିଜେପିର ବ୍ଲକ ଘେରାଉ

Sunil Chandra Nayak

ତେଜିଲା ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବିଦ୍ରୋହ, ମହିଳା କଂଗ୍ରେସ ନିଆଁ ଲଗେଇଲେ ଫୋଟୋ ଚିତ୍ରରେ 

Sunil Chandra Nayak

ରାଇରଙ୍ଗପୁର ରେ କଂଗ୍ରେସ ଦଳ ତରଫରୁ କେନ୍ଦ୍ର ସରକାରଙ୍କ କଳା ଆଇନ ଏମ ଏମ୍ ଡିଆର ସଂଶୋଧିତ ଅଧିନିୟମ- ୨୦୨୬ ବାତିଲ ପାଇଁ ମଶାଲ ଶୋଭାଯାତ୍ରା ସହ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!