ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଲେଜ ବାଇପାସ ୫୫ନମ୍ବର ଜାତୀୟ ରାଜପଥ ଘଣ୍ଟିକିଆ ଅବରୋଧ

ଢେଙ୍କାନାଳ କଲେଜ ବାଇପାସ୍ ଛକ ୫୫ନମ୍ବର ଜାତୀୟ ରାଜପଥ ଅବରୋଧକୁ ଆଜି,ସାଂସଦଙ୍କ ଦ୍ଵାରା ୧ଘଣ୍ଟିଆ ରାସ୍ତା ଅବରୋଧ କରାଯାଇଛି। ଜାତୀୟ ରାଜପଥର କାର୍ଯ୍ୟରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। ଏହାର ପ୍ରତିବାଦରେ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣିବାକୁ ନାରାଜ। ଗତ ୨ବର୍ଷ ମଧ୍ୟରେ ୩୪୪ଜଣଙ୍କର ଜୀବନ ଚାଲିଗଲାଣି। ଏ ସଂପର୍କରେ ଢେଙ୍କାନାଳବାସୀ ଓ ସାଂସଦ କେନ୍ଦ୍ର ସରକାରଙ୍କୁ ଜଣାଇଥିଲେ ମଧ୍ୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଶେଷ ହୋଇପାରୁ ନାହିଁ। ତେଣୁ ୫୫ ନମ୍ବର ଜାତିୟ ରାଜପଥର କାର୍ଯ୍ୟ ଶ୍ରୀଘ୍ର ଶେଷ କରିବାପାଇଁ ଆଜି ସାଂସଦ ମହେଶ ସାହୁଙ୍କ ନେତୃତ୍ଵରେ ଘଣ୍ଟିକିଆ ରାଜରାସ୍ତ ବନ୍ଦ କରାଯାଇଛି। ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ହେବ । ଏହି ଆନ୍ଦୋଳରେ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନ ଯୋଗଦେଇଛନ୍ତି ।

ଶୁଭମ୍ ପାଣି ଙ୍କ ରିପୋର୍ଟ 

Related posts

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାମ୍ବାଦିକ କଲେ ମତଦାନ

masiha

କେସିଙ୍ଗା ରେ ଦିବଂଗତ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

ଦଶପୁର ମଣ୍ଡଳ ବିଜେପିର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନି ବୈଠକ

Sunil Chandra Nayak

Leave a Comment

error: Content is protected !!