ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜ ସେବୀ ରସିକ ମଙ୍ଗରାଜ ଆଉ ନାହାନ୍ତି

ଗୋଳାମୁଣ୍ଡା/୧୭/୪/ଗୋଳାମୁଣ୍ଡା ବ୍ଲକର ଖୋଦ ଗୋଳାମୁଣ୍ଡାର ଜଣେ ଜଣା ଶୁଣା ବ୍ୟକ୍ତି ରସିକ ମଙ୍ଗରାଜଙ୍କର ୫୫ବର୍ଷ ରେ ଦେହାନ୍ତ ହୋଇଯାଇଛି, ୨୭/୪/୬୭ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ତା୧୦/୪/୨୩ ପର ଲୋକ ହୋଇଥିଲା, ତାଙ୍କର ଦେହ ବହୁ ଦିନ ଧରି ଅସୁସ୍ଥ ହେତୁ ଗତ ରବିବାର ଦିନ ଭବାନୀପାଟଣା ସରକାରୀ ମେଡ଼ିକାଲ ରେ ଚିକିତ୍ସା ପାଇଁ ନେଇଥିଲେ,ହେଲେଗତ ସୋମବାର ଦିନ ଅପରାହ୍ନ ୬ଘଣ୍ଟିକା ବେଳେତାଙ୍କର ମୃତ୍ୟୁ ହୋଇଥିଲା, ତାଙ୍କର ମୃତ୍ୟୁ ଖବର ପାଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି, ତାଙ୍କର ଦୁଇପୁଅ ବ୍ରଜବନ୍ଧୁ ମଙ୍ଗରାଜ ଓ ମଳୟ ମଙ୍ଗରାଜ ମୁଖାଗ୍ନି ଦେଇ ଥିବା ବେଳେ ବିଧବା ମହିଳା ଭବାନୀ ମଙ୍ଗରାଜ,ଦୁଇ ଝିଅ ଦୀପାଞ୍ଜଳି, ହରିପ୍ରିୟା, ଜୁଆଇଁ ନାତି ନାତୁଣୀ,ଏବଂ ଭାଇ ବନ୍ଧୁ ଉପସ୍ଥିତ ଥିଲେ, ସେ ଗୋଳାମୁଣ୍ଡା ବ୍ଲକ ଡମ୍ବ ସମାଜ ବିକାଶ ପରିଷଦର ଜଣେ ସମାଜ ସେବୀ ଥିବାରୁ ତାଙ୍କର ମୃତ୍ୟୁ ଖବର ପାଇ ଓ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ଲୋକ ଶବ ଘାଟରେ ଯୋଗ ଦେଇଥିଲେ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

Waltair Division to Set Up Assistance Booths for Divyangjan at Major Stations

Sunil Chandra Nayak

ତୁର୍କେଲ ପୋଲ ମରାମତି ଦାବିରେ ଆଜି ୧୨ ଘଣ୍ଟିଆ ଭବାନୀପାଟଣା ବ୍ଲକ୍ ଗ୍ରାମାଞ୍ଚଳ ବନ୍ଦ

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜଉତ୍ସବ 

Sunil Chandra Nayak

Leave a Comment

error: Content is protected !!