ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଦଳୀମୁଣ୍ଡା ଗ୍ରାମର ଯୁବ ଚାଷୀ ଙ୍କ ନିଆରା ପ୍ରଚେଷ୍ଟା..

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳ ରେ ସେଓ ଫଳ ଚାଷ,୪୦ ଡିଗ୍ରୀ ତାପମାତ୍ରା ରେ ସଫଳ କରି ଦେଖାଇଛନ୍ତି ଯୁବ ଚାଷୀ

କଳାହାଣ୍ଡି ମାଟିରେ ସେଓ ଚାଷ କରି ଚର୍ଚ୍ଚାରେ ଧର୍ମଗଡ଼ ଅଞ୍ଚଳର ଯୁବ ଚାଷୀ।ଦେଶର ଥଣ୍ଡା ଜଳବାୟୁ ଅଞ୍ଚଳରେ ଅଧିକ ପରିମାଣରେ ସେଓ ଚାଷ ହେଉଥିବା ବେଳେ ଉଷ୍ମ ଜଳବାୟୁ କଳାହାଣ୍ଡି ମାଟିରେ ରେ ସଫଳ ର ସହ ଚାଷକରି କମାଲ କରି ଦେଖାଇଛନ୍ତି ଚାଷୀ କାଳେଶ୍ବର କାଣ୍ଡ।

କଳାହାଣ୍ଡି ଜିଲ୍ଲା ଚାଷୀ ଏବେ ରାଜ୍ୟରେ ଏକ ଉଦୟମାନ ଚାଷୀ ଭାବେ ପରିଗଣିତ ହେବାରେ ଲାଗିଛନ୍ତି। ବିଭିନ୍ନ ଚାଷ ଉପରେ ରୁଚି ରଖି ଉଦାହରଣ ସୃଷ୍ଟି କରିପାରିଛନ୍ତି।ଗତ ବର୍ଷ ବିଦେଶୀ ଫଳ ଡ୍ରାଗନ ଚାଷ କରି ରାଜ୍ୟ, ଦେଶ ରେ ଅର୍ଜନ ଲାଭ କରିଥିବା ବେଳେ ଏବେ ପୁଣି ଗ୍ରୀନ ସିଓ ଚାଷ କରି ଚର୍ଚ୍ଚା ରେ ଆସିଛନ୍ତି

ଧର୍ମଗଡ ବ୍ଲକ୍ ପଡ଼ୋଶୀ ଛତିଶଗଡ଼ ସୀମାନ୍ତ କଦଳୀମୁଣ୍ଡା ଗ୍ରାମର ଯୁବ ଚାଷୀ କାଲେଶ୍ବର କାଣ୍ଡ(୪୦)ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଲା ପରେ ପିଲା ଦିନରୁ ହିଁ ଚାଷ ପ୍ରତି ଆଗ୍ରହ ଦେଖାଇ ଥିଲେ।ନିଜ ବଗିଚାରେ ବିଭିନ୍ନ ପନିପରିବା ଚାଷ କରୁଥିଲେ ମଧ୍ୟ କିଛି ନୂଆ କରିବାର ସ୍ଵପ୍ନ ଦେଖୁଥିଲେ। ସେ ଆଜକୁ ଅଢେଇ ବର୍ଷ ତଳେ ୟୁଟ୍ୟୁବରେ ସେଓ ଚାଷ ସମ୍ପର୍କରେ ଜାଣି ନିଜେ ଚାଷ କରିବାର ଇଚ୍ଛା କରିଥିଲେ । ଏନେଇ ଧର୍ମଗଡ଼ ଉଦ୍ୟାନକୃଷି ବିଭାଗ ଅଧିକାରୀଙ୍କ ପରାମର୍ଶ ଲୋଡିଥିଲେ । ପରେ ସେଓ ଚାଷ ସମ୍ପର୍କରେ ଅଧିକ ଜାଣିବା ପାଇଁ ହିମାଚଳପ୍ରଦେଶ ର ଏକ କୃଷିକ୍ଷେତ୍ର ସଂସ୍ଥା ସହ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ସେଠାରୁ ଏଚ ଆର୍ ଏମ୍ ଏନ୍- ୯୯ ଚାରା ମଗାଇଥିଲେ। ୟୁଟୁବ ମାଧ୍ୟମରେ ଚାଷ ପଦ୍ଧତି ପ୍ରକ୍ରିୟା ବୁଝି ଏକ ଏକର ଜମିରେ ୧୫୦ ସେଓ ଗଛ ଲଗାଇଥିଲେ।ଏଥିପାଇଁ ପ୍ରାୟ ୨ଲକ୍ଷ ଟଙ୍କା ଦୁଇ ବର୍ଷରେ ବିନିଯୋଗ ହୋଇଥିବା ସେ କହିଛନ୍ତି ।ସଂପ୍ରତି ପ୍ରାୟ ଗୋଟିଏ ଏକର ଜମିରେ ଲଗାଇବାରେ ସଫଳ ହୋଇଛନ୍ତି ଚାଷୀ କାଲେଶ୍ଵର।ବର୍ତ୍ତମାନ ଗଛରେ ସେଓ ଫଳିବା ଆରମ୍ଭ ହୋଇଛି। ଚାଷ କାର୍ଯ୍ୟରେ ତାଙ୍କ ସ୍ତ୍ରୀ ଏହି ଚାଷ ରେ ସହଯୋଗ କରିଥିବା କରିଥିବା ସେ କହିଛନ୍ତି।

ସେଓ ସାଧାରଣତଃ ଶୀତଳ ପରିବେଶ ଭିତରେ ହୋଇଥାଏ।

ଆମ ଦେଶର ଜମ୍ମୁକାଶ୍ମୀର ,ହିମାଚଳ ପ୍ରଦେଶ ମାନଙ୍କରେ ସେଓ ଚାଷ ଦେଖିବାକୁ ମିଳିଥାଏ ତେବେ ଏହି ରାଜ୍ୟ ମାନଙ୍କ ତୁଳନାରେ ଆମ ରାଜ୍ୟର ତାପମାତ୍ରା ଅଧିକ ଥିଲେ ହିଁ ଅସମ୍ଭବ କୁ ସମ୍ଭବ କରି ଦେଖାଇଛନ୍ତି ଯୁବ ଚାଷୀ କାଳେଶ୍ୱର।୪୦-୪୫ ସେଲସିୟସ ତାପମାତ୍ରା ଭିତରେ ଗ୍ରୀନ ସେଓ ଚାଷ କରି ସଫଳ ହୋଇଛନ୍ତି ଯାହାକି ଏବେ ଚର୍ଚ୍ଚାର ବିଷୟ ହୋଇଛି।

ତେବେ କୃଷି ଓ ଉଦ୍ୟାନକୃଷି ବିଭାଗ ପକ୍ଷରୁ ସରକାରୀ ପ୍ରୋତ୍ସାହନ ପାଇଲେ କଳାହାଣ୍ଡି ଅଞ୍ଚଳର ଚାଷୀ ମାନେ ବି ତାଙ୍କ ସଫଳ ହୋଇ ପାରିବେ ବୋଳି ଯୁବ ଚାଷୀ କାଳେଶ୍ୱର ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ, ଡ୍ରାଗନ ଓ ଷ୍ଟ୍ରବେରୀ ଚାଷ ପରେ ଏବେ ସେଓ ଚାଷ କୁ ନେଇ ଚର୍ଚ୍ଚାରେ କଳାହାଣ୍ଡି ଜିଲ୍ଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ 

masiha

ଓ.ଭି.ଇ.ପି ବାର୍ଷିକ ଉତ୍ସବ ପାଳନ 

Sunil Chandra Nayak

‘ବନାବାଡି’ ହଜିଯାଉଥିବା ଏକ ପାରମ୍ପାରିକ ଲୋକ କଳା 

Sunil Chandra Nayak

Leave a Comment

error: Content is protected !!