ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ବି.ହାଇସ୍କୁଲ, ଢେଙ୍କାନାଳର (୧୯୭୫ -୧୯୮୦) -ଶିକ୍ଷା ବର୍ଷର ସହପାଠୀ ୧୯୮୦ ବ୍ୟାଚର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ମହାସମାରୋହରେ ଅନୁଷ୍ଠିତ

ଢେଙ୍କାନାଳ ( ମ ସୀ ହା)୨୩/୦୪ (ରବିବାର) _ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର (୧୯୭୫ -୧୯୮୦) – ମଧ୍ୟରେ ସହପାଠୀ ଭାବରେ ଷଷ୍ଠ ଶ୍ରେଣୀରୁ ଏକାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ – ‘ମୋ ସ୍କୁଲ ଅଭିଯାନ’ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଅନେକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ, ସର୍ବଶ୍ରୀ ନନ୍ଦକିଶୋର ଶତପଥୀ ,ପ୍ରଭାକର ଦାସ, ତ୍ରିଲୋଚନ କର, ଅନ୍ତର୍ଯ୍ୟାମୀ ତ୍ରିପାଠୀ,ଆନନ୍ଦ ଚନ୍ଦ୍ର ମହାରଣା, ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ପ୍ରାକ୍ତନ କ୍ରୀଡ଼ା ଶିକ୍ଷକ ତଥା ପ୍ରାକ୍ତନ ଶାରୀରିକ ଶିକ୍ଷା ପରିଦର୍ଶକ ପ୍ରଭାକର ସାହୁ,ଭାରତ ସରକାରଙ୍କର ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦେଶକ,ପ୍ରାକ୍ତନ ଅନ୍ତେବାସୀ ଛାତ୍ର ଓ କପିଳାସ ସମ୍ମାନ ପ୍ରାପ୍ତ ବିଶ୍ୱ ପ୍ରସିଦ୍ଧ ମହାନ ଶିଳ୍ପୀ ଅଦ୍ୱୈତ ଗଡନାୟକ,ବରିଷ୍ଠ ଖ୍ୟାତିସମ୍ପନ୍ନ ପତ୍ରକାର ଆଶୁତୋଷ ରାଉତ, ଡ଼ା.ସୁଶାନ୍ତ ଦାଶ, ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ରଙ୍କ ସମେତ ଜୀବନରେ ଶ୍ରେଷ୍ଠ ସଫଳତା ଲାଭ କରିଥିବା ଶତାଧିକ ପ୍ରାକ୍ତନ ଛାତ୍ରୀ ଛାତ୍ର,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଓ ବରିଷ୍ଠ ଶିକ୍ଷକ ତଥା ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନ କ୍ୟାମ୍ପେନ ଟିମ୍’ର ଦଳମୁଖ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ ‘ମୋ ସ୍କୁଲ ଅଭିଯାନ’ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଅର୍ଥ ପ୍ରଦାନ କଲେ ଓଡ଼ିଶା ସରକାର ଏହାର ଦୁଇଗୁଣ ଅର୍ଥରାଶି ପ୍ରଦାନ କରୁଛନ୍ତି ତେଣୁ ମୋଟ ଏହି ତିନିଗୁଣ ଅର୍ଥରାଶି ସୁବିନିଯୋଗ କରି ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରାଯାଇ ପାରିବ।ଏହା ବ୍ୟତୀତ ସମସ୍ତେ ନିଜର ପ୍ରିୟ ବିଦ୍ୟାଳୟକୁ ବିଭିନ୍ନ ଆବଶ୍ୟକ ଦ୍ରବ୍ୟ ଓ ସେବା ପ୍ରଦାନ କରିପାରିବେ ବୋଲି ମଧ୍ୟ ଜଣାଇଥିଲେ। ପ୍ରାକ୍ତନ ଛାତ୍ରୀ ସୁସ୍ମିତା ମିଶ୍ର ଓ ଡା.ଦେବୀ ପ୍ରସାଦ ମିଶ୍ର ଯୁଗ୍ମ ଭାବରେ କାର୍ଯ୍ୟକ୍ରମ ସଂଯୋଜନା ଓ ସଭା ପରିଚାଳନା କରିଥିଲେ।ପ୍ରାକ୍ତନ ଛାତ୍ରୀ, ଛାତ୍ରବୃନ୍ଦ ଗୁରୁ ପୂଜା ସହ ଗୁରୁବନ୍ଦନା ଗାନ କରି ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିବା ସହ ଗୁରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ,ଶିକ୍ଷକ ମାନେ ମଧ୍ୟ ଛାତ୍ରୀ, ଛାତ୍ରଙ୍କ ଗହଣରେ ପୁରୁଣା ସ୍ମୃତି ସାଉଁଟିବା ସଙ୍ଗେ ସଙ୍ଗେ ସମସ୍ତେ ଭଲ ମଣିଷ ହେବା ସହିତ ମଣିଷ ତିଆରି କାରଖାନା ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ଏହାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ମନ ପ୍ରାଣ ଢ଼ାଳି ଦେବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ପ୍ରଧାନ ଶିକ୍ଷକ ଛାତ୍ରୀ,ଛାତ୍ର ଓ ଶିକ୍ଷିକା, ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ୧୯୮୦ ବ୍ୟାଚ୍ ର ପୁରାତନ ଛାତ୍ରୀଛାତ୍ରମାନେ ଓ ସେମାନଙ୍କର ପରିବାର ବର୍ଗ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା,କର୍ମକ୍ଷେତ୍ରର ବିବରଣୀ ସହ ସ୍ବପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ସ୍ଥାନୀୟ ଗଣେଶ ମଣ୍ଡପ ପରିସରରେ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ତାଙ୍କର ପରିବାରର ସଦସ୍ୟା ସଦସ୍ୟ ମାନଙ୍କ ଦ୍ବାରା ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଓ ସମବେତ ପଙ୍କ୍ତି ଭୋଜନ ସମସ୍ତଙ୍କ ଦ୍ୱାରା ବେଶ ଉପଭୋଗ୍ୟ ହୋଇପାରିଥିଲା ।

ସ୍କୁଲ ପାଠ ପଢା ସରିବା ପରେ ନିଜ ନିଜ କର୍ମକ୍ଷେତ୍ରରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । କିନ୍ତୁ,ଏହି ବନ୍ଧୁମିଳନ ଅବସରରେ ନିଜର ଅତିପ୍ରିୟ ସାଥୀମାନଙ୍କୁ ଓ ପୂଜନୀୟ ଗୁରୁମା,ଗୁରୁଜୀମାନଙ୍କୁ ପାଖରେ ପାଇ ,ପରସ୍ପରକୁ ଖୁଆଇ, ମଜା ଗପସପ କରି ଅତ୍ୟନ୍ତ ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ ।ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ପ୍ରାକ୍ତନ ଛାତ୍ରୀ,ଛାତ୍ରମାନେ ଆସନ୍ତା ବର୍ଷକୁ ଏହିପରି ଭାବରେ ପୁଣି ମହାସମାରୋହରେ ପାଳନ କରିବେ ଓ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ସୂତ୍ରଧର ସାଜିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପସ୍ଥିତ ଓ ଅନୁପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ର କାୟମନୋବାକ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ ସେମାନଙ୍କ ମଧ୍ୟରେ ମୋବାଇଲ୍ ଗ୍ରୁପ୍ ସୃଷ୍ଟି କରିଥିବା ଇଂ. ସୂର୍ଯ୍ୟ ନାରାୟଣ ମିଶ୍ର, ଉଦ୍ୟୋକ୍ତା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର,କୋର୍ କମିଟିର ସୁସ୍ମିତା ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର,ପ୍ରଦ୍ୟୁମ୍ନ ମହାନ୍ତି, ପ୍ରେମାନନ୍ଦ ନାଥ, ଶ୍ରୀଧର ଇପିଲି, ଦିଲ୍କୀପ୍ କୁମାର୍ ସାହୁ,ଗୁପ୍ତେଶ୍ୱର ମିଶ୍ର, ଜି.ମନ୍ମଥ ରାଓ,ପବିତ୍ର କୁମାର୍ ନାୟକ, ସୁଶାନ୍ତ କୁମାର ପାଣି,ଦୀପକ ମିଶ୍ର,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଓ ଦୂରରେ ରହି ମଧ୍ଯ ଇଂ ଅଶୋକ ଦାଶ,ସୁରେଶ ବେହେରାଙ୍କ ସମେତ ଢେଙ୍କାନାଳରେ ଓ ଦୂରରେ ଅବସ୍ଥାନ କରୁଥିବା ସମସ୍ତ ପ୍ରାକ୍ତନ ଛାତ୍ରୀ ଛାତ୍ର ବୃନ୍ଦ ବଳିଷ୍ଠ ଭୂମିକା ନିର୍ବାହ କରିଥିଲେ।ଏହି ଅବସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ନିଜ ବାର୍ତ୍ତା ମାଧ୍ୟମରେ ଓ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ପ୍ରାକ୍ତନ ଛାତ୍ର ଡା. ଦେବୀ ପ୍ରସାଦ ମିଶ୍ର ନିଜର ବକ୍ତବ୍ୟରେ ଅନ୍ୟମାନେ ମଧ୍ୟ ଏହି ଭଳି ଆଗେଇ ଆସିବାକୁ ଆହ୍ୱାନ ଜଣାଇ ସ୍ଵୀୟ ବକ୍ତବ୍ୟରେ କହିଛନ୍ତି :

“ଯିଏ ମୋତେ ଶିଖାଇଥିଲା ଅ… ସେ ମୋତେ ଆଜି ହାତଠାରି ଡାକୁଛି ଆ…..ତୋ ଋଣ ଶୁଝି ଦେଇ ଯା”
“ଅର୍ଥଦାନ ତ ମହାପୁଣ୍ୟ,ଏକଥା ରଖ ମନେ ଧ୍ୟାନ”

ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ, ଓଡ଼ିଶା ତଥା ଭାରତର ଗୋଟିଏ ଅଗ୍ରଣୀ ଅନୁଷ୍ଠାନ ମୋ ସ୍କୁଲ ଅଭିଯାନ ଯୋଜନାରେ ସାମିଲ ହୋଇ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସଞ୍ଚୟ ଜମାଖାତା ନଂ ୩୭୮୩୯୩୫୭୩୯୭ ରେ ଆକାଉଣ୍ଟ ଜମା ଚେକ ଲେଖି ,ଫୋନ ପେ, ଗୁଗୁଲ ପେ, ଆରଟିଜିଏସ ଆଦି ଯେ କୌଣସି ଅର୍ଥ ପ୍ରଦାନ ମାଧ୍ୟମରେ ଯେକୌଣସି ପରିମାଣର ଅର୍ଥଦାନ କଲେ ତାହାର ଦୁଇଗୁଣ ଅର୍ଥ ସରକାର ପ୍ରଦାନ କରିବେ ବୋଲି ଦୃଢ଼ ମତପୋଷଣ କରିଥିଲେ।ପ୍ରାୟ ଶତାଧିକ ପ୍ରାକ୍ତନ ଛାତ୍ରୀ ଛାତ୍ର ଓ ସେମାନଙ୍କ ପରିବାର ବର୍ଗ,ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରିଶେଷରେ ପ୍ରାକ୍ତନ ଛାତ୍ର ତଥା ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର କାର୍ଯ୍ଯକ୍ରମର ଅଭୂତପୂର୍ବ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

74ତମ ସାଧାରଣ ତନ୍ତ୍ର ଦିବସ ପାଳିତ

Sunil Chandra Nayak

ମରଣ୍ଡା ଠାରୁ ବାରିପଦାକୁ ମା ଲକ୍ଷ୍ମୀ ନାମକ ନୂତନ ଘରୋଇ ଯାତ୍ରୀବାହୀ ବସ୍ ଚାଲିଲା

Sunil Chandra Nayak

ସୁର ତରଙ୍ଗ ର ମାସିକ ଓଡ଼ିଆ ଓ ହିନ୍ଦୀ ସଂଗୀତ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!