ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

କ୍ରୀଡା ଶିକ୍ଷାର ଏକ ଆବିଛେଦ ଅଙ୍ଗ – ସାଂସଦ

 ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ସଦର ମହକୁମା ସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଗତ ତିନଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି l ଏହି ଅବସରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇଥିବା ସ୍ଥଳେ ସମ୍ମାନୀତ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ଓଏଲ୍ଆସି ଉପଦେଷ୍ଟା ପ୍ରମୋଦ କୁମାର ପାଢ଼ୀ, ସାଂସଦଙ୍କ ବ୍ଲକ୍ ପ୍ରତିନିଧି ପ୍ରିୟରଞ୍ଜନ ଦାସ, ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝୀ ଏବଂ ଆତ୍ମା ଅଧ୍ୟକ୍ଷ ଟିକଚାନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଶିକ୍ଷା ଅନଷ୍ଠାନର ଅଧ୍ୟକ୍ଷ ଶିବ ପ୍ରସାଦ ପଟ୍ଟନାୟକଙ୍କ ସଭାପିତ୍ବରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟାପିକା ତୁଷାରୀ କୁମାରୀ ପଟ୍ଟନାକଙ୍କ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଅଧ୍ୟାପକ ଗୋପାଳ ମହାରଣା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ l ସମୃଦ୍ଧ ଶିକ୍ଷା, ହକି ଖେଳରେ ଓଡ଼ିଶାର ସ୍ୱର୍ଣ୍ଣମ ଇତିହାସ, କ୍ରୀଡା ଶିକ୍ଷାର ଏକ ଅବିଚ୍ଛେଦ ଅଙ୍ଗ ବୋଲି ମୁଖ୍ୟ ଅତିଥି ନିଜ ମନ୍ତବ୍ୟ ପ୍ରକାଶ କରିଥିଲେ l ସେହିପରି ବିଧାୟକ, କ୍ରୀଡାର ଉପଯୋଗୀତା ତଥା ଛାତ୍ର ଜୀବନରେ ଶୃଙ୍ଖଳା ଜ୍ଞାନ ସଂପର୍କରେ ବକ୍ତବ୍ୟ ରଖିଥିଲେ l କଳା ସଂ୍କୃତି, କ୍ରୀଡା ଓ ସମାଜ ସେବା ମଣିଷକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିବା ନେଇ ଓ ଏଲ ଆଇ ସି ଉପଦେଷ୍ଟା କହିଥିଲେ l ସେହିପରି ଛାତ୍ରୀ ଛାତ୍ର ଦେଶର ଭବିଷ୍ୟତ ତେଣୁ ଛାତ୍ରୀ ଛାତ୍ର ଜୀବନରୁ ହିଁ ନିଜ ଲକ୍ଷ୍ୟ ସ୍ଥଳେ ପହଞ୍ଚିବ ପାଇଁ ସର୍ବଦା ଚେଷ୍ଟା କରିବା ଆବଶ୍ୟକ ବୋଲି ସାଂସଙ୍କ ବ୍ଲକ୍ ପ୍ରତିନିଧି କହିଥିଲେ l ସମାଜ ସେବା ଗଠନରେ ଯୁବ ପୀଢ଼ି ତଥା ଛାତ୍ରୀ ଛାତ୍ର ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ରହିଅଛି ଏଣୁ ସେମାନେ ସ୍ଥାନ ଅତି ଉଚ୍ଚରେ ରହିଥିବା ନେଇ ବ୍ଲକ୍ ଅଧ୍ୟକ୍ଷ ପ୍ରକାଶ କରିଥିଲେ l ଶିକ୍ଷା ଅନଷ୍ଠାନର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଶିକ୍ଷା ସହ କ୍ରୀଡାର ସମ୍ପର୍କ ଅତୁଟ ଏଵଂ କ୍ରୀଡା ଶରୀରର ସୁସ୍ଥତା ପାଇଁ ଆବଶ୍ୟକ ବୋଲି ଛାତ୍ରୀ ଛାତ୍ରଙ୍କୁ ବୁଝାଇଥିଲେ l ପୁରସ୍କାର ଘୋଷଣା ଅଧ୍ୟାପକ ସନ୍ତୋଷ କୁମାର ଖିଲାର କରିଥିବା ବେଳେ ମୂଖ୍ୟ ଅତିଥି ତଥା ମଞ୍ଚାସିନ ଅତିଥି ମାନଙ୍କ ଦ୍ଵାରା ବିବିଧ ଖେଳରେ କୃତିତ୍ୱ ଅର୍ଜ୍ଜନ କରିଥିବା ଛାତ୍ରୀ ଛାତ୍ର ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା l ଖେଳରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବାଳିକା ବିଭାଗର ମଲ୍ଲିକା ଗଣ୍ଡ ଏବଂ ବାଳକ ବିଭାଗର ଖଗେଶ୍ବର ହରିଜନଙ୍କୁ ଚମ୍ପିୟାନ ଭାବେ ପୁରସ୍କୃତ କରାଯାଇଥିଲା l ଅଧ୍ୟାପକ ଶଙ୍କର କୁମାର ନାଲା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିବା ବେଳେ ଗ୍ରନ୍ଥ ପାଳକ ମନୋଜ କୁମାର ମହାପାତ୍ର, ସୁମିତ କୁମାର ପଟ୍ଟନାୟକ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଦିବାକର ଗୌଡ଼ ଏବଂ ସିମାଞ୍ଚଳ ବେହେରା ପ୍ରମୁଖ ସହଯୋଗ କରିଥିଲେ l

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

Related posts

ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ପାଳିତ

Sunil Chandra Nayak

ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ,ନର୍ଲା ବ୍ଲକର ଷ୍ଟଲ୍ ଶ୍ରେଷ୍ଠ ବିବେଚିତ

Sunil Chandra Nayak

ସୋନମ ୱାଂଚୁ ଙ୍କ ଆନ୍ଦୋଳନ କୁ ସମର୍ଥନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ମନ୍ତ୍ରୀ ମଣ୍ଡଳ ରୁ ବହିଷ୍କାର ଦାବୀ କଲା ଓଡିଶା ମୂଳନୀବାସୀ ବହୁଜନ ମିଳିତମହାସଂଘ.

Sunil Chandra Nayak

Leave a Comment

error: Content is protected !!